ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ, ଜାଣନ୍ତୁ କିପରି ଜାଣିବେ ରେଜଲ୍ଟ

The Sakala Picture
Published On

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଅପରାହ୍ଣ ୫ଟାରେ ପରୀକ୍ଷା ଫଳ ଅନଲାଇନରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ www.orrisaresults.nic.in ୱେବସାଇଟ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ। ଏଥି ସହିତ ପରୀକ୍ଷା ପଳ କଲେଜର ସାମ୍ସ ଇସ୍ପେସ୍‍ରେ ଓପଲବ୍ଧ ହେବ। ଉଚ୍ଚ ମାଧ୍ୟମିକ […]

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଅପରାହ୍ଣ ୫ଟାରେ ପରୀକ୍ଷା ଫଳ ଅନଲାଇନରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ www.orrisaresults.nic.in ୱେବସାଇଟ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ। ଏଥି ସହିତ ପରୀକ୍ଷା ପଳ କଲେଜର ସାମ୍ସ ଇସ୍ପେସ୍‍ରେ ଓପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ବିଜ୍ଞାନ ପରୀକ୍ଷାରେ ପାସ୍‌ ହାର ୯୪.୧୨% ରହିଥିବା ବେଳେ ବାଣିଜ୍ୟରେ ୮୯.୨୦%  ପାସ୍‌ ହାର ରହିଛି।ଚଳିତ ବର୍ଷ ବିଜ୍ଞାନରେ ପାସହାର ୯୪.୧୨ ପ୍ରତିଶତ ଥିବାବେଳେ, ୩୯ ହଜାର ୫୮୭ ଜଣ ଛାତ୍ର ଓ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି । ବିଜ୍ଞାନ ବିଭାଗରେ ଚଳିତ ବର୍ଷ ୫୦ ହଜାର ୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୬୯୧୦ ଜଣ ପିଲା ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ତେବେ ନୟାଗଡ ଜିଲ୍ଲାରେ ସବୁଠୁ ଅଧିକ ପିଲା ପାସ୍ କରିଛନ୍ତି । ଫୁଲବାଣୀ ଜିଲ୍ଲାରେ ପାସହାର ସର୍ବନିମ୍ନ ରହିଛି । ରାଜ୍ୟର ୩୯୩ କଲେଜରେ ପାସହାର ଶତ ପ୍ରତିଶତ ରହିଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସେହିପରି ବାଣିଜ୍ୟ ବିଭାଗରେ ୨୩ ହଜାର ୭୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୨୧ ହଜାର ୧୬୫ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଚଳିତବର୍ଷ ବାଣିଜ୍ୟ ବିଭାଗରେ ପାସ୍ ହାର ରହିଛି ୮୯.୨୦ ପ୍ରତିଶତ । ତତ୍‌ମଧ୍ୟରୁ ୧୩ ହଜାର ୨୧୧ ଜଣ ଛାତ୍ର ପାସ୍ କରିଥିବାବେଳେ, ୭୯୫୪ ଜଣ ଛାତ୍ରୀ ପାସ୍ କରିଛନ୍ତି । ବାଣିଜ୍ୟ ବିଭାଗରେ ମୋଟ ୧୦ ହଜାର ୮୬୩ ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଜଣ ପିଲା ପାସ୍ କରିଛନ୍ତି । ତା ସହିତ ୫୨୪୨ ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ବାଣିଜ୍ୟ ବିଭାଗରେ ୧୩୪ ଟି କଲେଜରେ ପିଲା ଶତ ପ୍ରତିଶତ ପାସ୍ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ତେବେ ଆଜି କେବଳ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି।  କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଅଗଷ୍ଟ ୮ତାରିଖରେ ପ୍ରକାଶ ପାଇବ। ବିଜ୍ଞାନ ବିଭାଗର ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‍ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଥିଲେ। କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି। ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି। ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ।

ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍‍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍‍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍‍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯାଇଛି। ପିଲାଙ୍କ ତିନୋଟି ଇଣ୍ଟରନାଲ୍‍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯାଇଛି। ପ୍ରଥମ ପଦ୍ଧତି ଅନୁଯାୟୀ ଉଭୟ ଇଣ୍ଟରନାଲ୍‍ ଏବଂ ଯୁକ୍ତ ଦୁଇ ବୋର୍ଡ(ଦ୍ୱାଦଶ) ପରୀକ୍ଷାର ୱେଟେଜ୍‍ ଭିତ୍ତିରେ ପିଲାଙ୍କୁ ସମୁଦାୟ ମାର୍କ ଦିଆଯାଇଛି। ସେହିପରି ଦ୍ୱିତୀୟ ପଦ୍ଧତିରେ କେବଳ +୨ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ୱରକୁ ଶତ ପ୍ରତିଶତ ୱେଟେଜ୍‍ ଭାବେ ଗ୍ରହଣ କରାଯାଇଛି। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯାଇଛି ବୋଲି ସିଏଚ୍‍ଏସ୍‍ଇ ଦର୍ଶାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର