ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ଫନି କ୍ଷତିଗ୍ରସ୍ତଙ୍କ ସମେତ କେବିକେ ଜିଲ୍ଲାକୁ ୧୩ ଲକ୍ଷ ଆବାସ ଯୋଗାଇବାକୁ କଲେ ଅନୁରୋଧ

The Sakala Picture
Published On

ଭୁବନେଶ୍ୱର: ଆବାସ ଯୋଜନା ନେଇ ପୁଣି ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ମେ’ ମାସରେ ହୋଇଥିବା  ଫନି ବାତ୍ୟାରେ ଓଡିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇଥିଲେ ହେଁ ଆଜିଯାଏଁ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ । ଏନେଇ ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିଗ୍ରସ୍ତଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ଯୋଗାଇ ଦେବାକୁ […]

ଭୁବନେଶ୍ୱର: ଆବାସ ଯୋଜନା ନେଇ ପୁଣି ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ମେ’ ମାସରେ ହୋଇଥିବା  ଫନି ବାତ୍ୟାରେ ଓଡିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇଥିଲେ ହେଁ ଆଜିଯାଏଁ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ । ଏନେଇ ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିଗ୍ରସ୍ତଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ଯୋଗାଇ ଦେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତ୍ରର୍ଗତ ଓଡ଼ିଶାରେ ୧.୮୪ ଲକ୍ଷ ଘର ପ୍ରଭାବିତ ହୋଇଛି । ଏହା ସହିତ ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ୧୩ ଲକ୍ଷ ଘର କେବିକେ ଅଞ୍ଚଳରେ ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ମାର୍ଚ୍ଚ ୩ ତାରିଖ ସୁଦ୍ଧା ଯୋଗ୍ୟ ପିଏମଏୱାଇ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ଅଧିନରେ ଯୋଗ୍ୟ ପରିବାରକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ । ହେଲେ ସାଧାରଣ ନିର୍ବାଚନ ସହ , ବାମପନ୍ଥୀ ଉଗ୍ରବାଦୀ ହିଂସା ଓ ନେଟୱାର୍କ ସମସ୍ୟା ଯୋଗୁଁ ଏହି ସର୍ଭେକୁ ପୁରା କରାଯାଇପାରିନାହିଁ । ଏପରି ସ୍ଥିତିରେ ନିର୍ଦ୍ଧାରିତ ସମୟ ଭିତରେ କେବଳ ୩୫ ହଜାର ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇପାରିଛି । ଏହାପରେ ଯେତେବେଳେ ଏମଓଆରଡି ଅଧିନରେ ୧୪ଟି ଜିଲ୍ଲା ପାଇଁ ଆୱାସ୍ ୱିଣ୍ଡୋ ଖୋଲିଲା ସେତେବେଳେ ଆଉ ୭.୮୭ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ କିଛି ହିତାଧିକାରୀ ଫନି ପ୍ରଭାବିତ ଜିଲ୍ଲାର ହୋଇଥିବାବେଳେ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ କେବିକେ ଇଲାକାର ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

କେନ୍ଦ୍ର ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ଆୱାସ ପ୍ଲସ ୱିଣ୍ଡୋ ଖୋଲିବା ପରେ ଆଉ ୭ଲକ୍ଷ ୮୭ ହଜାର ପରିବାର ଚିହ୍ନଟ ହୋଇଥିଲେ। ରାଜ୍ୟ ସରକାର ଆରଏଚ ପୋର୍ଟାଲ ଜରିଆରେ ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ୧୬ଟି ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିଥିଲେ। ଏଥିରେ ୫ ଲକ୍ଷ ୯ହଜାର ପରିବାର ପିଏମଏୱାଇ ଗ୍ରାମୀଣ ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏମାନେ ମୁଖ୍ୟତଃ କେବିକେ ଓ ଅନ୍ୟ ଆଦିବାସୀ ପ୍ରଭାବିତ ଜିଲ୍ଲାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

11 Dec 2021 By The Sakala

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ଫନି କ୍ଷତିଗ୍ରସ୍ତଙ୍କ ସମେତ କେବିକେ ଜିଲ୍ଲାକୁ ୧୩ ଲକ୍ଷ ଆବାସ ଯୋଗାଇବାକୁ କଲେ ଅନୁରୋଧ

ଭୁବନେଶ୍ୱର: ଆବାସ ଯୋଜନା ନେଇ ପୁଣି ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ମେ’ ମାସରେ ହୋଇଥିବା  ଫନି ବାତ୍ୟାରେ ଓଡିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇଥିଲେ ହେଁ ଆଜିଯାଏଁ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ । ଏନେଇ ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିଗ୍ରସ୍ତଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ଯୋଗାଇ ଦେବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତ୍ରର୍ଗତ ଓଡ଼ିଶାରେ ୧.୮୪ ଲକ୍ଷ ଘର ପ୍ରଭାବିତ ହୋଇଛି । ଏହା ସହିତ ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ୧୩ ଲକ୍ଷ ଘର କେବିକେ ଅଞ୍ଚଳରେ ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ମାର୍ଚ୍ଚ ୩ ତାରିଖ ସୁଦ୍ଧା ଯୋଗ୍ୟ ପିଏମଏୱାଇ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା) ଅଧିନରେ ଯୋଗ୍ୟ ପରିବାରକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ । ହେଲେ ସାଧାରଣ ନିର୍ବାଚନ ସହ , ବାମପନ୍ଥୀ ଉଗ୍ରବାଦୀ ହିଂସା ଓ ନେଟୱାର୍କ ସମସ୍ୟା ଯୋଗୁଁ ଏହି ସର୍ଭେକୁ ପୁରା କରାଯାଇପାରିନାହିଁ । ଏପରି ସ୍ଥିତିରେ ନିର୍ଦ୍ଧାରିତ ସମୟ ଭିତରେ କେବଳ ୩୫ ହଜାର ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇପାରିଛି । ଏହାପରେ ଯେତେବେଳେ ଏମଓଆରଡି ଅଧିନରେ ୧୪ଟି ଜିଲ୍ଲା ପାଇଁ ଆୱାସ୍ ୱିଣ୍ଡୋ ଖୋଲିଲା ସେତେବେଳେ ଆଉ ୭.୮୭ ଲକ୍ଷ ପରିବାରକୁ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ କିଛି ହିତାଧିକାରୀ ଫନି ପ୍ରଭାବିତ ଜିଲ୍ଲାର ହୋଇଥିବାବେଳେ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ କେବିକେ ଇଲାକାର ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ଆୱାସ ପ୍ଲସ ୱିଣ୍ଡୋ ଖୋଲିବା ପରେ ଆଉ ୭ଲକ୍ଷ ୮୭ ହଜାର ପରିବାର ଚିହ୍ନଟ ହୋଇଥିଲେ। ରାଜ୍ୟ ସରକାର ଆରଏଚ ପୋର୍ଟାଲ ଜରିଆରେ ଫନି ଦ୍ୱାରା ପ୍ରଭାବିତ ହୋଇନଥିବା ୧୬ଟି ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିଥିଲେ। ଏଥିରେ ୫ ଲକ୍ଷ ୯ହଜାର ପରିବାର ପିଏମଏୱାଇ ଗ୍ରାମୀଣ ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏମାନେ ମୁଖ୍ୟତଃ କେବିକେ ଓ ଅନ୍ୟ ଆଦିବାସୀ ପ୍ରଭାବିତ ଜିଲ୍ଲାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର