ବାଲେଶ୍ୱରବାସୀ ପାଇଲେ ବିଏସକେଓ୍ୱାଇ ସ୍ମାର୍ଟକାର୍ଡ, ଜିଲ୍ଲାର ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ

The Sakala Picture
Published On

ବାଲେଶ୍ୱର: ଓଡ଼ିଶା ଲେଖୁଛି ସ୍ୱାସ୍ଥ୍ୟସେବାର ସ୍ୱର୍ଣ୍ଣିମ ଅଧ୍ୟାୟ। ସ୍ମାର୍ଟ ଯୁଗରେ ସ୍ମାର୍ଟ ସ୍ବସ୍ଥ୍ଯସେବା ଯୋଗାଉଛନ୍ତି ମୁଖ୍ଯମନ୍ତ୍ରୀ ନବୀବନ ପଟ୍ଟନାୟକ । ସ୍ୱାସ୍ଥ୍ୟ ସେବାରେ ଆହୁରି ସୁଦୃଢ଼ ହେଉଛି ଓଡ଼ିଶା। ନୂଆ ରୂପ ନେଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ସ୍ମାର୍ଟ ହେଲ୍‌ଥ କାର୍ଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ିଛି ନୂଆ ଅଧ୍ୟାୟ। ଆଜି ବାଲେଶ୍ୱରରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି, ଶିଳ୍ପ, ପର୍ଯ୍ଯଟନରେ ଆଗୁଆ ବାଲେଶ୍ୱର ଏବେ ସ୍ମାର୍ଟ […]

ବାଲେଶ୍ୱର: ଓଡ଼ିଶା ଲେଖୁଛି ସ୍ୱାସ୍ଥ୍ୟସେବାର ସ୍ୱର୍ଣ୍ଣିମ ଅଧ୍ୟାୟ। ସ୍ମାର୍ଟ ଯୁଗରେ ସ୍ମାର୍ଟ ସ୍ବସ୍ଥ୍ଯସେବା ଯୋଗାଉଛନ୍ତି ମୁଖ୍ଯମନ୍ତ୍ରୀ ନବୀବନ ପଟ୍ଟନାୟକ । ସ୍ୱାସ୍ଥ୍ୟ ସେବାରେ ଆହୁରି ସୁଦୃଢ଼ ହେଉଛି ଓଡ଼ିଶା। ନୂଆ ରୂପ ନେଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ସ୍ମାର୍ଟ ହେଲ୍‌ଥ କାର୍ଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ିଛି ନୂଆ ଅଧ୍ୟାୟ। ଆଜି ବାଲେଶ୍ୱରରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି, ଶିଳ୍ପ, ପର୍ଯ୍ଯଟନରେ ଆଗୁଆ ବାଲେଶ୍ୱର ଏବେ ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ହେବ ପ୍ରଥମ। ଧାନ, ପାନ ଓ ମୀନ ପାଇଁ ଜଣାଶୁଣା ବାଲେଶ୍ୱରରେ ଲେଖାହେଲା ସ୍ମାର୍ଟ ସେବାର ନୂଆ କାହାଣୀ। ଜିଲ୍ଲାରେ ହିତାଧିକାରୀଙ୍କୁ ବିଏସକେଓ୍ୱାଇ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଗୋଟିଏ କାର୍ଡରେ ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ କୌଣସି ଡକ୍ୟୁମେଣ୍ଟ ନେଇ ଯିବାକୁ ପଡ଼ିବାନାହିଁ। କେବଳ କାର୍ଡ ନେଲେ ହୋଇପାରିବ ଚିକିତ୍ସା।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ବିଲ୍: ରାଜ୍ୟ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଲେ ଆହ୍ୱାନ


ଏହି କାର୍ଡ ଦ୍ୱାରା ଜିଲ୍ଲାର ପ୍ରାୟ ୨୦ଲକ୍ଷ ହିତାଧିକାରୀ ହେବେ ଉପକୃତ। ଯୋଜନା ନୂଆ ରୂପରେ କାର୍ୟ୍ୟକାରୀ ହୋଇଥିବା ବେଳେ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି। ସାଢେ ୩କୋଟି ଲୋକ ଏହାର ଉପକାର ପାଇବେ। ଦେଶର ୨ଶହ ବଡ଼ ବଡ଼ ହସ୍ପିଟାଲରେ କେବଳ କାର୍ଡ ଦେଖାଇଲେ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେବାକୁ ପଡିବନି। ପରିବାରର ସଦସ୍ୟଙ୍କୁ ୫ଲକ୍ଷ , ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। ଏପରି କରିବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ। ୬ ଶହ ମିଶନ ଶକ୍ତି ମା’ ମାଛ ଚାଷରେ ସାମିଲ ହୋଇଥିବା ବେଳେ ମାଛ ଉତ୍ପାଦନରେ ଜାତୀୟ ସ୍ତରରେ ବାଲେଶ୍ୱର ପାଇଛି ସମ୍ମାନ। ୨୦ ଏକର ଜମିରେ ହେବ ମାଛ ମାର୍କେଟ୍, ଖର୍ଚ୍ଚ ହେବ ୫୦ କୋଟି। ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀ ଉପକୃତ ହେବେ। ୯୦୦ କୋଟିର ମେଗା ପାଇପ୍ ପାଣି ପ୍ରକଳ୍ପ ଖୁବଶୀଘ୍ର ଜିଲ୍ଲାରେ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ମୁହଁରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲା ଶ୍ୱଶୁର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର