ହକିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

The Sakala Picture
Published On

ଭୁବନେଶ୍ବର: ହକିକୁ ନେଇ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଭାରତୀୟ ହକି ଦଳ ପାଇଁ ଜାରି ରହିବ ଓଡ଼ିଶାର ସମର୍ଥନ। ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଏ ନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଅଥାର୍ତ ୨୦୩୩ ଯାଏଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା । ପୂର୍ବରୁ ୨୦୧୮ରୁ ୨୦୨୩ […]

ଭୁବନେଶ୍ବର: ହକିକୁ ନେଇ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଭାରତୀୟ ହକି ଦଳ ପାଇଁ ଜାରି ରହିବ ଓଡ଼ିଶାର ସମର୍ଥନ। ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଏ ନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଅଥାର୍ତ ୨୦୩୩ ଯାଏଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା । ପୂର୍ବରୁ ୨୦୧୮ରୁ ୨୦୨୩ ଯାଏଁ ଭାରତୀୟ ହକିର ପ୍ରାୟୋଜକ ରହିବାକୁ ରାଜ୍ୟ ସରକାର ହକି ଇଣ୍ଡିଆ ସହ ଚୁକ୍ତି କରିଥିଲେ । ଏଭଳି ଘୋଷଣା କରି ହକି ଇଣ୍ଡିଆକୁ ବଡ ଭେଟି ଦେଇଛନ୍ତି ନବୀନ । ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବାକୁ ଏହି ଘୋଷଣା ସହ ଦ୍ୱିଗୁଣିତ କରିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ପୁରସ୍କୃତ କରିବା ସହ ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଲ ରକ୍ଷା ପାଇଁ ଗୋଲକିପର ସବିତା ପୁଣିଆଙ୍କୁ ୫ ଲକ୍ଷ, ବେଷ୍ଟ ଡିଫେଣ୍ଡର ଭାବେ ଦୀପଗ୍ରେସ ଏକ୍କାଙ୍କୁ ୫ ଲକ୍ଷ, ସୁଶୀଳା ଚାନୁଙ୍କୁ ୫ ଲକ୍ଷ, ଗୋଲ ଆସିଷ୍ଟ ପାଇଁ ରାଣୀ ରାମପାଲ ଓ ନବନିତ କୌରଙ୍କୁ ୫ ଲକ୍ଷ। ଗୁରଜିତ କୌର ଏବଂ ବନ୍ଦାଣ କାଟେରିଆଙ୍କୁ ସର୍ବାଧିକ ଗୋଲ ପାଇଁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସେହିପରି ଅଧିକ ଗୋଲ ରକ୍ଷା କରିଥିବାରୁ ଶ୍ରୀଜେସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଡିଫେନ୍ସ ପାଇଁ ରୂପିନ୍ଦର ପାଲଙ୍କୁ ୫ଲକ୍ଷ, ହରମନ ପ୍ରୀତ ସିଂହଙ୍କୁ ସର୍ବାଧିକ ଗୋଲ ଓ ମିଡ ଫିଲଡ଼ରେ ଭଲ ପାଇଁ ୧୦ ଲକ୍ଷ ଓ ମିଡ ଫିଲ୍ଡରେ ଭଲ ପ୍ରଦର୍ଶନ ପାଇଁ ଅମିତ ରୋହି ଦାସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଏଥିସହ ପ୍ରତ୍ୟେକ ମହିଳା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ଦଳର ସହଯୋଗୀ କାର୍ଯ୍ଯକର୍ତ୍ତାଙ୍କୁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସେପଟେ ଅଭୂତପୂର୍ବ ସ୍ୱାଗତରେ ଅଭିଭୂତ ହେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ଖେଳାଳି । କହିଛନ୍ତି ଓଡ଼ିଶାବାସୀଙ୍କ ଭଲ ପାଇବା ଆଉ କେଉଁଠି ବି ମିଳେନି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆମେ ଓଡ଼ିଶାରେ ଖେଳିଛୁ । ଗତ କିଛି ବର୍ଷ ହେଲା ଓଡ଼ିଶା ହକି ଇଣ୍ଡିଆର ମେରୁଦଣ୍ଡ ହୋଇ ରହିଛି । ଆଜି ଯଦି ଟୋକିଓରେ ଇଣ୍ଡିଆନ ହକି ଟିମ ମେଡାଲ ପାଇଛି କିମ୍ବା ମହିଳା ଟିମ ୪ର୍ଥ ସ୍ଥାନରେ ଫିନିସ କରିଛି ତାର ସବୁ ଶ୍ରେୟ ରାଜ୍ୟ ସରକାରଙ୍କର । ଓଡ଼ିଶାର ଭଲ ପାଇବା ଓ ସହଯୋଗ ପାଇଁ ହକି ଇଣ୍ଡିଆ ବହୁତ ଆଗକୁ ଯାଇଛି। ନିରନ୍ତର ଭାବେ ଓଡ଼ିଶା ସରକାର ସହଯୋଗ ଓ ପ୍ରୋତ୍ସାହନ କରୁଛନ୍ତି । କ୍ରିକେଟରେ ଗ୍ଲାମର ଥିବାରୁ ସମସ୍ତେ କ୍ରିକେଟ ପଛରେ ଦୌଡୁ ଥିଲେ । ହେଲେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ହକିକୁ ଆଗେଇ ନେବାକୁ ଆଗକୁ ଆସିଥିଲା । ଯାହା ଦ୍ୱାରା ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ କୀର୍ତ୍ତିମାନ ରଚିଛି ଭାରତୀୟ ହକି ଦଳ ।

17 Aug 2021 By The Sakala

ହକିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ବର: ହକିକୁ ନେଇ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଭାରତୀୟ ହକି ଦଳ ପାଇଁ ଜାରି ରହିବ ଓଡ଼ିଶାର ସମର୍ଥନ। ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଏ ନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଅଥାର୍ତ ୨୦୩୩ ଯାଏଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା । ପୂର୍ବରୁ ୨୦୧୮ରୁ ୨୦୨୩ ଯାଏଁ ଭାରତୀୟ ହକିର ପ୍ରାୟୋଜକ ରହିବାକୁ ରାଜ୍ୟ ସରକାର ହକି ଇଣ୍ଡିଆ ସହ ଚୁକ୍ତି କରିଥିଲେ । ଏଭଳି ଘୋଷଣା କରି ହକି ଇଣ୍ଡିଆକୁ ବଡ ଭେଟି ଦେଇଛନ୍ତି ନବୀନ । ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବାକୁ ଏହି ଘୋଷଣା ସହ ଦ୍ୱିଗୁଣିତ କରିଛନ୍ତି ନବୀନ।

ଲୋକସେବା ଭବନରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଭାରତୀୟ ମହିଳା ଓ ପୁରୁଷ ହକି ଦଳକୁ ପୁରସ୍କୃତ କରିବା ସହ ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୋଲ ରକ୍ଷା ପାଇଁ ଗୋଲକିପର ସବିତା ପୁଣିଆଙ୍କୁ ୫ ଲକ୍ଷ, ବେଷ୍ଟ ଡିଫେଣ୍ଡର ଭାବେ ଦୀପଗ୍ରେସ ଏକ୍କାଙ୍କୁ ୫ ଲକ୍ଷ, ସୁଶୀଳା ଚାନୁଙ୍କୁ ୫ ଲକ୍ଷ, ଗୋଲ ଆସିଷ୍ଟ ପାଇଁ ରାଣୀ ରାମପାଲ ଓ ନବନିତ କୌରଙ୍କୁ ୫ ଲକ୍ଷ। ଗୁରଜିତ କୌର ଏବଂ ବନ୍ଦାଣ କାଟେରିଆଙ୍କୁ ସର୍ବାଧିକ ଗୋଲ ପାଇଁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।

ସେହିପରି ଅଧିକ ଗୋଲ ରକ୍ଷା କରିଥିବାରୁ ଶ୍ରୀଜେସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଡିଫେନ୍ସ ପାଇଁ ରୂପିନ୍ଦର ପାଲଙ୍କୁ ୫ଲକ୍ଷ, ହରମନ ପ୍ରୀତ ସିଂହଙ୍କୁ ସର୍ବାଧିକ ଗୋଲ ଓ ମିଡ ଫିଲଡ଼ରେ ଭଲ ପାଇଁ ୧୦ ଲକ୍ଷ ଓ ମିଡ ଫିଲ୍ଡରେ ଭଲ ପ୍ରଦର୍ଶନ ପାଇଁ ଅମିତ ରୋହି ଦାସଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଏଥିସହ ପ୍ରତ୍ୟେକ ମହିଳା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ଦଳର ସହଯୋଗୀ କାର୍ଯ୍ଯକର୍ତ୍ତାଙ୍କୁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି ।

ସେପଟେ ଅଭୂତପୂର୍ବ ସ୍ୱାଗତରେ ଅଭିଭୂତ ହେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ଖେଳାଳି । କହିଛନ୍ତି ଓଡ଼ିଶାବାସୀଙ୍କ ଭଲ ପାଇବା ଆଉ କେଉଁଠି ବି ମିଳେନି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆମେ ଓଡ଼ିଶାରେ ଖେଳିଛୁ । ଗତ କିଛି ବର୍ଷ ହେଲା ଓଡ଼ିଶା ହକି ଇଣ୍ଡିଆର ମେରୁଦଣ୍ଡ ହୋଇ ରହିଛି । ଆଜି ଯଦି ଟୋକିଓରେ ଇଣ୍ଡିଆନ ହକି ଟିମ ମେଡାଲ ପାଇଛି କିମ୍ବା ମହିଳା ଟିମ ୪ର୍ଥ ସ୍ଥାନରେ ଫିନିସ କରିଛି ତାର ସବୁ ଶ୍ରେୟ ରାଜ୍ୟ ସରକାରଙ୍କର । ଓଡ଼ିଶାର ଭଲ ପାଇବା ଓ ସହଯୋଗ ପାଇଁ ହକି ଇଣ୍ଡିଆ ବହୁତ ଆଗକୁ ଯାଇଛି। ନିରନ୍ତର ଭାବେ ଓଡ଼ିଶା ସରକାର ସହଯୋଗ ଓ ପ୍ରୋତ୍ସାହନ କରୁଛନ୍ତି । କ୍ରିକେଟରେ ଗ୍ଲାମର ଥିବାରୁ ସମସ୍ତେ କ୍ରିକେଟ ପଛରେ ଦୌଡୁ ଥିଲେ । ହେଲେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ହକିକୁ ଆଗେଇ ନେବାକୁ ଆଗକୁ ଆସିଥିଲା । ଯାହା ଦ୍ୱାରା ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ କୀର୍ତ୍ତିମାନ ରଚିଛି ଭାରତୀୟ ହକି ଦଳ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର