ନବୀନ ସୃଷ୍ଟି କଲେ ନୂଆ ପରମ୍ପରା ; ନିଜସ୍ୱ ସମ୍ବଳରେ ଓଡ଼ିଶା କରିବ ବିପର୍ଯ୍ୟୟର ଭରଣା, ୟୁଜର କହିଲେ ରାଜ୍ୟ ପାଇଁ ନବୀନ ଭରସା

The Sakala Picture
Published On

ଭୁବନେଶ୍ୱର: ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି । ବ୍ୟକ୍ତିତ୍ୱ ଯେପରି ରାଜନୀତି ମଧ୍ୟ ସେହିପରି । ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବିମଥଗାମୀ ନୁହେଁ ବଂର ପରିଚାଳନାରେ ରାଜ୍ୟକୁ ଶକ୍ତ କରିଛନ୍ତି । ତାଙ୍କ ନିଷ୍ପତି ଏବଂ ନିର୍ଣ୍ଣୟ କେବେ ନିରାଦର […]

ଭୁବନେଶ୍ୱର: ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି । ବ୍ୟକ୍ତିତ୍ୱ ଯେପରି ରାଜନୀତି ମଧ୍ୟ ସେହିପରି । ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବିମଥଗାମୀ ନୁହେଁ ବଂର ପରିଚାଳନାରେ ରାଜ୍ୟକୁ ଶକ୍ତ କରିଛନ୍ତି । ତାଙ୍କ ନିଷ୍ପତି ଏବଂ ନିର୍ଣ୍ଣୟ କେବେ ନିରାଦର ହୁଏନି ବଂର ସବୁଠି ପ୍ରଶଂସା ସାଉଁଟେ । ଆଉ ଯେଉଁଥିପାଇଁ ତାଙ୍କୁ କୁହାଯାଏ ରାଷ୍ଟ୍ର ନାୟକ ନବୀନ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଏମିତି କିଛି ହ୍ୟାଜଟାଗ ଆଜି ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଯେଉଁଥିରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯିବା ସହ #Naveen4OdishaAlways ବୋଲି ଉଲ୍ଲେଖ ରହିଛି । ବାତ୍ୟା ହେଉ କିମ୍ବା ବନ୍ୟା । ଉତ୍ତମ ପରିଚାଳନା କରି ଧନଜୀବନକୁ ପ୍ରାଧାନ୍ୟ ଦେଇଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ଓଡ଼ିଶା ପାଇଁ ଉତ୍ସର୍ଗୀକୃତ ବୋଲି ସମ୍ବୋଧନ କରିଛନ୍ତି । ନବୀନ ସର୍ବଦା ଓଡିଶା ପାଇଁ, ଓଡିଶାର ସ୍ବାର୍ଥ ପାଇଁ ସର୍ବଦା ତାଙ୍କ କାର୍ଯ୍ୟ ବୋଲି ଟ୍ବିଟରେ ଲେଖିଛନ୍ତି ୟୁଜର ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡି଼ଶା ଗସ୍ତ କରିଥିବାବେଳେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ । ପୂର୍ବଭଳି ଏଠି ରାଜ୍ୟ ସରକାର କୌଣସି ସହାୟତା ତୁରନ୍ତ ଦେବାକୁ ଦାବି କରିନଥିଲେ, ବରଂ ଦୀର୍ଘମିଆଦି ଭାବେ କଣ ସବୁ ପଦକ୍ଷେପ ଆପଣା ଯାଇପାରିବ, ସେନେଇ ଜୋର ଦେଇଥିଲେ । ଦେଶରେ ବର୍ତ୍ତମାନ COVID19 ମହାମାରୀ ଉଗ୍ର ରୂପ ଧାରଣ କରିଥିବାରୁ ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଏବଂ ନିଜସ୍ୱ ସମ୍ବଳରେ ବାତ୍ୟା ‘ୟାସ୍’ ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ ବୋଲି କହିଥିଲେ । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ ରାଜ୍ୟ ସରକାର। ଏଥିସହିତ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ଦାବି ଜଣାଇଥିଲେ ।

ସେପଟେ ବାତ୍ୟା ୟାସରେ ସର୍ବାଧିକ କ୍ଷତି ଓଡିଶାରେ ହୋଇଥିବା ବେଳେ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଥିଲେ । କିନ୍ତୁ ଅନ୍ୟପଟେ ପଶ୍ଚିମବଙ୍ଗରେ ଆଶିଂକ ପ୍ରଭାବ ପଡିଥିବା ସ୍ୱତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବିଳମ୍ବରେ ଆସିଥିଲେ । ଏହାସହ ଅଧିକ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଓଡି଼ଶା ସରକାରଙ୍କ ଏହି ନିଷ୍ପତିକୁ ଟ୍ବିଟରରେ ପ୍ରଶଂସା କରାଯାଇଥିବାବେଳେ ନବୀନ ସର୍ବଦା ଓଡିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଉଲ୍ଲେଖ କରିଥିଲେ ।

28 May 2021 By The Sakala

ନବୀନ ସୃଷ୍ଟି କଲେ ନୂଆ ପରମ୍ପରା ; ନିଜସ୍ୱ ସମ୍ବଳରେ ଓଡ଼ିଶା କରିବ ବିପର୍ଯ୍ୟୟର ଭରଣା, ୟୁଜର କହିଲେ ରାଜ୍ୟ ପାଇଁ ନବୀନ ଭରସା

ଭୁବନେଶ୍ୱର: ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି । ବ୍ୟକ୍ତିତ୍ୱ ଯେପରି ରାଜନୀତି ମଧ୍ୟ ସେହିପରି । ପ୍ରାକୃତିକ ବିପର୍ଯ୍ୟୟ ଭିତରେ ବିମଥଗାମୀ ନୁହେଁ ବଂର ପରିଚାଳନାରେ ରାଜ୍ୟକୁ ଶକ୍ତ କରିଛନ୍ତି । ତାଙ୍କ ନିଷ୍ପତି ଏବଂ ନିର୍ଣ୍ଣୟ କେବେ ନିରାଦର ହୁଏନି ବଂର ସବୁଠି ପ୍ରଶଂସା ସାଉଁଟେ । ଆଉ ଯେଉଁଥିପାଇଁ ତାଙ୍କୁ କୁହାଯାଏ ରାଷ୍ଟ୍ର ନାୟକ ନବୀନ ।

ଏମିତି କିଛି ହ୍ୟାଜଟାଗ ଆଜି ଟ୍ୱିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଯେଉଁଥିରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯିବା ସହ #Naveen4OdishaAlways ବୋଲି ଉଲ୍ଲେଖ ରହିଛି । ବାତ୍ୟା ହେଉ କିମ୍ବା ବନ୍ୟା । ଉତ୍ତମ ପରିଚାଳନା କରି ଧନଜୀବନକୁ ପ୍ରାଧାନ୍ୟ ଦେଇଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକେ ଓଡ଼ିଶା ପାଇଁ ଉତ୍ସର୍ଗୀକୃତ ବୋଲି ସମ୍ବୋଧନ କରିଛନ୍ତି । ନବୀନ ସର୍ବଦା ଓଡିଶା ପାଇଁ, ଓଡିଶାର ସ୍ବାର୍ଥ ପାଇଁ ସର୍ବଦା ତାଙ୍କ କାର୍ଯ୍ୟ ବୋଲି ଟ୍ବିଟରେ ଲେଖିଛନ୍ତି ୟୁଜର ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡି଼ଶା ଗସ୍ତ କରିଥିବାବେଳେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । ବାତ୍ୟା ଦ୍ୱାରା ହୋଇଥିବା ବ୍ୟାପକ କ୍ଷତି ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ଜଣାଇଥିଲେ । ପୂର୍ବଭଳି ଏଠି ରାଜ୍ୟ ସରକାର କୌଣସି ସହାୟତା ତୁରନ୍ତ ଦେବାକୁ ଦାବି କରିନଥିଲେ, ବରଂ ଦୀର୍ଘମିଆଦି ଭାବେ କଣ ସବୁ ପଦକ୍ଷେପ ଆପଣା ଯାଇପାରିବ, ସେନେଇ ଜୋର ଦେଇଥିଲେ । ଦେଶରେ ବର୍ତ୍ତମାନ COVID19 ମହାମାରୀ ଉଗ୍ର ରୂପ ଧାରଣ କରିଥିବାରୁ ଏହି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ନ କରିବା ପାଇଁ ନିଷ୍ପତି ନେଇଥିଲେ ମୁଖ୍ୟମନ୍ତ୍ରୀ ।

ଏବଂ ନିଜସ୍ୱ ସମ୍ବଳରେ ବାତ୍ୟା ‘ୟାସ୍’ ଘଟାଇଥିବା ବିପର୍ଯ୍ୟୟର ମୁକାବିଲା କରିବୁ ବୋଲି କହିଥିଲେ । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ବିପର୍ଯ୍ୟୟ ନିରୋଧୀ ଭାବେ ପ୍ରସ୍ତୁତ କରିବା ପାଇଁ ଦୀର୍ଘମିଆଦି ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ ରାଜ୍ୟ ସରକାର। ଏଥିସହିତ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ବିକାଶ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ବାତ୍ୟା ନିରୋଧୀ ବନ୍ଧ ନିର୍ମାଣ ପାଇଁ ଦାବି ଜଣାଇଥିଲେ ।

ସେପଟେ ବାତ୍ୟା ୟାସରେ ସର୍ବାଧିକ କ୍ଷତି ଓଡିଶାରେ ହୋଇଥିବା ବେଳେ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଥିଲେ । କିନ୍ତୁ ଅନ୍ୟପଟେ ପଶ୍ଚିମବଙ୍ଗରେ ଆଶିଂକ ପ୍ରଭାବ ପଡିଥିବା ସ୍ୱତେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବିଳମ୍ବରେ ଆସିଥିଲେ । ଏହାସହ ଅଧିକ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଓଡି଼ଶା ସରକାରଙ୍କ ଏହି ନିଷ୍ପତିକୁ ଟ୍ବିଟରରେ ପ୍ରଶଂସା କରାଯାଇଥିବାବେଳେ ନବୀନ ସର୍ବଦା ଓଡିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଉଲ୍ଲେଖ କରିଥିଲେ ।

https://www.thesakala.in/latest-odisha-news/cm-naveen-created-a-new-tradition-twitter-trending-now-naveen4odishaalways/article-2462
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର