ଆପୋଲୋରେ ମୁଖ୍ୟମନ୍ତ୍ରୀ : ନବ ଦାସଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ, ପୁଅକୁ ଦେଲେ ସାନ୍ତ୍ଵନା

The Sakala Picture
Published On

ଭୁବନେଶ୍ୱର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍‌ଆଇ ରବିବାର ଗୁଳିମାଡ଼ କରିଛନ୍ତି। ଝାରସୁଗୁଡ଼ାର ଏକ ସାଧାରଣ ସଭାରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା। ଆକ୍ରମଣକାରୀ ଜଣଙ୍କ ଗାନ୍ଧିଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ବୋଲି ଜଣାପଡ଼ିଛି। ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରାଯିବା ସମୟରେ ଏଏସ୍‌ଆଇ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଝାରସୁଗୁଡ଼ା ଡିଏଚ୍‌ଏଚ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ […]

ଭୁବନେଶ୍ୱର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍‌ଆଇ ରବିବାର ଗୁଳିମାଡ଼ କରିଛନ୍ତି। ଝାରସୁଗୁଡ଼ାର ଏକ ସାଧାରଣ ସଭାରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା। ଆକ୍ରମଣକାରୀ ଜଣଙ୍କ ଗାନ୍ଧିଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ବୋଲି ଜଣାପଡ଼ିଛି। ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରାଯିବା ସମୟରେ ଏଏସ୍‌ଆଇ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଝାରସୁଗୁଡ଼ା ଡିଏଚ୍‌ଏଚ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ବିମାନବନ୍ଦରରେ ପହଞ୍ଚିବା ପରେ ଗ୍ରୀନ୍‌ କରିଡର ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲରେ ଉପସ୍ଥିତ ରହି ତଦାରଖ କରୁଛନ୍ତି। ଏହି ସମୟରେ ନବଙ୍କ ପୁଅ ମଧ୍ୟ ଆପୋଲୋ ଆସିଛନ୍ତି। ବାପାଙ୍କ ଉପରକୁ ଗୁଳିମାଡ଼ ନେଇ ସେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପୁଅଙ୍କ ପିଠି ଥାପୁଡ଼ାଇ ସାନ୍ତ୍ୱନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର