ମନୋରଞ୍ଜନ
ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ: ପ୍ରଣବ ପ୍ରକାଶ
ଭୁବନେଶ୍ୱର: ଜନବିରୋଧୀ କାର୍ଯ୍ୟକୁ କେବେବି ପ୍ରଶୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନବିରୋଧୀ ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। ପୂର୍ବରୁ ମଧ୍ୟ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠୁ ଆଗରେ। […]
ଭୁବନେଶ୍ୱର: ଜନବିରୋଧୀ କାର୍ଯ୍ୟକୁ କେବେବି ପ୍ରଶୟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନବିରୋଧୀ ନେତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। ପୂର୍ବରୁ ମଧ୍ୟ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି ଓଡ଼ିଶାବାସୀଙ୍କ ସ୍ବାର୍ଥ ସବୁଠୁ ଆଗରେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କେବେବି ଜନବିରୋଧୀ କାର୍ଯ୍ୟକୁ ପ୍ରଶ୍ରୟ ଦେଇନାହାନ୍ତି। ପୂର୍ବରୁ ମଧ୍ୟ ସେ ନିଜ ଦଳର ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଆଜିର କାର୍ଯ୍ୟାନୁଷ୍ଠାନ ଏହାକୁ ପୁଣିଥରେ ପ୍ରମାଣିତ କରିଛି। ଓଡ଼ିଶାବାସୀଙ୍କ ସ୍ଵାର୍ଥ ସବୁଠୁ ଆଗରେ। ଜୟ ଜଗନ୍ନାଥ🙏
ଆହୁରି ପଢ଼ନ୍ତୁ: ସିଫା ଗେଟ୍ ନିକଟ ଜାତୀୟ ରାଜପଥରେ କିନ୍ନରଙ୍କୁ ବିଭତ୍ସ୍ୟ ହତ୍ୟା— Pranab Prakash Das (@pranabpdas) September 21, 2023
ଆହୁରି ପଢ଼ନ୍ତୁ: ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୩ ବର୍ଷର ନାବାଳକ
ଉଲ୍ଲେଖଯୋଗ୍ୟ, ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଜନବିରୋଧୀ କାର୍ଯ୍ୟ ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ।





