ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବେ କିଷନ ବିର୍ତ୍ତିଆ

The Sakala Picture
Published On

ବରଗଡ:କିଷନ ବିର୍ତ୍ତିଆ ହେବେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ନୂଆ ବଳରାମ । ବରଗଡ଼ ଧନୁଯାତ୍ରା ମହେତ୍ସାବର ହୀରକ ଜୟନ୍ତୀ ପାଳନ ପାଇଁ ଗୋପପୁର କମିଟି ତରଫରୁ ସୋମବାର ପୁନର୍ବାର କଳାକାର ଚୟନ ଶିବିରର ଆୟୋଜନ କରାଯାଇ କିଷନ ବିର୍ତ୍ତିଆଙ୍କୁ ବଳରାମ ଭୂମିକା ପାଇଁ ମନୋନୀତ କରାଯାଇଛି । ସୂଚନା ଯୋଗ୍ୟ, ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ଶିଶୁ କଳାକାର ଶ୍ରେୟା°ସ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା । ମାତ୍ର ଗତ ୯ […]

ବରଗଡ:କିଷନ ବିର୍ତ୍ତିଆ ହେବେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ନୂଆ ବଳରାମ । ବରଗଡ଼ ଧନୁଯାତ୍ରା ମହେତ୍ସାବର ହୀରକ ଜୟନ୍ତୀ ପାଳନ ପାଇଁ ଗୋପପୁର କମିଟି ତରଫରୁ ସୋମବାର ପୁନର୍ବାର କଳାକାର ଚୟନ ଶିବିରର ଆୟୋଜନ କରାଯାଇ କିଷନ ବିର୍ତ୍ତିଆଙ୍କୁ ବଳରାମ ଭୂମିକା ପାଇଁ ମନୋନୀତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସୂଚନା ଯୋଗ୍ୟ, ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ଶିଶୁ କଳାକାର ଶ୍ରେୟା°ସ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା । ମାତ୍ର ଗତ ୯ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଶୋକ ପ୍ରକାଶ ପାଇଥିବା ବେଳେ ଧନୁଯାତ୍ରା ଆୟୋଜକମାନଙ୍କୁ ମଧ୍ୟ ନିରାଶ କରିଥିଲା। ହେଲେ ଯାତ୍ରା ନିଶ୍ଚିନ୍ତ ଥିବାରୁ ଶୋକଗ୍ରସ୍ତ ଗୋପପୁର କମିଟି ଇଚ୍ଛା ନ ଥାଇବି ଆଜି ପୁର୍ନବାର କଳାକାର ଚୟନ ଶିବିରର ଆୟୋଜନ କରି ବଳରାମ ଭୂମିକା ପାଇଁ କିଷନଙ୍କୁ ଚୟନ କରିଥିଲେ । ବୈଠକରେ ଅମ୍ବାପାଲି ଗ୍ରାମବାସୀ, ଗୋପପୁର କମିଟିର ସମସ୍ତ ସଦସ୍ୟ , କମିଟିର ଧନୁଯାତ୍ରା ସଦସ୍ୟଗଣ ଅଂଶଗ୍ରହଣ କରିଥିଲେ । ସର୍ବସମ୍ମତି କ୍ରମେ ଅମ୍ବାପାଲି ଗ୍ରାମର ଶିଶୁ କଳାକାର କିଷନ ବିର୍ତ୍ତିଆଙ୍କୁ ଚୟନ କରାଯାଇଥିଲା । ଆସନ୍ତା ଡିସେମ୍ବର ୨୭ ତାରିଖରୁ ଜାନୁଆରୀ ୬ ତାରିଖ ଯାଏ ୧୧ ଦିନ ଧରି ଚାଲିବ ଧନୁଯାତ୍ରା ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର