ଶିକ୍ଷା ରୂପାନ୍ତରଣରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ; ନବ ନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କଲେ ନବୀନ

The Sakala Picture
Published On

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣରେ ଯୋଡି ହେଲା ନୂଆ ଏକ ଫର୍ଦ୍ଦ । କଳିଙ୍ଗ ଷ୍ଟାଡିୟମରେ ହୋଇଛି ବିଭିନ୍ନ ମାଧ୍ୟମିକ ସ୍କୁଲର ନବ ନିଯୁକ୍ତ ଶିକ୍ଷକଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମ । ଏଥିରେ ନିଯୁକ୍ତ ପାଇଥିବା ୬ ହଜାର ୮୯୧ ଜଣ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି । ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ବିଭାଗୀୟ ସଚିବ ଓ ଅଧୀକାରୀମାନେ ଯୋଗ ଦେଇଛନ୍ତି […]

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣରେ ଯୋଡି ହେଲା ନୂଆ ଏକ ଫର୍ଦ୍ଦ । କଳିଙ୍ଗ ଷ୍ଟାଡିୟମରେ ହୋଇଛି ବିଭିନ୍ନ ମାଧ୍ୟମିକ ସ୍କୁଲର ନବ ନିଯୁକ୍ତ ଶିକ୍ଷକଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମ । ଏଥିରେ ନିଯୁକ୍ତ ପାଇଥିବା ୬ ହଜାର ୮୯୧ ଜଣ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି । ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ବିଭାଗୀୟ ସଚିବ ଓ ଅଧୀକାରୀମାନେ ଯୋଗ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କେନ୍ଦୁଝର DLO ଆକାଶ ବିଷୋୟୀଙ୍କ ଘରୁ ୭ ଲକ୍ଷ ୨୯ ହଜାର ଟଙ୍କା, ୩୦୦ ଗ୍ରାମ ସୁନା ଜବତ

ନବ ନିଯୁକ୍ତ ଶିକ୍ଷକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଟୁକୁନି ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉପସ୍ଥିତ ରହିଥିଲେ । ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମକୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ, ଆଧାର କାର୍ଡ, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେଇପାରିବେ । ହାଇସ୍କୁଲ ରୂପାନ୍ତରଣ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକଙ୍କ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାରୁ ସୁରକ୍ଷିତ ଘରକୁ ଫେରିଲେ ବାରିପଦାର ଝିଅ କୁଲସୁମ୍ ନିଗାର୍, ବଖାଣିଲେ ପ୍ରଳୟଙ୍କରୀ ବନ୍ୟାର ଲୋମଟାଙ୍କୁରା ଅନୁଭୂତି

ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦ୍ୟାଳୟ ରୂପାନ୍ତରଣ ଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ରାଜ୍ୟ ସରକାର ବ୍ୟାପକ ପରିବର୍ତ୍ତନ ଓ ସ୍ୱଚ୍ଛ ପଦ୍ଧତି ଅବଲମ୍ବନ କରିଛନ୍ତି। ରାଜ୍ୟରେ ୧୧୪୦୩ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସିବିଟି ମାଧ୍ୟମରେ ଶିକ୍ଷକଙ୍କ ଦକ୍ଷତା ଅନୁଯାୟୀ ଶିକ୍ଷକଙ୍କୁ ଚୟନ କରାଯାଇଥିବାବେଳେ ତିନି ପର୍ଯ୍ୟାୟରେ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଛି। ନିଯୁକ୍ତି ପାଇଁ ଚୟନ ହୋଇଥିବା ୬୮୯୧ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର