ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଏସ୍‌ପି

The Sakala Picture
Published On

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର ନୂଆ ଏସପି । କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚିତ୍ତରଞ୍ଜନ ସାମନ୍ତଙ୍କୁ ଭୁବନେଶ୍ୱର କମ୍ପ୍ୟୁଟର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । […]

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର ନୂଆ ଏସପି । କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚିତ୍ତରଞ୍ଜନ ସାମନ୍ତଙ୍କୁ ଭୁବନେଶ୍ୱର କମ୍ପ୍ୟୁଟର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସୁଦାମ ସାହୁ ପ୍ରମୋସନ ପାଇ ଭୁବନେଶ୍ୱର-କଟକ କ୍ରାଇମ ଡିସିପି ହୋଇଛନ୍ତି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସେହିପରି ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସପି ଦାୟିତ୍ୱ ମିଳିଛି । କିଶୋର କୁମାର ପାଣିଗ୍ରାହୀଙ୍କୁ ଏସଟିଏଫ ଏସପି, ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ଦାୟିତ୍ୱ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ରାଜ୍ୟରେ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଥିଲା । ସେ ସମୟରେ କଟକ ଓ ଭୁବନେଶ୍ୱରରେ ନୂଆ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାଛଡ଼ା ଏପ୍ରିଲ ମାସରେ ରାଜ୍ୟର ୯ଟି ଜିଲ୍ଲାର ଏସପିଙ୍କ ସମେତ ୧୨ ଜଣ ଆଇପିଏସ ଅଧିକାରୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

02 Aug 2022 By The Sakala

ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଏସ୍‌ପି

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର ନୂଆ ଏସପି । କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଚିତ୍ତରଞ୍ଜନ ସାମନ୍ତଙ୍କୁ ଭୁବନେଶ୍ୱର କମ୍ପ୍ୟୁଟର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସୁଦାମ ସାହୁ ପ୍ରମୋସନ ପାଇ ଭୁବନେଶ୍ୱର-କଟକ କ୍ରାଇମ ଡିସିପି ହୋଇଛନ୍ତି।

ସେହିପରି ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସପି ଦାୟିତ୍ୱ ମିଳିଛି । କିଶୋର କୁମାର ପାଣିଗ୍ରାହୀଙ୍କୁ ଏସଟିଏଫ ଏସପି, ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ଦାୟିତ୍ୱ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ରାଜ୍ୟରେ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଥିଲା । ସେ ସମୟରେ କଟକ ଓ ଭୁବନେଶ୍ୱରରେ ନୂଆ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାଛଡ଼ା ଏପ୍ରିଲ ମାସରେ ରାଜ୍ୟର ୯ଟି ଜିଲ୍ଲାର ଏସପିଙ୍କ ସମେତ ୧୨ ଜଣ ଆଇପିଏସ ଅଧିକାରୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର