ନାଗରିକମାନଙ୍କୁ ଟେକ୍ନୋଲୋଜି ଆଧାରିତ ଅପରାଧରୁ ରକ୍ଷା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ : ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଓ ୩ଟି ଉନ୍ନତ(ଅପଗ୍ରେଡ୍‌ ପୁଲିସ ଷ୍ଟେସନ)ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ମୋଡ୍‌ରେ ଥାନାର ଉଦ୍‌ଘାଟନ କରିବା ସହ କହିଛନ୍ତି ଯେ ଟେକ୍ନୋଲୋଜି ଆଧାରିତ ଅପରାଧର ମୁକାବିଲା ପାଇଁ ଏବଂ ଓଡ଼ିଶାର ଲୋକଙ୍କୁ ଆଧୁନିକ ପୁଲିସିଂ ସିଷ୍ଟମ ସହିତ ତାଲିମପ୍ରାପ୍ତ ପୁଲିସ୍ ଫୋର୍ସ ଯୋଗାଇଦେବାକୁ ତାଙ୍କ ସରକାର ପ୍ରତିବଦ୍ଧ। ବର୍ତ୍ତମାନ ଅପରାଧ ସାମ୍ରାଜ୍ୟରେ ସାଇବର ଅପରାଧ ଏକ ପ୍ରମୁଖ […]

ଭୁବନେଶ୍ୱର : ରାଜ୍ୟରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଓ ୩ଟି ଉନ୍ନତ(ଅପଗ୍ରେଡ୍‌ ପୁଲିସ ଷ୍ଟେସନ)ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ମୋଡ୍‌ରେ ଥାନାର ଉଦ୍‌ଘାଟନ କରିବା ସହ କହିଛନ୍ତି ଯେ ଟେକ୍ନୋଲୋଜି ଆଧାରିତ ଅପରାଧର ମୁକାବିଲା ପାଇଁ ଏବଂ ଓଡ଼ିଶାର ଲୋକଙ୍କୁ ଆଧୁନିକ ପୁଲିସିଂ ସିଷ୍ଟମ ସହିତ ତାଲିମପ୍ରାପ୍ତ ପୁଲିସ୍ ଫୋର୍ସ ଯୋଗାଇଦେବାକୁ ତାଙ୍କ ସରକାର ପ୍ରତିବଦ୍ଧ। ବର୍ତ୍ତମାନ ଅପରାଧ ସାମ୍ରାଜ୍ୟରେ ସାଇବର ଅପରାଧ ଏକ ପ୍ରମୁଖ ଅପରାଧ ଭାବେ ଦୃତ ଗତିରେ ବୃଦ୍ଧି ପାଉଛି। ସବୁଠୁ ଚିନ୍ତା ଜନକ ବିଷୟ ହେଉଛି ଯେ ଅଜ୍ଞାତ ବ୍ୟକ୍ତି ହିଁ ଏହି ଅପରାଧ କରୁଛନ୍ତି ଏବଂ ସେ କେଉଁଠୁ ଏହା କରୁଛନ୍ତି ତାର ପ୍ରାଧିକରଣ ସୀମା ଦ୍ୱାରା ସୀମିତ ନୁହେଁ । ଯେହେତୁ ସୂଚନା ଉତ୍ସ ବିଦେଶୀ ଦେଶରେ ବିଦ୍ୟମାନ ସର୍ଭରରେ ସର୍ବଦା ଆଧାରିତ, ଅପରାଧୀଙ୍କ ବିରୋଧରେ ପ୍ରମାଣ ସଂଗ୍ରହ ପ୍ରକୃତରେ ଚ୍ୟାଲେଞ୍ଜ ହୋଇଥାଏ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅର୍ଥନୈତିକ ଅପରାଧ ଏକ ପ୍ରମୁଖ ଅପରାଧ ଭାବରେ ଉଭା ହୋଇଛି ଯାହା କେବଳ ବ୍ୟକ୍ତିଗତ ନାଗରିକଙ୍କୁ ପ୍ରଭାବିତ କରେ ନାହିଁ ବରଂ ଆମ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଗଭୀର ଆଘାତ ଦେଇଥାଏ। ଯାହାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଆଜି ୧୪ଟି ସାଇବର ଥାନା ଆରମ୍ଭ କରାଯାଇଛି। ଏହି ପୁଲିସ ଷ୍ଟେସନରେ ୧୫୪ ପୁଲିସ କର୍ମଚାରୀ ଓ ୯୦ ଜଣ ବିଶେଷଜ୍ଞ ନିୟୋଜିତ ହେବେ। ଏଥି ସହିତ ଥାନାଗୁଡିକୁ ଅର୍ଥନୈତିକ  ଏବଂ ସାଇବର ଅପରାଧର ଅନୁସନ୍ଧାନ ପାଇଁ ଆବଶ୍ୟକୀୟ ସମସ୍ତ ଅତ୍ୟାଧୁନିକ ହାର୍ଡୱେୟାର ଏବଂ ସଫ୍ଟୱେୟାର ପ୍ରଦାନ କରାଯିବ। ଏହା ବ୍ୟତୀତ ଫାଇନାନସ ଓ ଆକାଉଣ୍ଟ ଆନାଲିସିଷ୍ଟ, ଆଇଟି ଏକ୍ସପର୍ଟ, ସାଇବର ଫରେନସିକ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞକୁ ଥାନାରେ ନିୟୋଜିତ କରାଯିବ ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ପୂର୍ବରୁ ରାଜ୍ୟରେ  ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁର ରେ କାର୍ଯ୍ୟ କରୁଥିବା ବେଳେ ଆଜି  କଟକ, ଭୁବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଂଜ,ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ ନୂଆ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଶୁଭାରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଏଥି ସହିତ କମିଶନରେଟ ପୁଲିସ ଅଧୀନରେ ଆଜି ତିନୋଟି ନୂଆ ଅପଗ୍ରେଡ୍‌ ପୁଲିସ ଷ୍ଟେସନର ଉଦ୍‌ଘାଟନ ହୋଇଛି । ଭୁବନେଶ୍ୱର ଇମ୍ଫୋଭ୍ୟାଲି  ଓ ପାହାଳରେ ନୂଆ ଥାନା ଖୋଲିଥିବା ବେଳେ କଟକ ଇଉପିଡ଼ିରେ ସଦର ଥାନା ଅଧୀନରେ ଏକ ନୂଆ ଥାନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପୁଲିସ୍ ଷ୍ଟେସନ୍ ଗୁଡିକ ସେହି ଅଞ୍ଚଳର ନାଗରିକଙ୍କ ଦୀର୍ଘ ଦିନର ଦାବି ପୂରଣ କରିବ।

ନୂଆ ପୁଲିସ ଥାନା ସାଇବର ଓ ଆର୍ଥିକ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପୋଲିସ ଡିଜି ଅଭୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି ଅପରେସନ୍ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭର୍ଚୁଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର