ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାଗଚୀ- ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି-୨ରେ ବାଗଚୀ-ଶ୍ରୀଶଙ୍କର କ୍ୟାନସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ବାଗଚୀ କରୁଣାଶ୍ରୟ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେନ୍ଦ୍ର । ୨ ବର୍ଷ ଭିତରେ ଏହା ନିର୍ମାଣ ପାଇଁ ଲକ୍ଷ୍ୟ ରାଜ୍ୟ ସରକାର ରଖିଛନ୍ତି । ଯାହା ଆଗାମୀ […]

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି-୨ରେ ବାଗଚୀ-ଶ୍ରୀଶଙ୍କର କ୍ୟାନସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ବାଗଚୀ କରୁଣାଶ୍ରୟ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେନ୍ଦ୍ର । ୨ ବର୍ଷ ଭିତରେ ଏହା ନିର୍ମାଣ ପାଇଁ ଲକ୍ଷ୍ୟ ରାଜ୍ୟ ସରକାର ରଖିଛନ୍ତି । ଯାହା ଆଗାମୀ ଦିନରେ ଏକ ଷ୍ଟେଟ ଅଫ ଆର୍ଟରେ ପରିଣତ ହେବ ବୋଲି ନବୀନ ଆଶା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ରାଜ୍ୟକୁ ଖୁବଶୀଘ୍ର ମିଳିବ ଆଉ ଏକ ବିଶାଳ ସ୍ୱାସ୍ଥ୍ୟ ଭିତ୍ତିଭୂମି । ପୂର୍ବ ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ଆଜି ସ୍ୱପ୍ନକୁ ଦେଇଛନ୍ତି ବାସ୍ତବ ରୂପ । ଘୋଷଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଉପହାରରେ ଦେଇଛନ୍ତି ବିଶ୍ୱସ୍ତରୀୟ କର୍କଟ ହସ୍ପିଟାଲ ଓ ପାଲିଏଟିଭ କେୟାର ସେଣ୍ଟର । ଖୋର୍ଦ୍ଧା ଜଟଣୀ ନିକଟ ଇନଫୋଭ୍ୟାଲି ମୌଜାରେ କ୍ୟାନସର ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଗାମୀ ୨ ବର୍ଷ ଭିତରେ ସମ୍ପୂର୍ଣ୍ଣ ହୋଇ ଏହା ରାଜ୍ୟବାସୀଙ୍କୁ ସେବା ଯୋଗାଇ ଦେବ ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କିଛିଦିନ ତଳେ ଏହି ହସ୍ପିଟାଲ ନିର୍ମାଣ ପାଇଁ ୩୪୦ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ଏଥିପାଇଁ ଦରକାରୀ ଜମି ଏବଂ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏଠାରେ ଯେଉଁଦିନ ପ୍ରଥମ କ୍ୟାନସର ରୋଗୀ ଚିକିତ୍ସା ହୋଇ ସୁସ୍ଥ ହେବ ସେହିଦିନ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ବାଗଚୀ ଦମ୍ପତି ।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କ ଉପରେ ଅତ୍ୟାଚାର ଘଟଣାକୁ ତୀବ୍ର ନିନ୍ଦା କଲେ ନବୀନ; କହିଲେ, ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ବିଜେପି ସରକାରଙ୍କ ହୀନ ଉଦ୍ୟମ

ଓଡ଼ିଶାର କ୍ୟାନସର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ୪୦ ଏକର ଜାଗାରେ ବାଗଚୀ- ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟର ନାମରେ ଦୁଇଟି ଅନୁଷ୍ଠାନ ଏଠି କାର୍ଯ୍ୟ କରିବ । ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟରରେ ୧୧୦ଟି ବେଡ୍ ରହିବ । ଶ୍ରୀଶଙ୍କର ହସ୍ପିଟାଲର ମୁଖ୍ୟ ଡାକ୍ତର କରୁଣାନାଥ, କରୁଣାଶ୍ରୟ ଟ୍ରଷ୍ଟର ମୁଖ୍ୟ ଗୌମିତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

12 Jul 2021 By The Sakala

ବାଗଚୀ- ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି-୨ରେ ବାଗଚୀ-ଶ୍ରୀଶଙ୍କର କ୍ୟାନସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ବାଗଚୀ କରୁଣାଶ୍ରୟ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେନ୍ଦ୍ର । ୨ ବର୍ଷ ଭିତରେ ଏହା ନିର୍ମାଣ ପାଇଁ ଲକ୍ଷ୍ୟ ରାଜ୍ୟ ସରକାର ରଖିଛନ୍ତି । ଯାହା ଆଗାମୀ ଦିନରେ ଏକ ଷ୍ଟେଟ ଅଫ ଆର୍ଟରେ ପରିଣତ ହେବ ବୋଲି ନବୀନ ଆଶା କରିଛନ୍ତି ।

ରାଜ୍ୟକୁ ଖୁବଶୀଘ୍ର ମିଳିବ ଆଉ ଏକ ବିଶାଳ ସ୍ୱାସ୍ଥ୍ୟ ଭିତ୍ତିଭୂମି । ପୂର୍ବ ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ଆଜି ସ୍ୱପ୍ନକୁ ଦେଇଛନ୍ତି ବାସ୍ତବ ରୂପ । ଘୋଷଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଉପହାରରେ ଦେଇଛନ୍ତି ବିଶ୍ୱସ୍ତରୀୟ କର୍କଟ ହସ୍ପିଟାଲ ଓ ପାଲିଏଟିଭ କେୟାର ସେଣ୍ଟର । ଖୋର୍ଦ୍ଧା ଜଟଣୀ ନିକଟ ଇନଫୋଭ୍ୟାଲି ମୌଜାରେ କ୍ୟାନସର ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଗାମୀ ୨ ବର୍ଷ ଭିତରେ ସମ୍ପୂର୍ଣ୍ଣ ହୋଇ ଏହା ରାଜ୍ୟବାସୀଙ୍କୁ ସେବା ଯୋଗାଇ ଦେବ ।

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ କିଛିଦିନ ତଳେ ଏହି ହସ୍ପିଟାଲ ନିର୍ମାଣ ପାଇଁ ୩୪୦ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ଏଥିପାଇଁ ଦରକାରୀ ଜମି ଏବଂ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏଠାରେ ଯେଉଁଦିନ ପ୍ରଥମ କ୍ୟାନସର ରୋଗୀ ଚିକିତ୍ସା ହୋଇ ସୁସ୍ଥ ହେବ ସେହିଦିନ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ବାଗଚୀ ଦମ୍ପତି ।

ଓଡ଼ିଶାର କ୍ୟାନସର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ୪୦ ଏକର ଜାଗାରେ ବାଗଚୀ- ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟର ନାମରେ ଦୁଇଟି ଅନୁଷ୍ଠାନ ଏଠି କାର୍ଯ୍ୟ କରିବ । ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟରରେ ୧୧୦ଟି ବେଡ୍ ରହିବ । ଶ୍ରୀଶଙ୍କର ହସ୍ପିଟାଲର ମୁଖ୍ୟ ଡାକ୍ତର କରୁଣାନାଥ, କରୁଣାଶ୍ରୟ ଟ୍ରଷ୍ଟର ମୁଖ୍ୟ ଗୌମିତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର