ଆଜି ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ପ୍ରଥମ କିସ୍ତିର ଟଙ୍କା

The Sakala Picture
Published On

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍‌‌ କିଷାନ ଯୋଜନାର ଶୁଭାରମ୍ଭ କରିବେ। ସମ୍ବଲପୁରସ୍ଥିତ ତପସ୍ୱିନୀ ହଲ୍‌‌ଠାରେ ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ୯୨୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଡିବିଟି ମାଧ୍ୟମରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଏମ୍‌‌ କିଷାନ ପୋର୍ଟାଲର ଉନ୍ମୋଚନ […]

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍‌‌ କିଷାନ ଯୋଜନାର ଶୁଭାରମ୍ଭ କରିବେ। ସମ୍ବଲପୁରସ୍ଥିତ ତପସ୍ୱିନୀ ହଲ୍‌‌ଠାରେ ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ୯୨୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଡିବିଟି ମାଧ୍ୟମରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଏମ୍‌‌ କିଷାନ ପୋର୍ଟାଲର ଉନ୍ମୋଚନ କରିବେ। ଏହାସହ ପିଏମ୍‌‌ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ସହ କୃଷକ ଓଡ଼ିଶା ୟୁନିଫାଏଡ୍‌‌ ପୋର୍ଟାଲର ମଧ୍ୟ ଉନ୍ମୋଚନ କରାଯିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ମାମଲା: ଭୟଭୀତ ନହେବାକୁ ପରାମର୍ଶ, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର କଡ଼ା ନଜର

ସୂଚନାଯୋଗ୍ୟ ଯେ ସିଏମ୍‌‌ କିଷାନ ପୋର୍ଟାଲ ଅଧିନରେ ସିଏମ୍‌‌ କିଷାନ ଓ ପିଏମ୍‌‌ କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜୀକରଣ କରାଯାଇପାରିବ। ସେହିପରି ପିଏମ୍‌‌ କିଷାନ ଯୋଜନାରେ ସ୍ୱତନ୍ତ୍ର ପଦକ୍ଷେପ ଭାବେ ଆଗାମୀ ୨ ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ପିଏମ୍‌‌ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ଆଜିଠାରୁ ଆରମ୍ଭ ହେବ। ଅପରପକ୍ଷେ କୃଷକ ଓଡ଼ିଶା ୟୁନିଫାଏ୍‌‌ ପୋର୍ଟାଲ ମାଧ୍ୟମରେ ଚାଷୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗିକ ବିଭାଗ ସମ୍ବନ୍ଧୀୟ ଯୋଜନାରେ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର