୧୭ ତାରିଖରେ ଜନନାୟକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ, କୋଭିଡ କଟକଣାରେ ମଧ୍ୟରେ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

The Sakala Picture
Published On

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧୭ରେ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ପ୍ରତ୍ୟେକ ବର୍ଷ ବିଜୁବାବୁଙ୍କ ତିରୋଧାନ ଦିବସକୁ ବିଜୁ ଜନତା ଦଳ ପକ୍ଷରୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସରୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ କଟକଣାରେ ପାଳନ କରିବାକୁ ଦଳର ସବୁ ରାଜ୍ୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଂସଦ, ବିଧାୟକ, ଜିଲ୍ଲା […]

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧୭ରେ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ପ୍ରତ୍ୟେକ ବର୍ଷ ବିଜୁବାବୁଙ୍କ ତିରୋଧାନ ଦିବସକୁ ବିଜୁ ଜନତା ଦଳ ପକ୍ଷରୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସରୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ କୋଭିଡ କଟକଣାରେ ପାଳନ କରିବାକୁ ଦଳର ସବୁ ରାଜ୍ୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ସାଂସଦ, ବିଧାୟକ, ଜିଲ୍ଲା ସଭାପତି ଓ ଦଳୀୟ ନେତା ଏବଂ କର୍ମୀଙ୍କୁ ଏନେଇ ଚିଠି ଲେଖିଛନ୍ତି ନବୀନ । ଏହି ଦିବସରେ ପ୍ରତ୍ୟେକ ସଦସ୍ୟ ବିଜୁ ବାବୁଙ୍କ ଅଭିଳାଷିତ ଓଡ଼ିଶା ଗଠନ ପାଇଁ ଏକମନ ଏକପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଓଡିଶା ‘ମୋ ପରିବାର’ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ରାଜ୍ୟ ଏବେ କଷ୍ଟକର ସମୟ ଦେଇ ଗତି କରୁଛି । ବିଜୁ ବାବୁ ସବୁବେଳେ ଲୋକସେବାକୁ ସର୍ବାଧିକ ଗୁରୁତ୍ବ ଦେଉଥିଲେ, କୋଭିଡ ସମୟରେ ତାଙ୍କର ଏହି ସେବା ମନୋଭାବକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ରହିଥିବା ନବୀନ କହିଛନ୍ତି । ଲୋକଙ୍କୁ ସଚେତନ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ସମଗ୍ର ଓଡିଶାକୁ ଗୋଟିଏ ପରିବାର ଭାବେ ବିବେଚନା କରି ନିଜର ସାରା ଜୀବନ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଉତ୍ସର୍ଗ କରିଥିବା ବିଜୁବାବୁଙ୍କ ପ୍ରତି ଏହାହିଁ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ୧୭ ରେ ପିପିଲି ଉପନିର୍ବାଚନ ଥିବାରୁ ପୁରୀରେ ବିଜୁ ତିରୋଧାନ ଦିବସ ପାଳିତ ହେବନାହିଁ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର