ବଦଳିଲା +୨ ପରୀକ୍ଷା ନୀତି: ଏଣିକି ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ ୬ଟି ଇଣ୍ଟରନାଲ୍ ଓ ୨ଟି ବାର୍ଷିକ ପରୀକ୍ଷା

The Sakala Picture
Published On

ଭୁବନେଶ୍ବର: ସିଏଚ୍‌ଏସ୍‌ଇ ଦ୍ବାରା ପରିଚାଳିତ +୨ ପରୀକ୍ଷାରେ ଚଳିତ ବର୍ଷରୁ ନୂଆ ପରୀକ୍ଷା ନୀତି ଲାଗୁ ହୋଇଛି। ଏଣିକି ଛାତ୍ରଛାତ୍ରୀ ବର୍ଷରେ ୩ଟି ଇଣ୍ଟରନାଲ୍ ପରୀକ୍ଷା ଦେବେ । ସେହିପରି +୨ରେ ଦୁଇଟି ବାର୍ଷିକ ପରୀକ୍ଷା ହେବ। ତେବେ କୌଣସି କାରଣ ଯୋଗୁ +୨ ଦ୍ୱିତୀୟ ବର୍ଷ ପରୀକ୍ଷା ହୋଇନପାରିଲେ ଇଣ୍ଟରନାଲ୍ ପରୀକ୍ଷାର ମାର୍କକୁ ହିସାବକୁ ନିଆଯିବ ବୋଲି ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ସାହୁ ସୂଚନା ଦେଇଛନ୍ତି। ନୂଆ ପରୀକ୍ଷା ନୀତିରେ ରାଜ୍ୟ ସରକାର ମୋହର ଲଗାଇଥିବା […]

ଭୁବନେଶ୍ବର: ସିଏଚ୍‌ଏସ୍‌ଇ ଦ୍ବାରା ପରିଚାଳିତ +୨ ପରୀକ୍ଷାରେ ଚଳିତ ବର୍ଷରୁ ନୂଆ ପରୀକ୍ଷା ନୀତି ଲାଗୁ ହୋଇଛି। ଏଣିକି ଛାତ୍ରଛାତ୍ରୀ ବର୍ଷରେ ୩ଟି ଇଣ୍ଟରନାଲ୍ ପରୀକ୍ଷା ଦେବେ । ସେହିପରି +୨ରେ ଦୁଇଟି ବାର୍ଷିକ ପରୀକ୍ଷା ହେବ। ତେବେ କୌଣସି କାରଣ ଯୋଗୁ +୨ ଦ୍ୱିତୀୟ ବର୍ଷ ପରୀକ୍ଷା ହୋଇନପାରିଲେ ଇଣ୍ଟରନାଲ୍ ପରୀକ୍ଷାର ମାର୍କକୁ ହିସାବକୁ ନିଆଯିବ ବୋଲି ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ନୂଆ ପରୀକ୍ଷା ନୀତିରେ ରାଜ୍ୟ ସରକାର ମୋହର ଲଗାଇଥିବା ସିଏଚଏସଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ) ଗୁଡିକରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ (ପର୍ଫମାନ୍ସ) ରେକର୍ଡ ସଂଗ୍ରହ ହେବ। ତେବେ ତିନି ମାସକୁ ଥରେ +୨ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍ ପରୀକ୍ଷା ହେବ। ୨୦ ମାର୍କର ପରୀକ୍ଷା ହେବ। ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତରେ ଆସିବ। ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ । ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ। ସିଏଚ୍‌ଏସ୍‌ଇ କେବଳ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ପରିଚାଳନା କରିବ। କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନ୍‌ଲାଇନ ଜରିଆରେ ସିଏଚ୍‌ଏସ୍‌ଇକୁ ପଠେଇବେ। ଯାହାକୁ ରେକର୍ଡ ଭାବେ ରଖାଯିବ। ଭବିଷ୍ୟତରେ ମହାମାରୀ ଭଳି କୌଣସି ପରିସ୍ଥତିରେ ପରୀକ୍ଷା ବାତିଲ ହେଲେ, ପୂର୍ବରୁ ଆୟୋଜିତ ହୋଇଥିବା ପରୀକ୍ଷା ଆଧାରରେ ମାର୍କ ପ୍ରଦାନ କରାଯିବ। ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦ ପ୍ରତିଶତ କମ ସିଲାବସରେ ପରୀକ୍ଷା ହେବ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

03 Oct 2021 By The Sakala

ବଦଳିଲା +୨ ପରୀକ୍ଷା ନୀତି: ଏଣିକି ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ ୬ଟି ଇଣ୍ଟରନାଲ୍ ଓ ୨ଟି ବାର୍ଷିକ ପରୀକ୍ଷା

ଭୁବନେଶ୍ବର: ସିଏଚ୍‌ଏସ୍‌ଇ ଦ୍ବାରା ପରିଚାଳିତ +୨ ପରୀକ୍ଷାରେ ଚଳିତ ବର୍ଷରୁ ନୂଆ ପରୀକ୍ଷା ନୀତି ଲାଗୁ ହୋଇଛି। ଏଣିକି ଛାତ୍ରଛାତ୍ରୀ ବର୍ଷରେ ୩ଟି ଇଣ୍ଟରନାଲ୍ ପରୀକ୍ଷା ଦେବେ । ସେହିପରି +୨ରେ ଦୁଇଟି ବାର୍ଷିକ ପରୀକ୍ଷା ହେବ। ତେବେ କୌଣସି କାରଣ ଯୋଗୁ +୨ ଦ୍ୱିତୀୟ ବର୍ଷ ପରୀକ୍ଷା ହୋଇନପାରିଲେ ଇଣ୍ଟରନାଲ୍ ପରୀକ୍ଷାର ମାର୍କକୁ ହିସାବକୁ ନିଆଯିବ ବୋଲି ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ସାହୁ ସୂଚନା ଦେଇଛନ୍ତି।

ନୂଆ ପରୀକ୍ଷା ନୀତିରେ ରାଜ୍ୟ ସରକାର ମୋହର ଲଗାଇଥିବା ସିଏଚଏସଇ ପକ୍ଷରୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ) ଗୁଡିକରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ (ପର୍ଫମାନ୍ସ) ରେକର୍ଡ ସଂଗ୍ରହ ହେବ। ତେବେ ତିନି ମାସକୁ ଥରେ +୨ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍ ପରୀକ୍ଷା ହେବ। ୨୦ ମାର୍କର ପରୀକ୍ଷା ହେବ। ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତରେ ଆସିବ। ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ । ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ। ସିଏଚ୍‌ଏସ୍‌ଇ କେବଳ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ପରିଚାଳନା କରିବ। କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନ୍‌ଲାଇନ ଜରିଆରେ ସିଏଚ୍‌ଏସ୍‌ଇକୁ ପଠେଇବେ। ଯାହାକୁ ରେକର୍ଡ ଭାବେ ରଖାଯିବ। ଭବିଷ୍ୟତରେ ମହାମାରୀ ଭଳି କୌଣସି ପରିସ୍ଥତିରେ ପରୀକ୍ଷା ବାତିଲ ହେଲେ, ପୂର୍ବରୁ ଆୟୋଜିତ ହୋଇଥିବା ପରୀକ୍ଷା ଆଧାରରେ ମାର୍କ ପ୍ରଦାନ କରାଯିବ। ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦ ପ୍ରତିଶତ କମ ସିଲାବସରେ ପରୀକ୍ଷା ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର