ପ୍ରଶ୍ନପତ୍ର ଲିକ୍ ରୋକିବାକୁ AI କ୍ୟାମେରା ବ୍ୟବହାର କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ରୋକିବ AI କ୍ୟାମେରା ! ପ୍ରଶ୍ନପତ୍ର ଲିକ ରୋକିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟବହାର କରିବ AI କ୍ୟାମେରା । ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ମୃନାଳ କାନ୍ତି ଦାସ । ସେ କହିଛନ୍ତି ଯେ,୨୧୧ ହବରେ ଏହା ନିଜ ଆଡୁ ଲଗାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କଲେଜ ଇଣ୍ଟେର୍ନେଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । AI କ୍ୟାମେରାରେ ଲଗାଯିବ 128 GB ସିମ କାର୍ଡ । ଏଥିପାଇଁ ଦିଆଯିବ ପାୱାର ବ୍ୟାକଅପ । ଆସନ୍ତା ଫେବୃଆରୀ 9 ସୁଦ୍ଧା ସବୁ ହବରେ ଲଗାଯିବ । ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାକୁ ଏହି କଣ୍ଟ୍ରୋଲ ରୁମରୁ ମନିଟର କରାଯାଇଛି । ପୂର୍ବରୁ କେବଳ ଥିଓରୀ ପରୀକ୍ଷାକୁ କଣ୍ଟ୍ରୋଲ ରୁମରୁ ମନିଟର କରାଯାଉଥିଲା । ଏହା ଦ୍ୱାରା ପିଲାମାନଙ୍କ ସମେତ ଏକ୍ସଟରନାଲମାନଙ୍କ ଗତିବିଧି ଉପରେ ବି ନଜର ରଖାଯାଉଛି । କାରଣ ଏକ୍ସଟରନାଲଙ୍କୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ।





