ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲେ ବିଜେଡି ଓ କଂଗ୍ରେସ

Madhusudan Das Picture
Published On

ଭଦ୍ରକ: ଚାନ୍ଦବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ କଡା ନିନ୍ଦା କରିଛି ବିଜେଡି । ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ଗୁରୁବାର ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି । ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ଦଳ । ଏହି ଦିନ କଳା ଦିବସ ପାଳନ କରିବ ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଚାନ୍ଦବାଲିରେ ଏହି ଘଟଣା ଲଜ୍ଜାଜନକ । ଚୋରା ନିଶା ବେପାର ପାଇଁ ଏତେ ବଡ ଲଜ୍ଜାଜନକ ଘଟଣା ଘଟିଲା । ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ ଘଟଣାକୁ ନିନ୍ଦା କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର ଦାସ ଘଟଣାକୁ ନିନ୍ଦା କରିବା ସହ ପୋଲିସ ପ୍ରଶାସନ ଓ ବିଜେପି ସରକାରଙ୍କୁ ଦାୟୀ କରିଛି । ପୀଡିତା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ନ୍ୟାୟ ଦାବି କରିଛନ୍ତି । ଏହାସହ ଆସନ୍ତାକାଲି ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଆରମ୍ଭ କରିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଷ୍କର୍ମ ଘଟଣା ନେଇ ତଦନ୍ତ ଚାଲିଥିବା ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଚାନ୍ଦବାଲିରେ ଦୋକାନ ବଜାର ବନ୍ଦ ରହିଛି । ବେଆଇନ ମଦ ଦୋକାନ ଓ ନିଶା କାରବାର ହେଉଥିବା ଘର ଭାଙ୍ଗିବା ଦାବିରେ ଉତ୍ତେଜନା ଲାଗି ରହିଛି । ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

24 Dec 2025 By Madhusudan Das

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲେ ବିଜେଡି ଓ କଂଗ୍ରେସ

ଭଦ୍ରକ: ଚାନ୍ଦବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ କଡା ନିନ୍ଦା କରିଛି ବିଜେଡି । ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ଗୁରୁବାର ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି । ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ଦଳ । ଏହି ଦିନ କଳା ଦିବସ ପାଳନ କରିବ ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଚାନ୍ଦବାଲିରେ ଏହି ଘଟଣା ଲଜ୍ଜାଜନକ । ଚୋରା ନିଶା ବେପାର ପାଇଁ ଏତେ ବଡ ଲଜ୍ଜାଜନକ ଘଟଣା ଘଟିଲା । ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ ଘଟଣାକୁ ନିନ୍ଦା କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର ଦାସ ଘଟଣାକୁ ନିନ୍ଦା କରିବା ସହ ପୋଲିସ ପ୍ରଶାସନ ଓ ବିଜେପି ସରକାରଙ୍କୁ ଦାୟୀ କରିଛି । ପୀଡିତା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ନ୍ୟାୟ ଦାବି କରିଛନ୍ତି । ଏହାସହ ଆସନ୍ତାକାଲି ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଆରମ୍ଭ କରିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଷ୍କର୍ମ ଘଟଣା ନେଇ ତଦନ୍ତ ଚାଲିଥିବା ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଚାନ୍ଦବାଲିରେ ଦୋକାନ ବଜାର ବନ୍ଦ ରହିଛି । ବେଆଇନ ମଦ ଦୋକାନ ଓ ନିଶା କାରବାର ହେଉଥିବା ଘର ଭାଙ୍ଗିବା ଦାବିରେ ଉତ୍ତେଜନା ଲାଗି ରହିଛି । ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । 

https://www.thesakala.in/latest-odisha-news/chandbali-case-bjd-and-congress-call-for-chandbali-shutdown-tomorrow/article-43764
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର