ବିଧାନସଭାରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ, କେଉଁ ବିଭାଗକୁ କେତେ ହେଲା ବ୍ୟୟବରାଦ...
ଭୁବନେଶ୍ୱର: ବିଧାନସଭାରେ ୨୦୨୫-୨୬ର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ମୋଟ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରାଯାଇଛି । ଗୃହରେ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ସରକାର । ସରକାରୀ ଯୋଜନା, ଉନୟନମୁଳକ କାର୍ଯ୍ୟକ୍ରମ ବାବଦରେ ୧୩,୭୧୬ କୋଟି ଟଙ୍କା ଏବଂ ପ୍ରଶାସନିକ କାର୍ଯ୍ୟ ବାବଦକୁ ୩,୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି।
ଆହୁରି ପଢ଼ନ୍ତୁ: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫





