ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

The Sakala Picture
Published On

ପାରଳାଖେମୁଣ୍ଡି: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ। ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନ ଥିବାରୁ ନର୍ସ କରୁଥିଲେ ଚିକିତ୍ସା। ଚିକିତ୍ସା ଅବହେଳାରୁ ଚାଲିଗଲା ୬ ବର୍ଷର ଶିଶୁର ଜୀବନ। ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପରିବାର ଲୋକ। ଏନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ। ଶବ ରଖି ଗ୍ରାମବାସୀ ଓ ପରିବାର ଲୋକଙ୍କ ପ୍ରତିବାଦ କରିଛନ୍ତି। ସୂଚନା ଅନୁସାରେ, ଗୁରାଣ୍ଡି ଗ୍ରାମର ଅନୀଲ ବିଶୋଇଙ୍କ ୬ […]

ପାରଳାଖେମୁଣ୍ଡି: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ। ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନ ଥିବାରୁ ନର୍ସ କରୁଥିଲେ ଚିକିତ୍ସା। ଚିକିତ୍ସା ଅବହେଳାରୁ ଚାଲିଗଲା ୬ ବର୍ଷର ଶିଶୁର ଜୀବନ। ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପରିବାର ଲୋକ। ଏନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ। ଶବ ରଖି ଗ୍ରାମବାସୀ ଓ ପରିବାର ଲୋକଙ୍କ ପ୍ରତିବାଦ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ସୂଚନା ଅନୁସାରେ, ଗୁରାଣ୍ଡି ଗ୍ରାମର ଅନୀଲ ବିଶୋଇଙ୍କ ୬ ବର୍ଷର ପୁଅ ଆୟୁଷର ବିଳମ୍ଵିତ ରାତିରେ ପେଟ ବ୍ୟଥା ହେବାରୁ ତାଙ୍କୁ ପ୍ରଥମେ ଗୁରାଣ୍ଡି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ମାତ୍ର ସେଠାରେ ଡ଼ାକ୍ତର ନଥିବାରୁ ପାରଳାଖେମୁଣ୍ଡି ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ମଧ୍ୟ ସମାନ ପରିସ୍ଥିତି, କୈାଣସି ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ବାଳକକୁ କିଛି ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ଦେବା ପରେ ହଠାତ୍ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଡାକ୍ତରଖାନାରେ ଶବ ରଖି ପ୍ରତିବାଦ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର