ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ, ଟ୍ୱିଟ କଲେ ହେବନି : ବିଜୟ ମହାପାତ୍ର

The Sakala Picture
Published On

ଭୁବନେଶ୍ବର : ପୁରୀ ଅଘଟଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ବିଜେପି ସରକାରକୁ ସମାଲୋଚନା କରି ବିଜୟ ମହାପାତ୍ର କହିଛନ୍ତି ଯାହା ପୁରୀରେ ଘଟିଲା, ଏଭଳି ଏହି ସ୍ତରର ଘଟଣା କେବେ ଘଟି ନଥିଲା। ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏହା ଘଟିଛି। ଓଡ଼ିଶା ସାରା ଭାରତରେ ଲଜ୍ଜିତ ଓ ନିନ୍ଦିତ ହେଲା। ଏହା ସମସ୍ତଙ୍କୁ ବାଧିବ।  ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁ ନାହାନ୍ତି। ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ବର : ପୁରୀ ଅଘଟଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ବିଜେପି ସରକାରକୁ ସମାଲୋଚନା କରି ବିଜୟ ମହାପାତ୍ର କହିଛନ୍ତି ଯାହା ପୁରୀରେ ଘଟିଲା, ଏଭଳି ଏହି ସ୍ତରର ଘଟଣା କେବେ ଘଟି ନଥିଲା। ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏହା ଘଟିଛି। ଓଡ଼ିଶା ସାରା ଭାରତରେ ଲଜ୍ଜିତ ଓ ନିନ୍ଦିତ ହେଲା। ଏହା ସମସ୍ତଙ୍କୁ ବାଧିବ।  ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁ ନାହାନ୍ତି। ମୁଖ୍ୟମନ୍ତ୍ରୀ ପୁରୀ ବୈଠକରେ ଅହଂକାର ସହ ବିବୃତି ଦେଲେ, ଏଥର ରଥଯାତ୍ରା ଐତିହାସିକ ହେବ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ହେଲେ ଲବେ ଯାହା ସବୁ ଘଟଣା ଘଟୁଛୁ, ତାହା ଦର୍ଶାଉଛି ଯେ କିଛି ପ୍ରସ୍ତୁତି ହୋଇନାହିଁ। ରଥଯାତ୍ରା ଦିନ ଅବ୍ୟବସ୍ଥା ଆଉ ଆଜିର ଅଘଟଣ ପରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ପାଖକୁ ଯାଇ କ୍ଷମା ମାଗନ୍ତୁ। ଟ୍ୱିଟ କରିଦେଲେ ହେବନି। ପୁରୀ ଯାଇ ମହାପ୍ରଭୁଙ୍କ ପାଖରେ ଯାଇ କ୍ଷମା ମାଗିଲେ ସେ ଛୋଟ ହୋଇ ଯିବେନି ବୋଲି ବିଜୟ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତକାଲି ଘଟଣା ଆହୁରି ଆଘାତ ଦେଇଛି। ଏହା ମନ୍ଦିର ପ୍ରଶାସନର ଭୁଲ ପାଇଁ ହୋଇଛି। ରାତି ୧୨.୩୦ରେ ପହଡ଼ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ। ପହୁଡ ନେଇ ଭକ୍ତଙ୍କୁ ଆଗୁଆ ସୂଚନା ଦେବାର ଥିଲା, ମାତ୍ର କରାଯାଇନି, ଯଦି ବି ପହୁଡ଼ ହେଲା, ତାହେଲେ ଘଣ୍ଟାକ ପରେ ଉଠି ପାରିଥାନ୍ତା କିନ୍ତୁ ତାହା ହେଲା ନାହିଁ। ଯେଉଁଥି ପାଇଁ ଅଘଟଣା ଘଟିଲା। ରାତି ଦୁଇଟାରେ ଵି ଭକ୍ତ ଯାଆନ୍ତି. ଆଉ କାଲି ଦର୍ଶନ ପାଇଁ ମାତ୍ର ୩୦ ହଜାର ଲୋକ ଥିଲେ, ଅଧିକ ଲୋକ ନଥିଲେ।  ମନ୍ଦିର ପାଖରେ ପୁଲିସ ଥିଲେ, ହେଲେ ବାହାରେ ଥିବା ଲୋକଙ୍କ ପାଖରେ ସାମାନ୍ୟ ପୁଲିସ କନଷ୍ଟେବଳ ଵି ନଥିଲେ।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ ଘର ଛାଡ଼ିବା ପରେ ବିଷ ପିଇଦେଲେ ପ୍ରେମୀ ଯୁଗଳ: ନାବାଳିକା ମୃତ, ପ୍ରେମିକଙ୍କ ଅବସ୍ଥା ଗୁରୁତର

ସରକାର ବାରମ୍ବାର କରୁଥିବା ବୈଠକରେ କାହାକୁ କେଉଁ ଦାୟିତ୍ବ ଦିଆଯାଇଛି ତାହା ଜଣାପଡୁନି। ଏ ସରକାର ପ୍ରକୃତ ନ୍ୟାୟ ବିଚାର କରିବାକୁ ଚାହୁଁ ନାହାନ୍ତି। ଆଇନ ମନ୍ତ୍ରୀ କହୁଛନ୍ତି ତଦନ୍ତ ହେବ। କି ତଦନ୍ତ ଯେଉଁଠି ବଳଭଦ୍ରଙ୍କ ପଡିବା ତଦନ୍ତ ରିପୋର୍ଟ ଆସିଲାନି,ଏବେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେଉନି। ଆଶା କରୁଛି ହାଇକୋର୍ଟଙ୍କୁ ଅନୁରୋଧ କରି କାର୍ଯ୍ୟରତ ଜିଲ୍ଲା ବିଚାରପତିଙ୍କ ଦ୍ୱାରା ତଦନ୍ତ ହେବ। ଜଗନ୍ନାଥ ତ ଦଣ୍ଡ ଦେବେ, ସରକାର ଆଗ ଦଣ୍ଡ ଦିଅନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର