ପରିବର୍ଦ୍ଧିିତ କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ସାମିଲ ହେବେ ରାଜ୍ୟର ଘରୋଇ ଓ ସମସ୍ତ ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର: କାଳିଆ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି। ଏହି ଛାତ୍ରବୃତ୍ତିରେ ଯେପରି ଅଧିକ ପିଲା ଉପକୃତ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି କ୍ରମରେ ଶୁକ୍ରବାର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ୱା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ପ୍ରିମିୟର୍‌‌ ସରକାରୀ ଶିକ୍ଷାନୁଷ୍ଠାନ ସମେତ […]

ଭୁବନେଶ୍ୱର: କାଳିଆ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା କାଳିଆ ଛାତ୍ରବୃତ୍ତିକୁ ପରିବର୍ଦ୍ଧିତ କରାଯାଇଛି। ଏହି ଛାତ୍ରବୃତ୍ତିରେ ଯେପରି ଅଧିକ ପିଲା ଉପକୃତ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହି କ୍ରମରେ ଶୁକ୍ରବାର କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସଂଶୋଧିତ ‘କାଳିଆ ଛାତ୍ରବୃତ୍ତି’ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ୱା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ପ୍ରିମିୟର୍‌‌ ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍‌‌ ଇଣ୍ଡିଆ ସର୍ଭେ ଅନ୍‌‌ ହାୟର୍‌ ଏଜୁକେସନ୍‌‌( ଏଆଇଏସ୍‌‌ଏଚ୍‌‌ଇ) କୋଡ୍‌‌ପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ମାର୍ଗଦର୍ଶିକା ଅନୁଯାୟୀ, ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ୱା ବୈଷୟିକ ଶିକ୍ଷାରେ ସ୍ନାତକ ପାଠ୍ୟକ୍ରମ ପାଇଁ ପ୍ରଦାନ କରାଯାଉଥିବା କାଳିଆ ଛାତ୍ରବୃତ୍ତିରେ ନୂତନ ଭାବେ ବିବିଏ, ବିସିଏ ଓ ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ସେହିପରି ଏମ୍‌‌.ଟେକ୍‌‌, ଏମ୍‌‌ଏସ୍‌‌ (କୃଷି), ଏମ୍‌‌ଏସ୍‌‌ସି (ଫରେଷ୍ଟ୍ରି), ମେଡ଼ିକାଲ ସାଇନ୍ସରେ ପିଜି, ଏମ୍‌‌ବିଏ, ଏମ୍‌‌ସିଏ, ଏମ୍‌‌.ଫାର୍ମ ଏବଂ ତତୁଲ୍ୟ ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ନାତକୋତ୍ତର ପାଇଁ ସର୍ବାଧିକ ଦୁଇବର୍ଷ ଏବଂ ପିଏଚ୍‌‌ଡ଼ି ପାଇଁ ୪ବର୍ଷ ବୃତ୍ତି ଦିଆଯିବ। ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ପିଏଚ୍‌‌ଡି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ଆବଶ୍ୟକ। ସେହିପରି ଡିପ୍ଲୋମା ପାଠ୍ୟକ୍ରମ ମଧ୍ୟରେ ଡି.ଫାର୍ମ, ଡିଏମ୍‌‌ଏଲ୍‌‌ଟି, ଡିଏମ୍‌‌ଆର୍‌‌ଟି, ଅପଥାଲ୍‌‌ମିକ୍‌‌ ଆସିଷ୍ଟାଣ୍ଟ ବା ସର୍ଜିକାଲ ଅପଥାଲିମିକ୍‌‌ ଆସିଷ୍ଟାଣ୍ଟ, ଜିଏନ୍‌‌ଏମ୍‌‌, ଏଏନ୍‌‌ଏମ୍‌‌, ସାଇକ୍ରିୟାଟିକ୍‌‌ ନର୍ସିଂ, ପଲିଟେକ୍‌‌ନିକ୍‌‌ ଆଣ୍ଡ ଏଗ୍ରି ପଲିଟେକ୍‌‌ନିକ୍‌‌ ଏବଂ ରାଜ୍ୟରେ ବିଭିନ୍ନ ଟ୍ରେଡ୍‌‌ର ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହାସହ ରାଜ୍ୟ ଓ ରାଜ୍ୟ ବାହାର ପ୍ରିମିୟର୍‌‌ ସରକାରୀ ଶିକ୍ଷାନୁଷ୍ଠାନ ଯଥା ଏନ୍‌‌ଆଇଟି, ଆଇଆଇଟି, ଆଇଆଇଏମ୍‌‌, ଏମସ୍‌‌, ଆଇସିଏଆର୍‌‌, ଆଇଏଆର୍‌‌ଆର୍‌‌, ଆଇଭିଆର୍‌‌ଆଇ, ସିଆଇଏଫ୍‌‌ଇ, ଏନ୍‌‌ଡିଆର୍‌‌ଆଇ, ଆଇଜର, ନାଇଜର ଆଦି ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଆବଶ୍ୟକସ୍ଥଳେ ପାଠ୍ୟକ୍ରମ ତାଲିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସଂଶୋଧିତ କରାଯିବ ବୋଲି ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

କାଳିଆ ହିତାଧିକାରୀଙ୍କ ପିଲାମାନେ ଏହି ଛାତ୍ରବୃତ୍ତି ପାଇ ପାରିବେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସ୍ତରରେ ଏହାକୁ ଯାଞ୍ଚ କରାଯିବ। ସେଲଫ୍‌‌ ଫାଇନାନ୍‌‌ସିଂ ପାଠ୍ୟକ୍ରମ ପାଇଁ ବୃତ୍ତି ପ୍ରଦାନ କରାଯିବ ନାହିଁ। କେବଳ ଗୋଟିଏ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯିବ। ସରକାରୀ ଶିକ୍ଷାନୁଷ୍ଠାନରେ ଦାଖଲ କରିଥିବା ଟ୍ୟୁସନ୍‌‌ ଫି’, ବାର୍ଷିକ ଫି’, ଏକକାଳୀନ ଫି’, ହଷ୍ଟେଲ ଫି’ ଓ ଅନ୍ୟାନ୍ୟ ଖର୍ଚ୍ଚ ସିଧାସଳଖ ବିଦ୍ୟାର୍ଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଦିଆଯିବ। ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ କୋର୍ସ ଫି’ ହାରରେ ଛାତ୍ରବୃତ୍ତି ପ୍ରଦାନ କରାଯିବ। ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ପିଏଚ୍‌‌ଡି କରୁଥିବା ବିଦ୍ୟାର୍ଥୀ ଫେଲୋସିପ୍‌‌ ପାଉଥିଲେ ତାକୁ କୋର୍ସ ଫି’ରୁ ବାଦ ଦେଇ ବୃତ୍ତି ପ୍ରଦାନ କରାଯିବ। ପ୍ରିମିୟର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଫି’ କିମ୍ୱା ସର୍ବାଧିକ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପୁନଶ୍ଚ ସ୍ନାତକ, ସ୍ନାତକୋତ୍ତର, ପିଏଚ୍‌‌ଡି ଓ ପ୍ରିମିୟର ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଫି’ ବାବଦକୁ ମାସକୁ ୧୨୦୦ ଟଙ୍କା ଏବଂ ଡିପ୍ଲୋମା, ପଲିଟେକ୍‌‌ନିକ୍‌‌, ଆଇଟିଆଇ ବିଦ୍ୟାର୍ଥୀଙ୍କୁ ମାସକୁ ହଜାରେ ଟଙ୍କା ୧୦ମାସ ପାଇଁ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ http://scholarship.odisha.gov.in ପୋର୍ଟାଲରେ ଆବେଦନ କରିପାରିବେ। ଅନ୍‌‌ଲାଇନ୍‌‌ରେ ଏହା ଆବେଦନ ଓ ନବୀକରଣ ପାଇଁ ବର୍ଷକୁ ଦୁଇଥର ପୋର୍ଟାଲ ଖୋଲିବ। ପ୍ରଥମ ଥର ଜୁଲାଇ ଓ ଅଗଷ୍ଟରେ ଏବଂ ଦ୍ୱିତୀୟ ଥର ନଭେମ୍ୱର ଓ ଡିସେମ୍ୱରରେ ବିଦ୍ୟାର୍ଥୀମାନେ ସ୍କଲାର୍‌‌ସିପ୍‌‌ ପାଇଁ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର