ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଏମ୍ସରେ ବିପର୍ଯ୍ଯସ୍ତ ପରିମଳ ବ୍ଯବସ୍ଥା, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚାରିଆଡ଼େ କୁଢ଼କୁଢ଼ ଅଳିଆ

The Sakala Picture
Published On

ଭୁବନେଶ୍ବର: ଏମ୍ସରେ ବିପର୍ଯ୍ଯସ୍ତ ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚାରିଆଡ଼େ କୁଢ଼କୁଢ଼ ଅଳିଆ । ଠିକା ସଂସ୍ଥାର ଶୋଷଣ ନୀତି ଅଭିଯୋଗରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସଂପୃକ୍ତ ଠିକା ସଂସ୍ଥା କୌଣସି ସୁବିଧା ସୁଯୋଗ ନଦେଇ ଓଲଟି ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପଟେ କର୍ମଚାରୀଙ୍କ ଅଭିଯୋଗକୁ ଭୀତ୍ତିହୀନ ବୋଲି କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ । ଡଷ୍ଟବିନ, ଟଏଲେଟ, ୱାର୍ଡ । ସବୁଠି […]

ଭୁବନେଶ୍ବର: ଏମ୍ସରେ ବିପର୍ଯ୍ଯସ୍ତ ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚାରିଆଡ଼େ କୁଢ଼କୁଢ଼ ଅଳିଆ । ଠିକା ସଂସ୍ଥାର ଶୋଷଣ ନୀତି ଅଭିଯୋଗରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସଂପୃକ୍ତ ଠିକା ସଂସ୍ଥା କୌଣସି ସୁବିଧା ସୁଯୋଗ ନଦେଇ ଓଲଟି ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପଟେ କର୍ମଚାରୀଙ୍କ ଅଭିଯୋଗକୁ ଭୀତ୍ତିହୀନ ବୋଲି କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ଡଷ୍ଟବିନ, ଟଏଲେଟ, ୱାର୍ଡ । ସବୁଠି କୁଢକୁଢ ଅଳିଳା, ଗଦାଗଦା ଆବର୍ଜନା । ଖୋଦ୍ ଭୁବନେଶ୍ବର ଏମ୍ସରେ ଏଭଳି ବିକଳ ଅବସ୍ଥା । ହସ୍ପିଟାଲରେ ଏକଦମ ବିପର୍ଯ୍ଯସ୍ତ ହୋଇଯାଇଛି ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ସଫେଇ କାମ । ଠିକା ସଂସ୍ଥାର ମନମାନୀ ଓ ଶୋଷଣ ନୀତି ବିରୋଧରେ ପ୍ରାୟ ହଜାରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସମସ୍ଯା ସୃଷ୍ଟି ହୋଇଛି । ଫଳରେ ଡାକ୍ତରଖାନାର ବାହାରଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡ, ବାଥରୁମରେ ଆବର୍ଜନା ଜମି ରହିଛି । କର୍ମଚାରୀ ଅଭିଯୋଗ କରିଛନ୍ତି, ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ସେମାନଙ୍କ ଉପରେ ଜୁଲମ କରୁଛି । ନା ଠିକ ସମୟରେ ଦରମା ମିଳୁଛି ନା ଦରମା ବଢୁଛି । ଏମିତିକି ମାସରେ ୪ ଦିନ ଛୁଟି ବି ମିଳୁନି ।

ଆହୁରି ପଢ଼ନ୍ତୁ: ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ୭୬ ବର୍ଷ ବୟସରେ ପରଲୋକ

କର୍ମଚାରୀଙ୍କ କହିବା କଥା ହେଲା, ପୂର୍ବରୁ ଦୁଇଟି ସଂସ୍ଥା ଅଧୀନରେ ସେମାନେ କାମ କରୁଥିଲେ । ଏବେ ଆଉ ଏକ ନୂଆ ସଂସ୍ଥାକୁ ଏମ୍ସ କର୍ତ୍ତୃପକ୍ଷ ଦାୟିତ୍ବ ଦେଇଛନ୍ତି । ହେଲେ ଏହି ଠିକା ସଂସ୍ଥା ବିଭିନ୍ନ ସମୟରେ କର୍ମଚାରୀଙ୍କୁ ଶୋଷଣ କରୁଛି । ଇଏସଆଇ ଓ ଇପିଏଫରୁ ସେମାନଙ୍କୁ ବଞ୍ଚିତ ରଖାଯାଇଛି । କେହି ପ୍ରତିବାଦ କଲେ ସେମାନଙ୍କୁ ଟାର୍ଗେଟ କରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଠିକା ସଂସ୍ଥା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଆଲୋଚନା ମାଧ୍ଯମରେ ସମସ୍ଯାର ସମାଧାନ ହେବ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ପହିଲି ରଜରେ ୪ କୋଟି ଟଙ୍କାର ଆମିଷ ଖାଇଦେଲେ ରାଜଧାନୀବାସୀ

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରୋଗୀମାନେ ମଧ୍ଯ ସନ୍ତସନ୍ତ ହେଉଛନ୍ତି । ଏଣୁ ତୁରନ୍ତ ଠିକା ସଂସ୍ଥା ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଦାବି ହୋଇଛି ।

01 Aug 2024 By The Sakala

ଏମ୍ସରେ ବିପର୍ଯ୍ଯସ୍ତ ପରିମଳ ବ୍ଯବସ୍ଥା, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚାରିଆଡ଼େ କୁଢ଼କୁଢ଼ ଅଳିଆ

ଭୁବନେଶ୍ବର: ଏମ୍ସରେ ବିପର୍ଯ୍ଯସ୍ତ ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚାରିଆଡ଼େ କୁଢ଼କୁଢ଼ ଅଳିଆ । ଠିକା ସଂସ୍ଥାର ଶୋଷଣ ନୀତି ଅଭିଯୋଗରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସଂପୃକ୍ତ ଠିକା ସଂସ୍ଥା କୌଣସି ସୁବିଧା ସୁଯୋଗ ନଦେଇ ଓଲଟି ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପଟେ କର୍ମଚାରୀଙ୍କ ଅଭିଯୋଗକୁ ଭୀତ୍ତିହୀନ ବୋଲି କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ ।

ଡଷ୍ଟବିନ, ଟଏଲେଟ, ୱାର୍ଡ । ସବୁଠି କୁଢକୁଢ ଅଳିଳା, ଗଦାଗଦା ଆବର୍ଜନା । ଖୋଦ୍ ଭୁବନେଶ୍ବର ଏମ୍ସରେ ଏଭଳି ବିକଳ ଅବସ୍ଥା । ହସ୍ପିଟାଲରେ ଏକଦମ ବିପର୍ଯ୍ଯସ୍ତ ହୋଇଯାଇଛି ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ସଫେଇ କାମ । ଠିକା ସଂସ୍ଥାର ମନମାନୀ ଓ ଶୋଷଣ ନୀତି ବିରୋଧରେ ପ୍ରାୟ ହଜାରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସମସ୍ଯା ସୃଷ୍ଟି ହୋଇଛି । ଫଳରେ ଡାକ୍ତରଖାନାର ବାହାରଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡ, ବାଥରୁମରେ ଆବର୍ଜନା ଜମି ରହିଛି । କର୍ମଚାରୀ ଅଭିଯୋଗ କରିଛନ୍ତି, ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ସେମାନଙ୍କ ଉପରେ ଜୁଲମ କରୁଛି । ନା ଠିକ ସମୟରେ ଦରମା ମିଳୁଛି ନା ଦରମା ବଢୁଛି । ଏମିତିକି ମାସରେ ୪ ଦିନ ଛୁଟି ବି ମିଳୁନି ।

କର୍ମଚାରୀଙ୍କ କହିବା କଥା ହେଲା, ପୂର୍ବରୁ ଦୁଇଟି ସଂସ୍ଥା ଅଧୀନରେ ସେମାନେ କାମ କରୁଥିଲେ । ଏବେ ଆଉ ଏକ ନୂଆ ସଂସ୍ଥାକୁ ଏମ୍ସ କର୍ତ୍ତୃପକ୍ଷ ଦାୟିତ୍ବ ଦେଇଛନ୍ତି । ହେଲେ ଏହି ଠିକା ସଂସ୍ଥା ବିଭିନ୍ନ ସମୟରେ କର୍ମଚାରୀଙ୍କୁ ଶୋଷଣ କରୁଛି । ଇଏସଆଇ ଓ ଇପିଏଫରୁ ସେମାନଙ୍କୁ ବଞ୍ଚିତ ରଖାଯାଇଛି । କେହି ପ୍ରତିବାଦ କଲେ ସେମାନଙ୍କୁ ଟାର୍ଗେଟ କରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଠିକା ସଂସ୍ଥା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଆଲୋଚନା ମାଧ୍ଯମରେ ସମସ୍ଯାର ସମାଧାନ ହେବ ବୋଲି କହିଛନ୍ତି ।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରୋଗୀମାନେ ମଧ୍ଯ ସନ୍ତସନ୍ତ ହେଉଛନ୍ତି । ଏଣୁ ତୁରନ୍ତ ଠିକା ସଂସ୍ଥା ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଦାବି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର