ଶେଷ ହେଲା ଚିଲିିକାରେ ପକ୍ଷୀ ଗଣନା: ଗତବର୍ଷ ଅପେକ୍ଷା ବଢିଛି ପକ୍ଷୀଙ୍କ ସଂଖ୍ୟା, ଚଳିତବର୍ଷ ୧୧ଲକ୍ଷ ୩୧ହଜାର ୯୨୯ପକ୍ଷୀଙ୍କ ଆଗମନ

The Sakala Picture
Published On

ଖୋର୍ଦ୍ଧା/ବାଲୁଗାଁ: ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ ଶୀତଦିନ ଆସିଲେ ଦେଶ ବିଦେଶରୁ ଲକ୍ଷଲକ୍ଷ ନାନା ପ୍ରଜାତିର ପକ୍ଷୀଙ୍କ ସମାଗମ ହୁଏ । ତେବେ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା ବୁଧବାର ଶେଷ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ, ଚିଲ୍ଲିକା ଉନ୍ନୟନ କର୍ତୁପକ୍ଷ (ସିଡିଏ) ମିଳିତ ଆନୁକୁଲ୍ୟରେ ଚିଲିକା ପକ୍ଷୀ ଗଣନା ବୁଧବାର ଶେଷ ହୋଇଛି । ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଚଳିତବର୍ଷ ୧୧ ଲକ୍ଷ ୩୧ହଜାର ୯୨୯ପକ୍ଷୀଙ୍କ ସମାଗମ ହୋଇଛି । […]

ଖୋର୍ଦ୍ଧା/ବାଲୁଗାଁ: ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ ଶୀତଦିନ ଆସିଲେ ଦେଶ ବିଦେଶରୁ ଲକ୍ଷଲକ୍ଷ ନାନା ପ୍ରଜାତିର ପକ୍ଷୀଙ୍କ ସମାଗମ ହୁଏ । ତେବେ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା ବୁଧବାର ଶେଷ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ, ଚିଲ୍ଲିକା ଉନ୍ନୟନ କର୍ତୁପକ୍ଷ (ସିଡିଏ) ମିଳିତ ଆନୁକୁଲ୍ୟରେ ଚିଲିକା ପକ୍ଷୀ ଗଣନା ବୁଧବାର ଶେଷ ହୋଇଛି । ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଚଳିତବର୍ଷ ୧୧ ଲକ୍ଷ ୩୧ହଜାର ୯୨୯ପକ୍ଷୀଙ୍କ ସମାଗମ ହୋଇଛି । ତନ୍ମଧ୍ୟରେ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ହଜାର ୪୯ଟି ବିଦେଶାଗତ ପକ୍ଷୀ ଥିବାବେଳେ ସ୍ଥାନୀୟ ଅଂଚଳର ୭୯ପ୍ରଜାତିର ୩୮ହଜାର ୮ଶହ ୮୦ଟି ପକ୍ଷୀ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ଗତବର୍ଷ ୧୮୩ପ୍ରଜାତିର ୧୦ଲକ୍ଷ ୭୪ହଜାର ୧୭୩ ପକ୍ଷୀ ଆସିଥିଲେ । ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ଲକ୍ଷ ୩୬ ହଜାର ୨୨୦ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ । ତେବେ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ୫୭ହଜାର ୭୫୬ଟି ଅଧିକ ପକ୍ଷୀ ଆସିଛନ୍ତି । ପକ୍ଷୀଙ୍କ ଅଭୟାରଣ୍ୟ ନଳବଣରେ କେବଳ ୯୮ପ୍ରଜାତିର ୩ଲକ୍ଷ ୪୨ହଜାର ପକ୍ଷୀଙ୍କର ଆଗମନ ହୋଇଛି । ପୂର୍ବ ବର୍ଷ ନଳବଣରେ ୯୭ପ୍ରଜାତିର ୩ଲକ୍ଷ ୫୮ହଜାର ୮୮୯ଟି ପକ୍ଷୀ ରହିଥିଲେ । ଯାହା ନଳବଣରେ ଚଳିତବର୍ଷ କମ ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ଜଣାଯାଇଛି । ଚଳିତବର୍ଷ ନଳବଣରେ ପ୍ରାୟ ୧୬ହଜାର ପକ୍ଷୀ କମ ଆସିଛନ୍ତି । ସବୁଠାରୁ ବଡକଥା ହେଉଛି ଚଳିତବର୍ଷ ନଳବଣ ଅଂଚଳରେ ୧୦ବର୍ଷ ତଳେ ଦେଖାଯାଇଥିବା ୨ପ୍ରଜାତିର ପକ୍ଷୀ ଯଥା ଲିଭର୍ ଓ ଲାଟିଙ୍ଗ ଚଳିତ ବର୍ଷ ପୁଣି ଦେଖାଯାଇଛନ୍ତି। ଉକ୍ତ ପକ୍ଷୀ ମାଙ୍ଗୋଲିଆରୁ ଆସିଛନ୍ତି । ତେବେ ଚଳିତବର୍ଷ ନରଦେନ ପିଂଟେଲ ପକ୍ଷୀ ସର୍ବାଧିକ ୨ଲକ୍ଷ ୨୯ହଜାର ଆସିଥିବାବେଳେ ଗଡୱାଲ ପକ୍ଷୀ ୨ଲକ୍ଷ, ୟୁରାସିୟାନ କୁଜନ୍ ୧ଲକ୍ଷ ୩୦ହଜାର, ବ୍ଲାକଟେଲ ଗଡୱିଲ ୧ଲକ୍ଷ ଆସିଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ତେବେ ବନ୍ୟପ୍ରାଣୀ ବିଭାଗ ଅଧିନ ୫ଟି ରେଞ୍ଜ ଯଥା ବାଲୁଗାଁ, ଚିଲିକା, ସାତପଡା, ରମ୍ଭା ଓ ଟାଙ୍ଗୀ ଅଂଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବୁଧବାର ସକାଳ ୬ଟା ଠାରୁ ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା । ୨୧ଟି ଟିମ୍ ଏଥିରେ ସାମିଲ ହୋଇଥିଲେ । ସେଥିରୁ ୧୯ଟି ଜଳଭାଗ ଓ ୨ଟି ଟିମ୍ ସ୍ଥଳଭାଗରେ ପକ୍ଷୀଗଣନା କରିଥିଲେ । ପ୍ରତି ଟିମରେ ୬-୭ ଜଣ ସଦସ୍ୟ ରହିଥିଲେ । ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୬ ଟି, ସାତପଡ଼ାରେ ୪ ଟି, ରମ୍ଭାରେ ୨ ଟି ଏବଂ ଚିଲିକାରେ ୧ ଗୋଟି ଟିମ ନିୟୋଜିତ ରହିଥିଲେ । ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଙ୍ଗ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିବା ଜଣାଯାଇଛି

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

04 Jan 2023 By The Sakala

ଶେଷ ହେଲା ଚିଲିିକାରେ ପକ୍ଷୀ ଗଣନା: ଗତବର୍ଷ ଅପେକ୍ଷା ବଢିଛି ପକ୍ଷୀଙ୍କ ସଂଖ୍ୟା, ଚଳିତବର୍ଷ ୧୧ଲକ୍ଷ ୩୧ହଜାର ୯୨୯ପକ୍ଷୀଙ୍କ ଆଗମନ

ଖୋର୍ଦ୍ଧା/ବାଲୁଗାଁ: ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ ଶୀତଦିନ ଆସିଲେ ଦେଶ ବିଦେଶରୁ ଲକ୍ଷଲକ୍ଷ ନାନା ପ୍ରଜାତିର ପକ୍ଷୀଙ୍କ ସମାଗମ ହୁଏ । ତେବେ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା ବୁଧବାର ଶେଷ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ, ଚିଲ୍ଲିକା ଉନ୍ନୟନ କର୍ତୁପକ୍ଷ (ସିଡିଏ) ମିଳିତ ଆନୁକୁଲ୍ୟରେ ଚିଲିକା ପକ୍ଷୀ ଗଣନା ବୁଧବାର ଶେଷ ହୋଇଛି । ବିଭାଗ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ ଚଳିତବର୍ଷ ୧୧ ଲକ୍ଷ ୩୧ହଜାର ୯୨୯ପକ୍ଷୀଙ୍କ ସମାଗମ ହୋଇଛି । ତନ୍ମଧ୍ୟରେ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ହଜାର ୪୯ଟି ବିଦେଶାଗତ ପକ୍ଷୀ ଥିବାବେଳେ ସ୍ଥାନୀୟ ଅଂଚଳର ୭୯ପ୍ରଜାତିର ୩୮ହଜାର ୮ଶହ ୮୦ଟି ପକ୍ଷୀ ରହିଛନ୍ତି ।

ଗତବର୍ଷ ୧୮୩ପ୍ରଜାତିର ୧୦ଲକ୍ଷ ୭୪ହଜାର ୧୭୩ ପକ୍ଷୀ ଆସିଥିଲେ । ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ଲକ୍ଷ ୩୬ ହଜାର ୨୨୦ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ । ତେବେ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ୫୭ହଜାର ୭୫୬ଟି ଅଧିକ ପକ୍ଷୀ ଆସିଛନ୍ତି । ପକ୍ଷୀଙ୍କ ଅଭୟାରଣ୍ୟ ନଳବଣରେ କେବଳ ୯୮ପ୍ରଜାତିର ୩ଲକ୍ଷ ୪୨ହଜାର ପକ୍ଷୀଙ୍କର ଆଗମନ ହୋଇଛି । ପୂର୍ବ ବର୍ଷ ନଳବଣରେ ୯୭ପ୍ରଜାତିର ୩ଲକ୍ଷ ୫୮ହଜାର ୮୮୯ଟି ପକ୍ଷୀ ରହିଥିଲେ । ଯାହା ନଳବଣରେ ଚଳିତବର୍ଷ କମ ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ଜଣାଯାଇଛି । ଚଳିତବର୍ଷ ନଳବଣରେ ପ୍ରାୟ ୧୬ହଜାର ପକ୍ଷୀ କମ ଆସିଛନ୍ତି । ସବୁଠାରୁ ବଡକଥା ହେଉଛି ଚଳିତବର୍ଷ ନଳବଣ ଅଂଚଳରେ ୧୦ବର୍ଷ ତଳେ ଦେଖାଯାଇଥିବା ୨ପ୍ରଜାତିର ପକ୍ଷୀ ଯଥା ଲିଭର୍ ଓ ଲାଟିଙ୍ଗ ଚଳିତ ବର୍ଷ ପୁଣି ଦେଖାଯାଇଛନ୍ତି। ଉକ୍ତ ପକ୍ଷୀ ମାଙ୍ଗୋଲିଆରୁ ଆସିଛନ୍ତି । ତେବେ ଚଳିତବର୍ଷ ନରଦେନ ପିଂଟେଲ ପକ୍ଷୀ ସର୍ବାଧିକ ୨ଲକ୍ଷ ୨୯ହଜାର ଆସିଥିବାବେଳେ ଗଡୱାଲ ପକ୍ଷୀ ୨ଲକ୍ଷ, ୟୁରାସିୟାନ କୁଜନ୍ ୧ଲକ୍ଷ ୩୦ହଜାର, ବ୍ଲାକଟେଲ ଗଡୱିଲ ୧ଲକ୍ଷ ଆସିଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ବନ୍ୟପ୍ରାଣୀ ବିଭାଗ ଅଧିନ ୫ଟି ରେଞ୍ଜ ଯଥା ବାଲୁଗାଁ, ଚିଲିକା, ସାତପଡା, ରମ୍ଭା ଓ ଟାଙ୍ଗୀ ଅଂଚଳରେ ଏହି ପକ୍ଷୀ ଗଣନା କରାଯାଇଥିଲା। ବୁଧବାର ସକାଳ ୬ଟା ଠାରୁ ମଧ୍ୟାହ୍ନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ହୋଇଥିଲା । ୨୧ଟି ଟିମ୍ ଏଥିରେ ସାମିଲ ହୋଇଥିଲେ । ସେଥିରୁ ୧୯ଟି ଜଳଭାଗ ଓ ୨ଟି ଟିମ୍ ସ୍ଥଳଭାଗରେ ପକ୍ଷୀଗଣନା କରିଥିଲେ । ପ୍ରତି ଟିମରେ ୬-୭ ଜଣ ସଦସ୍ୟ ରହିଥିଲେ । ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୬ ଟି, ସାତପଡ଼ାରେ ୪ ଟି, ରମ୍ଭାରେ ୨ ଟି ଏବଂ ଚିଲିକାରେ ୧ ଗୋଟି ଟିମ ନିୟୋଜିତ ରହିଥିଲେ । ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଙ୍ଗ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିବା ଜଣାଯାଇଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର