ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲା : ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ୍

The Sakala Picture
Published On

ଭୁବନେଶ୍ବର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ। ଡିଆରଡିଓ ଗୁପ୍ତ ତଥ୍ୟ ହାସଲ ଲାଗି ୫ ଜଣଙ୍କୁ ନିଜ ଜାଲରେ ପକାଇଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋ ଏବଂ ଭିଡିଓ କଲ୍‌ ରେକର୍ଡିଂ ମିଳିବା ପରେ ତଦନ୍ତକୁ ଆଗେଇ ନେଇଛି ଓଡିଶା କ୍ରାଇମବ୍ରାଞ୍ଚ। କିନ୍ତୁ ରହସ୍ୟମୟୀ ଯୁବତୀଙ୍କ ଚାନ୍ଦିପୁର ଡିଆରଡିଓରୁ ଗିରଫ ୫ ଜଣଙ୍କ ସହ ବ୍ରିଟେନ ନମ୍ବରରେ କଥା ହୋଉଥିବାରୁ ଏବଂ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରୁ […]

ଭୁବନେଶ୍ବର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ। ଡିଆରଡିଓ ଗୁପ୍ତ ତଥ୍ୟ ହାସଲ ଲାଗି ୫ ଜଣଙ୍କୁ ନିଜ ଜାଲରେ ପକାଇଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋ ଏବଂ ଭିଡିଓ କଲ୍‌ ରେକର୍ଡିଂ ମିଳିବା ପରେ ତଦନ୍ତକୁ ଆଗେଇ ନେଇଛି ଓଡିଶା କ୍ରାଇମବ୍ରାଞ୍ଚ। କିନ୍ତୁ ରହସ୍ୟମୟୀ ଯୁବତୀଙ୍କ ଚାନ୍ଦିପୁର ଡିଆରଡିଓରୁ ଗିରଫ ୫ ଜଣଙ୍କ ସହ ବ୍ରିଟେନ ନମ୍ବରରେ କଥା ହୋଉଥିବାରୁ ଏବଂ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆସିଥିବାରୁ  ଅଧିକ ତଦନ୍ତ ପାଇଁ ଆନ୍ତର୍ଜାତିକ ଗୁଇନ୍ଦା ସଂସ୍ଥା ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ତେବେ ମିଳିଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋ ଏବଂ ଭିଡିଓ କଲରେକର୍ଡିଂକୁ ନେଇ  ଆଗକୁ ଆହୁରି ତଦନ୍ତ କରୁଛି କ୍ରାଇମବ୍ରା଼ଞ୍ଚ । ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ।। ଆଜି ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ ଫେସବୁକ୍ ସମେତ ଅନ୍ୟ ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲା ରହସ୍ୟମୟୀ ମହିଳା। ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲା । ହିନ୍ଦୀରେ କଥାବାର୍ତ୍ତା କରି ଭିଡିଓ କଲ୍ କରୁଥିଲେ ମହିଳା। ମହିଳା ଜଣଙ୍କ ଦୁବାଇରେ ଥିବା ଏକ ଆକାଉଣ୍ଟରୁ ଟଙ୍କା ପଠାଇଛନ୍ତି ତେବେ ଉକ୍ତ ଆକାଉଣ୍ଟ କାହା ନାଁରେ ଅପରେଟ ହେଉଛି ଏବଂ ଏଥି ପାଇଁ କିଏ ଫଣ୍ଡି କରୁଥିଲା। ସେ କେଉଁ ଲୋକେସନରୁ କଲ୍‌ କରୁଥିଲେ ଓ ତାଙ୍କ ଆଇପି ଆଡ୍ରେସର ଲୋକେସନ ଓ ସେହି ଆଇପି ଆଡ୍ରେସରେ ଆଉ କେଉଁ ସଂକ୍ରାନ୍ତୀୟ ଗୁପ୍ତ ତଥ୍ୟ ଚୋରି ହୋଇଛି ତାହା ଇଣ୍ଟରପୋଲ ସହାୟତା ଦ୍ବାରା ହିଁ ଜଣାପଡିବ। ଏଣୁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲ ସହାୟତା ନେବ ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନାଯୋଗ୍ୟ ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର କେନ୍ଦ୍ର ସଂପର୍କିତ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୪ ଜଣ ଠିକା କର୍ମଚାରୀ ହୋଇଥିବାବେଳେ ଜଣେ ଆଇଟିଆରର ସ୍ଥାୟୀ ଡ୍ରାଇଭର ସଚିନ କୁମାର ଛେତା । ଏହି ଅଭିଯୁକ୍ତମାନେ ଉକ୍ତ ରହସ୍ୟମୟୀ ମହିଳାଙ୍କ ହନିଟ୍ରାପରେ ଫସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

29 Sep 2021 By The Sakala

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲା : ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ୍

ଭୁବନେଶ୍ବର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ। ଡିଆରଡିଓ ଗୁପ୍ତ ତଥ୍ୟ ହାସଲ ଲାଗି ୫ ଜଣଙ୍କୁ ନିଜ ଜାଲରେ ପକାଇଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋ ଏବଂ ଭିଡିଓ କଲ୍‌ ରେକର୍ଡିଂ ମିଳିବା ପରେ ତଦନ୍ତକୁ ଆଗେଇ ନେଇଛି ଓଡିଶା କ୍ରାଇମବ୍ରାଞ୍ଚ। କିନ୍ତୁ ରହସ୍ୟମୟୀ ଯୁବତୀଙ୍କ ଚାନ୍ଦିପୁର ଡିଆରଡିଓରୁ ଗିରଫ ୫ ଜଣଙ୍କ ସହ ବ୍ରିଟେନ ନମ୍ବରରେ କଥା ହୋଉଥିବାରୁ ଏବଂ ବିଦେଶୀ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଆସିଥିବାରୁ  ଅଧିକ ତଦନ୍ତ ପାଇଁ ଆନ୍ତର୍ଜାତିକ ଗୁଇନ୍ଦା ସଂସ୍ଥା ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ତେବେ ମିଳିଥିବା ରହସ୍ୟମୟୀ ଯୁବତୀଙ୍କ ଫଟୋ ଏବଂ ଭିଡିଓ କଲରେକର୍ଡିଂକୁ ନେଇ  ଆଗକୁ ଆହୁରି ତଦନ୍ତ କରୁଛି କ୍ରାଇମବ୍ରା଼ଞ୍ଚ । ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ।। ଆଜି ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ଯେ ଫେସବୁକ୍ ସମେତ ଅନ୍ୟ ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲା ରହସ୍ୟମୟୀ ମହିଳା। ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲା । ହିନ୍ଦୀରେ କଥାବାର୍ତ୍ତା କରି ଭିଡିଓ କଲ୍ କରୁଥିଲେ ମହିଳା। ମହିଳା ଜଣଙ୍କ ଦୁବାଇରେ ଥିବା ଏକ ଆକାଉଣ୍ଟରୁ ଟଙ୍କା ପଠାଇଛନ୍ତି ତେବେ ଉକ୍ତ ଆକାଉଣ୍ଟ କାହା ନାଁରେ ଅପରେଟ ହେଉଛି ଏବଂ ଏଥି ପାଇଁ କିଏ ଫଣ୍ଡି କରୁଥିଲା। ସେ କେଉଁ ଲୋକେସନରୁ କଲ୍‌ କରୁଥିଲେ ଓ ତାଙ୍କ ଆଇପି ଆଡ୍ରେସର ଲୋକେସନ ଓ ସେହି ଆଇପି ଆଡ୍ରେସରେ ଆଉ କେଉଁ ସଂକ୍ରାନ୍ତୀୟ ଗୁପ୍ତ ତଥ୍ୟ ଚୋରି ହୋଇଛି ତାହା ଇଣ୍ଟରପୋଲ ସହାୟତା ଦ୍ବାରା ହିଁ ଜଣାପଡିବ। ଏଣୁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲ ସହାୟତା ନେବ ବୋଲି ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର କେନ୍ଦ୍ର ସଂପର୍କିତ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୪ ଜଣ ଠିକା କର୍ମଚାରୀ ହୋଇଥିବାବେଳେ ଜଣେ ଆଇଟିଆରର ସ୍ଥାୟୀ ଡ୍ରାଇଭର ସଚିନ କୁମାର ଛେତା । ଏହି ଅଭିଯୁକ୍ତମାନେ ଉକ୍ତ ରହସ୍ୟମୟୀ ମହିଳାଙ୍କ ହନିଟ୍ରାପରେ ଫସି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ସନ୍ଦେହ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର