ନନ୍ଦନକାନନକୁ ଆସିଲା ନୂଆ ଅତିଥି; ଏକ ଶାବକ ଜନ୍ମ ଦେଲା ସିମ୍ପାଞ୍ଜୀ ‘ଦୁର୍ଗା’

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମ ଥର ପାଇଁ ମା’ ହୋଇଛି । ଗୁରୁବାର ଦିନ ଗୋଟିଏ ଶାବକ ଜନ୍ମ ଦେଇଛି । ମା’ ହେବା ପରେ ତା’ର ଛୁଆକୁ ଅଲଗା କରାଯାଇଛି । ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା […]

ଭୁବନେଶ୍ୱର: ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମ ଥର ପାଇଁ ମା’ ହୋଇଛି । ଗୁରୁବାର ଦିନ ଗୋଟିଏ ଶାବକ ଜନ୍ମ ଦେଇଛି । ମା’ ହେବା ପରେ ତା’ର ଛୁଆକୁ ଅଲଗା କରାଯାଇଛି । ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତା’ର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ପ୍ରକାଶ ଯେ, ପ୍ରାଣୀ ଉଦ୍ୟାନରେ ଜନ୍ମ ହୋଇଥିଲା ଦୁର୍ଗା । ଏବେ ତାକୁ ୭ ବର୍ଷ ୪ ମାସ ବୟସରେ ସେ ପଦାର୍ପଣ କରିଛି । ୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର ଚିଡ଼ିଆଖାନାରୁ ଆସିଥିବା ପୁରୁଷ ସିମ୍ପାଞ୍ଜୀ ଜୁଲୁ ସହିତ ଦୁର୍ଗାର ଚଳିତ ବର୍ଷ ମେ ମାସ ୨୬ ରୁ ୨୯ ତାରିଖରେ ପ୍ରଥମେ ମିଳନ କରାଯାଇଥିଲା । ପରେ ପୁଣି ଜୁନ ୨ ରୁ ୬ ତାରିଖରେରେ ମିଳନ କରାଯାଇଥିଲା । ନନ୍ଦନକାନନ ଡାକ୍ତର ଦୁର୍ଗାର ରକ୍ତ ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ ଦୁର୍ଗା ମା’ ହେବାକୁ ଯାଉଛି । ସେହି ଦିନ ଠାରୁ ଦୁର୍ଗା ପ୍ରତି ସ୍ୱତନ୍ତ୍ର ସୃଷ୍ଟି ରଖିଥିଲେ ନନ୍ଦନକାନନ କର୍ତ୍ତୁପକ୍ଷ । ଦୀର୍ଘ ୨୩୮ ଦିନ ଗର୍ଭଧାରଣ କରିବା ପରେ ଆଜି ଗୋଟିଏ ଶାବକ ଜନ୍ମ ଦେଇଛି। ଜନ୍ମ ଦେବା ପରେ ମା ଠାରୁ ଛୁଆକୁ ଅଲଗା ରଖାଯାଇଛି ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହି ଶାବକକୁ ମିଶାଇ ସିମ୍ପାଞ୍ଜୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

30 Jan 2025 By The Sakala

ନନ୍ଦନକାନନକୁ ଆସିଲା ନୂଆ ଅତିଥି; ଏକ ଶାବକ ଜନ୍ମ ଦେଲା ସିମ୍ପାଞ୍ଜୀ ‘ଦୁର୍ଗା’

ଭୁବନେଶ୍ୱର: ନନ୍ଦନକାନନରେ ସିମ୍ପାଞ୍ଜୀ ରାକ୍ଷୀ ପରେ ଏବେ ସିମ୍ପାଞ୍ଜୀ ଦୁର୍ଗା ପର୍ଯ୍ୟଟକଙ୍କୁ ଭେଟି ଦେଇଛି । ଉଦ୍ୟାନର ୬୦ (କ) ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଦୁର୍ଗା ପ୍ରଥମ ଥର ପାଇଁ ମା’ ହୋଇଛି । ଗୁରୁବାର ଦିନ ଗୋଟିଏ ଶାବକ ଜନ୍ମ ଦେଇଛି । ମା’ ହେବା ପରେ ତା’ର ଛୁଆକୁ ଅଲଗା କରାଯାଇଛି । ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ମିଳନରୁ ୨୩୮ଦିନର ଗର୍ଭଧାରଣ କରିବା ପରେ ଦୁର୍ଗା ଆଜି ମାତୃତ୍ବ ଲାଭ କରିଛି। ଦୁର୍ଗା ଓ ତା’ର ସନ୍ତାନକୁ ଏବେ ସ୍ବତନ୍ତ୍ର ଖୁଆଡ଼ରେ ରଖାଯାଇଛି।

ପ୍ରକାଶ ଯେ, ପ୍ରାଣୀ ଉଦ୍ୟାନରେ ଜନ୍ମ ହୋଇଥିଲା ଦୁର୍ଗା । ଏବେ ତାକୁ ୭ ବର୍ଷ ୪ ମାସ ବୟସରେ ସେ ପଦାର୍ପଣ କରିଛି । ୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର ଚିଡ଼ିଆଖାନାରୁ ଆସିଥିବା ପୁରୁଷ ସିମ୍ପାଞ୍ଜୀ ଜୁଲୁ ସହିତ ଦୁର୍ଗାର ଚଳିତ ବର୍ଷ ମେ ମାସ ୨୬ ରୁ ୨୯ ତାରିଖରେ ପ୍ରଥମେ ମିଳନ କରାଯାଇଥିଲା । ପରେ ପୁଣି ଜୁନ ୨ ରୁ ୬ ତାରିଖରେରେ ମିଳନ କରାଯାଇଥିଲା । ନନ୍ଦନକାନନ ଡାକ୍ତର ଦୁର୍ଗାର ରକ୍ତ ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ ଦୁର୍ଗା ମା’ ହେବାକୁ ଯାଉଛି । ସେହି ଦିନ ଠାରୁ ଦୁର୍ଗା ପ୍ରତି ସ୍ୱତନ୍ତ୍ର ସୃଷ୍ଟି ରଖିଥିଲେ ନନ୍ଦନକାନନ କର୍ତ୍ତୁପକ୍ଷ । ଦୀର୍ଘ ୨୩୮ ଦିନ ଗର୍ଭଧାରଣ କରିବା ପରେ ଆଜି ଗୋଟିଏ ଶାବକ ଜନ୍ମ ଦେଇଛି। ଜନ୍ମ ଦେବା ପରେ ମା ଠାରୁ ଛୁଆକୁ ଅଲଗା ରଖାଯାଇଛି ବୋଲି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହି ଶାବକକୁ ମିଶାଇ ସିମ୍ପାଞ୍ଜୀ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

https://www.thesakala.in/latest-odisha-news/chimpanzee-durga-gives-birth-to-a-cub-in-nandankanan/article-38342
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର