ଅକ୍ସିଜେନ୍ ପ୍ଳାଣ୍ଟ ସହ ICU ଗୃହ ଉଦ୍‌ଘାଟିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲା ରାଜ୍ୟ । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ନୂତନ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ସୁନ୍ଦରଗଡ଼ କୋଭିଡ ଚିକିତ୍ସାଳୟରେ ଟ୍ରୁନାଟ୍ ପରୀକ୍ଷାଗାର, ଝାରସୁଗୁଡ଼ା, ମୟୂରଭଂଜରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଭଦ୍ରକ, ସୁନ୍ଦରଗଡ଼, ପୁରୀ, ଜଗତସିଂହପୁର, ସୋନପୁରରେ ମଧ୍ୟ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୟାଗଡ଼ ଚାନ୍ଦପୁରରେ ବସନ୍ତ ମଞ୍ଜରୀ […]

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲା ରାଜ୍ୟ । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ନୂତନ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ସୁନ୍ଦରଗଡ଼ କୋଭିଡ ଚିକିତ୍ସାଳୟରେ ଟ୍ରୁନାଟ୍ ପରୀକ୍ଷାଗାର, ଝାରସୁଗୁଡ଼ା, ମୟୂରଭଂଜରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଭଦ୍ରକ, ସୁନ୍ଦରଗଡ଼, ପୁରୀ, ଜଗତସିଂହପୁର, ସୋନପୁରରେ ମଧ୍ୟ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ନୟାଗଡ଼ ଚାନ୍ଦପୁରରେ ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଶିଳାନ୍ୟାସ ସହ ନୟାଗଡରେ ୬ଶଯ୍ୟା ବିଶିଷ୍ଟ ICU ଗୃହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଶିଳାନ୍ୟାସ ହୋଇଥିବା ଏହି ଅକ୍ସିଜେନ ପ୍ଲାଣ୍ଟ ପାଇଁ ବିଭିନ୍ନ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ଆବଶ୍ୟକ ମୁତାବକ ଅକ୍ସିଜେନ ପାଇପାରିବେ । ଏଠାରେ ଦୁଇ ପ୍ରକାର ଅକ୍ସିଜେନ ସୁବିଧା ମିଳିପାରିବ । ବାରିପଦାର ପିଆରଏମ୍ ହସ୍ପିଟାଲରେ ଉପସ୍ଥିତ ଥିଲେ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ସହିତ ବିଧାୟକ, ସାଂସଦ, ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

18 Jun 2021 By The Sakala

ଅକ୍ସିଜେନ୍ ପ୍ଳାଣ୍ଟ ସହ ICU ଗୃହ ଉଦ୍‌ଘାଟିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲା ରାଜ୍ୟ । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ନୂତନ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ସୁନ୍ଦରଗଡ଼ କୋଭିଡ ଚିକିତ୍ସାଳୟରେ ଟ୍ରୁନାଟ୍ ପରୀକ୍ଷାଗାର, ଝାରସୁଗୁଡ଼ା, ମୟୂରଭଂଜରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହୋଇଛି । ଭଦ୍ରକ, ସୁନ୍ଦରଗଡ଼, ପୁରୀ, ଜଗତସିଂହପୁର, ସୋନପୁରରେ ମଧ୍ୟ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନୟାଗଡ଼ ଚାନ୍ଦପୁରରେ ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଶିଳାନ୍ୟାସ ସହ ନୟାଗଡରେ ୬ଶଯ୍ୟା ବିଶିଷ୍ଟ ICU ଗୃହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଶିଳାନ୍ୟାସ ହୋଇଥିବା ଏହି ଅକ୍ସିଜେନ ପ୍ଲାଣ୍ଟ ପାଇଁ ବିଭିନ୍ନ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ଆବଶ୍ୟକ ମୁତାବକ ଅକ୍ସିଜେନ ପାଇପାରିବେ । ଏଠାରେ ଦୁଇ ପ୍ରକାର ଅକ୍ସିଜେନ ସୁବିଧା ମିଳିପାରିବ । ବାରିପଦାର ପିଆରଏମ୍ ହସ୍ପିଟାଲରେ ଉପସ୍ଥିତ ଥିଲେ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀଙ୍କ ସହିତ ବିଧାୟକ, ସାଂସଦ, ଜିଲ୍ଲାପାଳ ଓ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର