ବେଙ୍ଗାଲୁରରୁରେ ବିଜିନେସ୍ ଟାଇକୁନଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ, ଓଡ଼ିଶା ଆସିବା ନେଇ କରୁଛନ୍ତି ଆଲୋଚନା

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସେ ଭେଟିଥିବା ସିଇଓମାନଙ୍କ ମଧ୍ୟରେ ଅଛନ୍ତି ପେଜ୍ ଇଣ୍ଟଷ୍ଟ୍ରିଜର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜର ସିଇଓ ପି.ସତ୍ୟନାରାୟଣ, ଫ୍ଲିପକାର୍ଟର ରଜନୀଶ କୁମାର, ଆକସେନଚରର ଅଜୟ ବିଜ୍, ଇଣ୍ଡୋ-ଗୌତମ ଶର୍ମା, ନିସାନ ଫୁଡ୍ସର ୟର୍ନଷ୍ଟ ଓ ୟଙ୍ଗର ଗୌରବ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସେ ଭେଟିଥିବା ସିଇଓମାନଙ୍କ ମଧ୍ୟରେ ଅଛନ୍ତି ପେଜ୍ ଇଣ୍ଟଷ୍ଟ୍ରିଜର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜର ସିଇଓ ପି.ସତ୍ୟନାରାୟଣ, ଫ୍ଲିପକାର୍ଟର ରଜନୀଶ କୁମାର, ଆକସେନଚରର ଅଜୟ ବିଜ୍, ଇଣ୍ଡୋ-ଗୌତମ ଶର୍ମା, ନିସାନ ଫୁଡ୍ସର ୟର୍ନଷ୍ଟ ଓ ୟଙ୍ଗର ଗୌରବ ତନେଜା ଓ ଗ୍ଲୋବାଲ ଫନଣ୍ଡ୍ରିର ଜୀତେନ୍ଦ୍ର ଚଢା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ମୁଖ୍ୟମନ୍ତ୍ରୀ  ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି। ନିୟମିତ ବ୍ୟବଧାନର ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ ଆୟୋଜନ କରି ନିବେଶକ, ଶିଳ୍ପଦ୍ୟୋଗୀମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି। ଆଗାମୀ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ଦୁବାଇ, ଦିଲ୍ଲୀ, ମୁମ୍ବାଇ ପରେ ବେଙ୍ଗାଲୁରୁରେ ଆୟୋଜନ ହେଉଛି ନିବେଶକ ସମ୍ମେଳନ।  ପ୍ରଥମ ଦିନରେ ବିଶିଷ୍ଟ ଶିଳ୍ପପତି ତଥା ୱିପ୍ରୋରପୂର୍ବ ଅଧ୍ୟକ୍ଷ ଅଜିମ୍‍ ପ୍ରେମ୍‍ଜୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଶ ସଂକ୍ରାନ୍ତ ଆଲୋଚନା କରିଥିଲେ। ଓଡ଼ିଶାର ଶିଳ୍ପ ଅନୁକୂଳ ବାତାବରଣ, ରାଜ୍ୟ ସରକାରଙ୍କ ଶିଳ୍ପ ନୀତି, ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ ର‍୍ୟାଙ୍କିଂରେ ଓଡ଼ିଶାର ସ୍ଥାନ, ଦକ୍ଷ ମାନବ ସମ୍ବଳ ସମ୍ପର୍କରେ ଏହି ଶିଳ୍ପପତିମାନଙ୍କୁ ଅବଗତ କରିବା ସହ ନିବେଶ ନିମନ୍ତେ ନିମନ୍ତ୍ରଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି ଅବସରରେ ୫ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ବିଭିନ୍ନ ଶିଳ୍ପ ଗୋଷ୍ଠୀର ମୁଖ୍ୟମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିବାକୁ ଆମନ୍ତ୍ରଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର