ଓଡ଼ିଆ ଜାଭେଲିନ ଷ୍ଟାର କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭେଲିନ ଥ୍ରୋରେ ଆଜି ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ରୌପ୍ୟ ପଦକ ବିଜେତ ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କିଶୋର ଜେନାଙ୍କ ପାଇଁ ଦେଢ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସୀୟ କ୍ରୀଡ଼ା ଜାଭେଲିନରେ ୮୭.୫୪ ମିଟର ଦୂରତା ଫିଙ୍ଗି ରୌପ୍ୟ ଜିତିଛନ୍ତି କିଶୋର। ଏଥିସହ […]

ଭୁବନେଶ୍ୱର: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭେଲିନ ଥ୍ରୋରେ ଆଜି ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ରୌପ୍ୟ ପଦକ ବିଜେତ ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କିଶୋର ଜେନାଙ୍କ ପାଇଁ ଦେଢ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସୀୟ କ୍ରୀଡ଼ା ଜାଭେଲିନରେ ୮୭.୫୪ ମିଟର ଦୂରତା ଫିଙ୍ଗି ରୌପ୍ୟ ଜିତିଛନ୍ତି କିଶୋର। ଏଥିସହ ସେ ପ୍ୟାରିସ୍ ଅଲମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲମ୍ପିକ ପ୍ରସ୍ତୁତି ପାଇଁ କିଶୋରଙ୍କୁ ସମସ୍ତ ପ୍ରକାର ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଏହି ରୌପ୍ୟ ପଦକ ସହିତ କିଶୋର ରାଜ୍ୟ ତଥା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛନ୍ତି ଏବଂ ଦେଶ ପାଇଁ ପୁରସ୍କାର ଆଣିଛନ୍ତି । କିଶୋରଙ୍କ ବିଜୟ କେବଳ ବ୍ୟକ୍ତିଗତ ଉତ୍କର୍ଷକୁ ପ୍ରତିଫଳିତ କରେ ନାହିଁ ବରଂ ସମଗ୍ର ଦେଶରେଥିବା ଖେଳାଳିଙ୍କୁ ଏକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିବା ନିରଜ ଚୋପ୍ରାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର