ପର୍ଯ୍ୟଟନ କ୍ଷେତ୍ରରେ ଉଦାହରଣ ସାଜିବ ଚାନ୍ଦିପୁର ବେଳାଭୂମି, ତଟ ସୁରକ୍ଷା ପରେ ସୌନ୍ଦର୍ଯ୍ୟକରଣ କାମ ପାଇଁ ତିଆରି ହେଲା ଡିଜାଇନ୍

The Sakala Picture
Published On

ବାଲେଶ୍ବର :ପର୍ଯ୍ୟଟନ କ୍ଷେତ୍ରରେ ଉଦାହରଣୀୟ ତଥା ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ଚାନ୍ଦିପୁର ବେଳାଭୂମି। ସବୁବେଳେ ଅବହେଳାରେ ପଡିରହିଥିବା ଚାନ୍ଦିପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପରି ନାହିଁ କିଛି ପରିବେଶ। ତେଣୁ ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର ଜଳସେଚନ ବିଭାଜନ ପକ୍ଷରୁ ବିକାଶମୂଳକ କାମ ୨୦୨୦ ମସିହାରୁ ଆରମ୍ଭ ହୋଇଛି। ପ୍ରଥମେ ସମୁଦ୍ର କୂଳରେ ୩୦ କୋଟି ଟଙ୍କା ଖର୍ଚ୍ଚରେ ପଥର ପକାଇବା କାଣ ଶେଷ ହୋଇଥିବା ବେଳେ ସୌନ୍ଦର୍ଯ୍ୟକରଣ ପାଇଁ ବିଭାଜନ ପକ୍ଷରୁ […]

ବାଲେଶ୍ବର :ପର୍ଯ୍ୟଟନ କ୍ଷେତ୍ରରେ ଉଦାହରଣୀୟ ତଥା ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବ ଚାନ୍ଦିପୁର ବେଳାଭୂମି। ସବୁବେଳେ ଅବହେଳାରେ ପଡିରହିଥିବା ଚାନ୍ଦିପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପରି ନାହିଁ କିଛି ପରିବେଶ। ତେଣୁ ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର ଜଳସେଚନ ବିଭାଜନ ପକ୍ଷରୁ ବିକାଶମୂଳକ କାମ ୨୦୨୦ ମସିହାରୁ ଆରମ୍ଭ ହୋଇଛି। ପ୍ରଥମେ ସମୁଦ୍ର କୂଳରେ ୩୦ କୋଟି ଟଙ୍କା ଖର୍ଚ୍ଚରେ ପଥର ପକାଇବା କାଣ ଶେଷ ହୋଇଥିବା ବେଳେ ସୌନ୍ଦର୍ଯ୍ୟକରଣ ପାଇଁ ବିଭାଜନ ପକ୍ଷରୁ ଏକ ଡିଜାଇନ୍ ପ୍ରସ୍ତୁତ କରାଯାଇଛି।
୧.୭ କିଲୋମିଟର(୧୭୨୧ମିଟର) ପଥର ବନ୍ଧ ଉପରେ ସର୍ଭିସ ରୋଡ୍ ତିଆରି ପରେ ମେରାଇନ୍ ଡ୍ରାଇଭ୍ ରାସ୍ତାରେ ପର୍ଯ୍ୟଟକଙ୍କ ବସିବା ପାଇଁ ବ୍ୟବସ୍ଥା ଏବଂ ଗାଡି ଯାତାୟାତ ସୁବିଧା, ପାର୍କିଂ ସହ ସବୁଜୀକରଣକୁ ନେଇ ଏକ ସୁନ୍ଦର ଡିତାଇନ୍ ପ୍ରସ୍ତୁତ କରାଯାଇଛି। ଉକ୍ତ ଡିଜାଇନ୍ କୁ ଜଳସେଚନ ବିଭାଗ ଏସଇ ପ୍ରଭାସ କୁମାର ପ୍ରଧାନ  ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କୁ ଦେଖାଇଛନ୍ତି। ଯାହାକୁ ବିଧାୟକ ପସନ୍ଦ କରିବା ପରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରହୀଙ୍କୁ ଦେଖାଇଛନ୍ତି। ତେବେ ଜଳସେଚନ ବିଭାଗ ପ୍ରସ୍ତୁତ କରିଥିବା ଡିଜାଇନ୍ କୁ ପସନ୍ଦ କରିବା ସହ ଏପରି ଭାବେ ବେଳାଭୂମି ହେବ ବୋଲି ଏକପ୍ରକାର ଯୋଜନା ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲାର ୨୨ଟି ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଚାନ୍ଦିପୁରର ଚର୍ଚ୍ଚା ବିଶ୍ବରେ ରହିଛି। ଏଠାକୁ କେବଳ ରାଜ୍ୟ ବାହାରର ପର୍ଯ୍ୟଟକ ନୁହେଁ ବରଂ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ମାତ୍ର ଚାନ୍ଦିପୁର ବେଳାଭୂମିରେ ସେପରି ଆକର୍ଷଣୀୟ କାମ ସେମାନଙ୍କୁ ବାନ୍ଧି ରଖିପାରେ ନାହିଁ। ତେବେ ବାଲେଶ୍ବର ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ଉଦାହରଣ ସାଜିବ ଚାନ୍ଦିପୁର ବେଳାଭୂମି। ଏନେଇ ବିକାଶମୂଳକ କାମ ୨୦୨୦ ରୁ ଆରମ୍ଭ ହୋଇଯାଇଛି। ତେବେ ବର୍ତ୍ତମାନ ସମୁଦ୍ର କୂଳରେ ଥିବା ଦୋକାନୀଙ୍କ ସ୍ଥାନାନ୍ତର ଏବଂ ଥଇଥାନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଜଳସେଚନ ବାଭାଗ ଏସଇ ଏବଂ ସଦର ବିଧାୟକ ଚାନ୍ଦିପୁରକୁ ଯାଇ ଦୋକାନୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଦୋକାନୀମାନେ ସେଠାରୁ ସ୍ଥାନାନ୍ତର ପାଇଁ ରାଜି ତ ହୋଇଛନ୍ତି ମାତ୍ର ଥଇଥାନ ହେବା ପରେ ଏନେଇ ଜଳସେଚନ ବିଭାଗ ନିଜର ଡିଜାଇନ୍ ରେ ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ମଧ୍ୟ ଜାଗା ଚିହ୍ନଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପଥର ବନ୍ଧ ଓ ଝାଉଁ ଗଛ ମଝିରେ ୨ ହଜାର ସ୍କୟାର ମିଟର ଜାଗାରେ ଦୋକାନୀଙ୍କୁ ଥଇଥାନ ପାଇଁ ଯୋଜନା କରାଯାଇଛି। ଏନେଇ ସେହି ମଡେଲ୍ ରେ ଡିଜାଇନ୍ ମଧ୍ୟ କରାଯାଇଛି। ତେବେ ଉକ୍ତ ସ୍ଥାନରୁ ଦୋକାନୀ ସ୍ଥାନାନ୍ତର ହେବା ପରେ ପର୍ଯ୍ୟଟକ ସିଧାସଳଖ ଫକୀରମୋହନ ସ୍କୁଲ ରାସ୍ତା ଦେଇ ଗାଡି ମାଧ୍ୟମରେ ସିଧା ସମୁଦ୍ରର ପାଖରେ ପହଞ୍ଚି ମେରାଇନ୍ ଡ୍ରାଇଭ୍ ରାସ୍ତାକୁ ଯାଇ ବୁଲିପାରିବେ। ଏଥିସହିତ ବସିବା ଏବଂ ଖାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଚାନ୍ଦିପୁର ସମୁଦ୍ର କୂଳରେ ସମ୍ପୂର୍ଣ୍ଣ ଭାବେ ତଟ ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପଥର ପକାଇବା କାମ ଜଳସେଚନ ବିଭାଗ ଶେଷ କରିବା ପରେ ଡିଜାଇନ୍ ଅନୁଯାୟୀ କାମ ପର୍ଯ୍ୟଟନ ବିଭାଗ ଆରମ୍ଭ କରିବ ବୋଲି ସୂଚନା ମିଳିଛି। ତେବେ ଏନେଇ ସଦର ବିଧାୟକ ସ୍ବରୂପ କୁମାର ଦାସ କହିଛନ୍ତି, ‘ଚାନ୍ଦିପୁରରେ ୪୫ ଟି ଦୋକାନ ରହିଛିଛି। ଦୋକାନୀଭାନଙ୍କ ସହ ଆମେ ଆଲୋଚନା କରିଛୁ। ସେମାନେ ମଧ୍ୟ ସ୍ଥାନାନ୍ତର ପାଇଁ ରାଜି ହୋଇଛନ୍ତି। ଥଇଥାନ ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ସମୁଦ୍ରର ବିକାଶ କାମ ପାଇଁ ଜଳସେଚନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ଦୁଇଟି ଡିଜାଇନ୍ ପ୍ରସ୍ତୁତ କରିଛନ୍ତି। ଯେଉଁଟା ଭଲ ହେବ ତାହାର ଅସଲ ରୂପ ନେବ ଚାନ୍ଦିପୁର। କାରଣ ଚାନ୍ଦିପୁରରେ ଏକ ସାଇନ୍ସ୍ ପାର୍କ ସହ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ମଧ୍ୟ ନିର୍ମାଣ ହେବ। ଯାହାଦ୍ବାରା ଚାନ୍ଦିପୁରର ଗୁରୁତ୍ୱତା ଅଧିକ ବଢିଯିବ’।
13 May 2022 By The Sakala

https://www.thesakala.in/latest-odisha-news/chandipur-beach-will-be-an-example-in-the-field-of-tourism/article-11548
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର