ଏମ୍‌ସ ଭୁବନେଶ୍ୱରରେ ପାଳନ ହେଲା ଚନ୍ଦ୍ରାୟଣ ମହୋତ୍ସବ

The Sakala Picture
Published On

ଭୁବନେଶ୍ୱର: ପରିବେଶ ଥିଲା ଅତ୍ୟନ୍ତ ପୁଲକିତ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟିଉଠୁଥିଲା ଦେଶମାତୃକାର ସେବା ନିମନ୍ତେ ତ୍ୟାଗର ଅନନ୍ୟ ନିଦର୍ଶନ। ଭାରତର ଐତିହାସିକ ଗୌରବମୟ ଚନ୍ଦ୍ର ଅଭିଯାନରେ ପ୍ରତ୍ୟେକ୍ଷ ଭାବେ ସାମିଲ ନହୋଇପାରିଥିଲେ ମଧ୍ୟ, ଏହି ମହନୀୟ ଯାତ୍ରାରେ ସାମିଲ ଥିବା ସମସ୍ତ ଅଂଶୀଦାରଙ୍କୁ ପ୍ରଶଂସା କରିବା ଏବଂ ଭାରତକୁ ବିଶ୍ବଗୁରୁରେ ପରିଣତ କରିବାର ପ୍ରତିବଦ୍ଧତା ଝଲସି ଉଠିଥିଲା ଏମ୍‌ସ ଭୁବନେଶ୍ୱର ପରିସରରେ। ଅବସର ଥିଲା ଚନ୍ଦ୍ରାୟଣ ମହୋତ୍ସବ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. […]

ଭୁବନେଶ୍ୱର: ପରିବେଶ ଥିଲା ଅତ୍ୟନ୍ତ ପୁଲକିତ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟିଉଠୁଥିଲା ଦେଶମାତୃକାର ସେବା ନିମନ୍ତେ ତ୍ୟାଗର ଅନନ୍ୟ ନିଦର୍ଶନ। ଭାରତର ଐତିହାସିକ ଗୌରବମୟ ଚନ୍ଦ୍ର ଅଭିଯାନରେ ପ୍ରତ୍ୟେକ୍ଷ ଭାବେ ସାମିଲ ନହୋଇପାରିଥିଲେ ମଧ୍ୟ, ଏହି ମହନୀୟ ଯାତ୍ରାରେ ସାମିଲ ଥିବା ସମସ୍ତ ଅଂଶୀଦାରଙ୍କୁ ପ୍ରଶଂସା କରିବା ଏବଂ ଭାରତକୁ ବିଶ୍ବଗୁରୁରେ ପରିଣତ କରିବାର ପ୍ରତିବଦ୍ଧତା ଝଲସି ଉଠିଥିଲା ଏମ୍‌ସ ଭୁବନେଶ୍ୱର ପରିସରରେ। ଅବସର ଥିଲା ଚନ୍ଦ୍ରାୟଣ ମହୋତ୍ସବ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ହର୍ଷ, ଉଲ୍ଲାସର ସହିତ ଆଜି ପାଳିତ ହୋଇଯାଇଛି ଚନ୍ଦ୍ରାୟଣ ମହୋତ୍ସବ। ଚନ୍ଦ୍ରର ଦକ୍ଷିଣ ମେରୁରେ ରୋଭର୍‌ ଅବତରଣ ଏବଂ ପରେ ପରେ ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନର ବିଚରଣ, ସମଗ୍ର ବିଶ୍ବରେ ଭାରତର ମହାକାଶ ଅଭିଯାନକୁ ଏକ ଗୌରବମୟ ଅଧ୍ୟାୟରେ ସ୍ଥାନ ଦେଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣା ମଧ୍ୟ ଏହି କାର୍ଯ୍ୟକ୍ରମକୁ ବେଶ୍‌ ସଫଳ କରିଥିଲା। ପ୍ରଧାନମନ୍ତ୍ରୀ ସଦାସର୍ବଦା ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳପ୍ରତି ଆଗ୍ରହୀ ହେବାକୁ ଉତ୍ସାହିତ କରିଥାଆନ୍ତି। ଭାରତର ଚନ୍ଦ୍ର ଅଭିଯାନ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଲିପିବଦ୍ଧ କରିଛି। ଏମ୍‌ସ ଭୁବନେଶ୍ୱରରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରି ବେଶ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ଡ. ବିଶ୍ବାସ। ସ୍ବାସ୍ଥ୍ୟସେବା, ଡିଜିଟାଲ୍‌ ମିସନ୍‌, ରେଳ ଆଦି ବିଭିନ୍ନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରି ଛାତ୍ରଛାତ୍ରୀମାନେ ଭାରତକୁ ଉନ୍ନତିର ଶୀର୍ଷକୁ ନେବାକୁ ଡ. ବିଶ୍ବାସ ଆହ୍ବାନ କରିଥିଲେ। ବୈଜ୍ଞାନିକ ଏବଂ ବୈଷୟିକ ସଫଳତାର ଉତ୍ସବ କେବଳ ପରୀକ୍ଷାଗାର କିମ୍ବା ଅନୁଷ୍ଠାନଗୁଡ଼ିକରେ ସୀମାବଦ୍ଧ ନହୋଇ ସାଧାରଣ ଜନତାଙ୍କ ମଧ୍ୟରେ ଆଦୃତ ଏବଂ ବହୁଳ ପ୍ରସାର ଦ୍ବାରା ଏହାର ପ୍ରକୃତ ଉପଲବ୍ଧିକୁ ଅନୁଭବ କରିହେବ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ସବୁବେଳେ ଉତ୍ସାହିତ କରିଥାଆନ୍ତି ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଏହି ଅବସରରେ ଏମ୍‌ସରେ ଚନ୍ଦ୍ରାୟଣ ଅଭିଯାନରେ ସାମିଲ ରକେଟ୍‌, ରୋଭର୍‌, ପ୍ରଜ୍ଞାନ୍‌ ଆଦିର ପ୍ରତିକୃତି ସ୍ଥାପନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଚନ୍ଦ୍ରାୟଣ ଅଭିଯାନ ରଙ୍ଗୋଲୀ ମଧ୍ୟ ଗାନ କରୁଥିଲା ଦେଶଭକ୍ତିର ମହମହ ବାସ୍ନା।  ଡିନ୍‌ ଡ. ପି ଆର ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, କଲେଜ୍‌ ଅଫ୍‌ ନର୍ସିଂର ଅଧ୍ୟକ୍ଷା ଡ. ଆଶା ପି ସେଟ୍ଟୀ, ଭାରପ୍ରାପ୍ତ ଡିଡିଏ ରଶ୍ଜି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର