ସାଂସଦ ଅମର ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ‘ପାଣ୍ଡେମିକ୍ ଡିସରପସନ୍ସ ଏଣ୍ଡ ଓଡ଼ିଶାଜ୍ ଲେସନ ଇନ୍ ଗଭର୍ଣ୍ଣାନ୍ସ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ପାଣ୍ଡେମିକ୍ ଡିସରପସନ୍ସ ଏଣ୍ଡ ଓଡ଼ିଶାଜ୍ ଲେସନ ଇନ୍ ଗଭର୍ଣ୍ଣାନ୍ସ’ର ଉନ୍ମୋଚନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ନବୀନ ନିବାସରେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ପୁସ୍ତକଟିରେ ମୁଖ୍ୟତଃ କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରସଙ୍ଗ ସହ ଓଡ଼ିଶା ସରକାର କିପରି କରୋନା ମହାମାରୀର ସଫଳ ମୁକାବିଲା କରିଛନ୍ତି ସେନେଇ ଉଲ୍ଲେଖ ରହିଛି। CM @Naveen_Odisha released the […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ପାଣ୍ଡେମିକ୍ ଡିସରପସନ୍ସ ଏଣ୍ଡ ଓଡ଼ିଶାଜ୍ ଲେସନ ଇନ୍ ଗଭର୍ଣ୍ଣାନ୍ସ’ର ଉନ୍ମୋଚନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ନବୀନ ନିବାସରେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ପୁସ୍ତକଟିରେ ମୁଖ୍ୟତଃ କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରସଙ୍ଗ ସହ ଓଡ଼ିଶା ସରକାର କିପରି କରୋନା ମହାମାରୀର ସଫଳ ମୁକାବିଲା କରିଛନ୍ତି ସେନେଇ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ପୁସ୍ତକଟିରେ ମୁଖ୍ୟତଃ ମହାମାରୀ ବର୍ଷ ଅର୍ଥାତ୍ ୨୦୨୦-୨୧ରୁ ୨୦୨୧-୨୨ ମଧ୍ୟରେ ସମସାମୟିକ ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ନେଇ ପ୍ରବନ୍ଧ ଗୁଡ଼ିକ ରଚନା କରାଯାଇଛି। ଯେବେଠାରୁ କରୋନା ମହାମାରୀ ଦୁନିଆକୁ ପ୍ରଭାବିତ କରିଛି, ସେବେଠାରୁ ବିଭିନ୍ନ ପ୍ରକାରର ଅସୁବିଧା ବିଶ୍ୱବ୍ୟାପୀ ଦେଖାଦେଇଛି। ଏହାର ଅନୁଶୀଳନ ହେବା ଆବଶ୍ୟକ ଥିବାବେଳେ ବର୍ତ୍ତମାନ ବିଶ୍ୱ ଦୃଶ୍ୟପଟରେ ଭାରତର ସ୍ଥାନ କେଉଁଠି ତାହା ଜାଣିବାର ଆବଶ୍ୟକତା ରହିଛି ବୋଲି ପୁସ୍ତକଟିରେ ଡ. ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ବିଶେଷକରି ସ୍ୱାସ୍ଥ୍ୟସେବା, ଟୀକା, ପିଲାମାନଙ୍କ ପାଇଁ ଅନଲାଇନ ଶିକ୍ଷା ଏବଂ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବର୍ତ୍ତମାନ ଜ୍ଞାନକୌଶଳର ଅଧିକ ବ୍ୟବହାର ଫଳରେ ଡାଟା ଗୋପନୀୟତା ଏବଂ ନାଗରିକମାନଙ୍କର ବ୍ୟକ୍ତିଗତ ଗୋପନୀୟତା ପରି ପରି ପ୍ରସଙ୍ଗ ସମ୍ପର୍କରେ ପୁସ୍ତକରେ ଆଲୋଚନା ହୋଇଥିବା ବେଳେ ବିପର୍ଯ୍ୟୟ ପରିଚାଳନାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି।

ଅନ୍ୟପକ୍ଷରେ ପୁସ୍ତକଟିରେ ଓଡ଼ିଶା ସରକାରଙ୍କ ସଫଳତା ସମ୍ପର୍କେର ବିଶଦ୍ ଭାବେ ଆଲୋଚନା କରାଯାଇଛି। ରାଜ୍ୟ ସରକାର ୫-ଟି ଉପକ୍ରମକୁ ଉପଯୋଗ କରି କିପରି ବିକାଶ ରାସ୍ତାରେ ଅଗ୍ରସିତ ହୋଇପାରିଛନ୍ତି ଏବଂ ଉନ୍ନୟନ ଏବଂ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କିପରି ଓଡ଼ିଶା ମଡେଲ ଅନ୍ୟଙ୍କ ପାଇଁ ଗ୍ରହଣୀୟ ହୋଇପାରିଛି ସେନେଇ ଡ. ପଟ୍ଟନାୟକ ବିସ୍ତୃତ ଭାବେ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

12 Oct 2022 By The Sakala

https://www.thesakala.in/latest-odisha-news/cm-launched-the-book-pandemic-disruptions-and-odishas-lessons-in-governance-written-by-mp-amar-patnaik/article-15666
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର