କଳିଙ୍ଗ ଷ୍ଟାଡିୟମରେ ଅତ୍ୟାଧୁନିକ ଟେନିସ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏକାଠି ବସି ଦେଖିପାରିବେ ୧୫୦୦ ଦର୍ଶକ

The Sakala Picture
Published On

ଭୁବନେଶ୍ବର: ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଦେଶର ପ୍ରମୁଖ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏବେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର ଯୋଡି ହୋଇଛି। ଆଇଟିଏଫ ସ୍ୱୀକୃତି ପ୍ରାପ୍ତ କୋର୍ଟ ଥିବା ବିଶ୍ୱସ୍ତରୀୟ ଟେନିସ ସେଣ୍ଟରକୁ ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଟେନିସ ସେଣ୍ଟରରେ ଖେଳାଳିଙ୍କ ପାଇଁ […]

ଭୁବନେଶ୍ବର: ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଦେଶର ପ୍ରମୁଖ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏବେ ଏକ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର ଯୋଡି ହୋଇଛି। ଆଇଟିଏଫ ସ୍ୱୀକୃତି ପ୍ରାପ୍ତ କୋର୍ଟ ଥିବା ବିଶ୍ୱସ୍ତରୀୟ ଟେନିସ ସେଣ୍ଟରକୁ ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଏହି ଟେନିସ ସେଣ୍ଟରରେ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସବୁ ରହିଛି। ଟେନିସ ସେଣ୍ଟରରେ ଫ୍ଲଡ୍ ଲାଇଟ୍ ସହ ସିନ୍ଥେଟିକ କୋର୍ଟ ବିଛାଯାଇଛି । ସେଣ୍ଟର କୋର୍ଟ ପାଇଁ ୧୫୦୦ ଦର୍ଶକ କ୍ଷମତା ସହିତ ଏହା ପରିସରରେ ୧୬୦ ଆସନ ବିଶିଷ୍ଟ ଅଡିଟୋରିୟମ୍‌, ମେଡିକାଲ୍ ଓ ଫିଜିଓଥେରାପି ରୁମ୍‌, ପ୍ଲେୟାର୍‌ ଚେଞ୍ଜିଂ ରୁମ୍‌, ମେଡିଆ ସେଣ୍ଟର, ଅମ୍ପାୟାର୍‌, ପ୍ରଶିକ୍ଷକଙ୍କ ପାଇଁ ମଧ୍ୟ ବିଶ୍ବସ୍ତରୀୟ ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏଥି ସହିତ ଏପ୍ରିଲ୍‌ ୪ ତାରିଖରୁ ସେଣ୍ଟର୍ କୋର୍ଟରେ ମଧ୍ୟ ଆଇଟିଏଫ୍‌ ଏସୀୟ ଜୁନିୟର୍‌ ଟେନିସ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଜୁନିୟର ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଡେଭିସ କପ ଆୟୋଜନ ପାଇଁ ଓଡ଼ିଶା ବିଡ଼ିଂରେ ଭାଗନେବ ସୂଚନା ମିଳିଛି । ନୂଆ ଷ୍ଟାଡିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବରୁ ରହିଛି । ଯେଉଁଠି ୬ଟି ସିନ୍ଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର