ଚତୁର୍ଥ ଲହର ଆଶଙ୍କା: ଆସନ୍ତା ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

The Sakala Picture
Published On

ଭୁବନେଶ୍ୱର: କରୋନା ଚତୁର୍ଥ ଲହରକୁ ନେଇ ଡର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ମାମଲା ବଢ଼଼ିବା ପରେ ଚିନ୍ତା ବଢ଼଼ିଛି। ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଉଦ୍‍ବେଗଜନକ ହୋଇନାହିଁ, କିନ୍ତୁ ଆଗୁଆ ସତର୍କ ନହେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି। କାରଣ ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବେ ମାମଲା ବଢ଼଼ୁଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି। ବର୍ତ୍ତମାନ ଗମନାଗମନ କ୍ଷେତ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ତେଣୁ ବିଦେଶ ଫେରନ୍ତାଙ୍କ […]

ଭୁବନେଶ୍ୱର: କରୋନା ଚତୁର୍ଥ ଲହରକୁ ନେଇ ଡର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ମାମଲା ବଢ଼଼ିବା ପରେ ଚିନ୍ତା ବଢ଼଼ିଛି। ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଉଦ୍‍ବେଗଜନକ ହୋଇନାହିଁ, କିନ୍ତୁ ଆଗୁଆ ସତର୍କ ନହେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି। କାରଣ ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବେ ମାମଲା ବଢ଼଼ୁଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି। ବର୍ତ୍ତମାନ ଗମନାଗମନ କ୍ଷେତ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ତେଣୁ ବିଦେଶ ଫେରନ୍ତାଙ୍କ ସମେତ ପୂର୍ବ ଭଳି ପ୍ରବାସୀମାନେ ସଂକ୍ରମଣର ବାହକ ସାଜିବାର ଆଶଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛି। ଯାହାଦ୍ୱାରା ସ୍ଥାନୀୟ ସରକାର ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ତେବେ ବିଭିନ୍ନ ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୩-୪ ସପ୍ତାହ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ଉଦ୍‍ବେଗଜନକ ସ୍ଥିତି ଉପୁଜିନାହିଁ। ହେଲେ ପୂର୍ବ ଲହର ଗୁଡ଼ିକରେ ଦିଲ୍ଲୀରେ ସଂକ୍ରମଣ ବଢ଼଼ିବାର ମାସକ ପରେ ଓଡ଼ିଶାରେ ସଂକ୍ରମଣ ବଢ଼ୁଥିବାର ନଜର ରହିଛି। ତେଣୁ ଏହି ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ମହାପାତ୍ର କହିଛନ୍ତି। ବିଶେଷକରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେଇଯିବା ଆବଶ୍ୟକ। ଯଦି ସଂକ୍ରମଣ ବଢ଼଼ିବା ଆରମ୍ଭ କରେ ତାହେଲେ ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ପରିବର୍ତ୍ତନ କରାଯିବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହା ସହିତ ବର୍ତ୍ତମାନ ସମୟରେ ସଂକ୍ରମଣ ବଢ଼଼ୁଥିବାରୁ ପୂର୍ବଭଳି ସତର୍କତା ଅବଲମ୍ବନ କରିବା ସହ କୌଣସି ଜରୁରୀ କାମ ନ ଥିଲେ ଭିଡ଼ ମଧ୍ୟକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପୂର୍ବ ଲହରଗୁଡ଼ିକ ଭଳି ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ଡ. ମହାପାତ୍ର କହିଛନ୍ତି। କିଛି ଦିନ ହେବ ଦିଲ୍ଲୀ, ହରିୟାଣା, ୟୁପି, କେରଳ ଓ କର୍ଣ୍ଣାଟକରେ କରୋନା ବଢ଼଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗତ ୧୯ ତାରିଖଠାରୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳ, ପୌର ସଂସ୍ଥା ମୁଖ୍ୟ ଏବଂ ସିଡିଏମ୍‍ଓଙ୍କୁ ପତ୍ର ଲେଖି ସତର୍କ କରାଇଛନ୍ତି। ବିଶେଷ କରି ଜିଲ୍ଲା ସ୍ତରରେ ସ୍ଥାନୀୟ ପ୍ରଶାସନ କୋଭିଡ୍‍ ସଂକ୍ରମଣ ସ୍ଥିତିକୁ ଦେଖି ଉପଯୁକ୍ତ ପଦକ୍ଷେପ ନେବା ସହ ଆବଶ୍ୟକ ପଡ଼ିଲେ କଟକଣା ଲାଗୁ କରିବାକୁ କୁହାଯାଇଛି। ସଂକ୍ରମଣ ସଂଖ୍ୟା ବଢ଼଼ିଲେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ମଧ୍ୟ ଚିଠିରେ ଦର୍ଶାଯାଇଛି। ସେହିପରି ଟେଷ୍ଟିଂ, ସର୍ଭିଲାନ୍ସ ତ୍ୱରାନ୍ୱିତ କରିବା ସହ ସମ୍ବେଦନଶୀଳ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‍ ରହିବାକୁ କୁହାଯାଇଛି। ଟିକା ନେବା ପାଇଁ ବିଶେଷକରି ପ୍ରତିଷେଧକ ଡୋଜ୍‍ ନେବା ପାଇଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ଉତ୍ସାହିତ କରିବା ସହ କୋଭିଡ୍‍ ନିୟମ ଅନୁପାଳନ କୁହାଯାଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ; ମାତ୍ର ତୃତୀୟ ଲହର ଶେଷ ହେବା ପରେ ପ୍ରଥମ ଥର ପାଇଁ ସଂକ୍ରମଣ ଉପରମୁହାଁ ହୋଇ ଚାଲିଛି। ଗୁରୁବାର ଦେଶରେ ୨ ହାଜର ୩୮୦ ମାମଲା ଚିହ୍ନଟ ହୋଇଛି। ଯାହାକି ବୁଧବାର ତୁଳନାରେ ବୃଦ୍ଧି ହୋଇଥିବା ବେଳେ ୧୭ ତାରିଖକୁ ମାମଲାରେ ବୃଦ୍ଧି ଘଟି ଚାଲିଛି। ବଡ଼ କଥା ହେଉଛି ଯେ ଗତ ୫ ଦିନରେ ୩ ଥର ୨ ହଜାର ଉପରେ ନୂଆ ମାମଲା ଚିହ୍ନଟ ହୋଇଛି। ଏପ୍ରିଲ୍‍ ୧୭ ତାରିଖରେ ଦେଶରେ ୧୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଦିନ ମଧ୍ୟରେ ଦୁଇ ଗୁଣ ହୋଇଯାଇଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

22 Apr 2022 By The Sakala

ଚତୁର୍ଥ ଲହର ଆଶଙ୍କା: ଆସନ୍ତା ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: କରୋନା ଚତୁର୍ଥ ଲହରକୁ ନେଇ ଡର ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ମାମଲା ବଢ଼଼ିବା ପରେ ଚିନ୍ତା ବଢ଼଼ିଛି। ଯଦିଓ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ଉଦ୍‍ବେଗଜନକ ହୋଇନାହିଁ, କିନ୍ତୁ ଆଗୁଆ ସତର୍କ ନହେଲେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ରହିଛି। କାରଣ ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବେ ମାମଲା ବଢ଼଼ୁଥିବାରୁ ଓଡ଼ିଶା ପ୍ରତି ମଧ୍ୟ ବିପଦ ରହିଛି। ବର୍ତ୍ତମାନ ଗମନାଗମନ କ୍ଷେତ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ। ତେଣୁ ବିଦେଶ ଫେରନ୍ତାଙ୍କ ସମେତ ପୂର୍ବ ଭଳି ପ୍ରବାସୀମାନେ ସଂକ୍ରମଣର ବାହକ ସାଜିବାର ଆଶଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛି। ଯାହାଦ୍ୱାରା ସ୍ଥାନୀୟ ସରକାର ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।

ତେବେ ବିଭିନ୍ନ ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୩-୪ ସପ୍ତାହ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ଉଦ୍‍ବେଗଜନକ ସ୍ଥିତି ଉପୁଜିନାହିଁ। ହେଲେ ପୂର୍ବ ଲହର ଗୁଡ଼ିକରେ ଦିଲ୍ଲୀରେ ସଂକ୍ରମଣ ବଢ଼଼ିବାର ମାସକ ପରେ ଓଡ଼ିଶାରେ ସଂକ୍ରମଣ ବଢ଼ୁଥିବାର ନଜର ରହିଛି। ତେଣୁ ଏହି ସମୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡ. ମହାପାତ୍ର କହିଛନ୍ତି। ବିଶେଷକରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେଇଯିବା ଆବଶ୍ୟକ। ଯଦି ସଂକ୍ରମଣ ବଢ଼଼ିବା ଆରମ୍ଭ କରେ ତାହେଲେ ହସ୍ପିଟାଲ ବା ଟ୍ରିଟମେଣ୍ଟ ଷ୍ଟ୍ରାଟେଜି ପରିବର୍ତ୍ତନ କରାଯିବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହା ସହିତ ବର୍ତ୍ତମାନ ସମୟରେ ସଂକ୍ରମଣ ବଢ଼଼ୁଥିବାରୁ ପୂର୍ବଭଳି ସତର୍କତା ଅବଲମ୍ବନ କରିବା ସହ କୌଣସି ଜରୁରୀ କାମ ନ ଥିଲେ ଭିଡ଼ ମଧ୍ୟକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପୂର୍ବ ଲହରଗୁଡ଼ିକ ଭଳି ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ଡ. ମହାପାତ୍ର କହିଛନ୍ତି। କିଛି ଦିନ ହେବ ଦିଲ୍ଲୀ, ହରିୟାଣା, ୟୁପି, କେରଳ ଓ କର୍ଣ୍ଣାଟକରେ କରୋନା ବଢ଼଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗତ ୧୯ ତାରିଖଠାରୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାପାଳ, ପୌର ସଂସ୍ଥା ମୁଖ୍ୟ ଏବଂ ସିଡିଏମ୍‍ଓଙ୍କୁ ପତ୍ର ଲେଖି ସତର୍କ କରାଇଛନ୍ତି। ବିଶେଷ କରି ଜିଲ୍ଲା ସ୍ତରରେ ସ୍ଥାନୀୟ ପ୍ରଶାସନ କୋଭିଡ୍‍ ସଂକ୍ରମଣ ସ୍ଥିତିକୁ ଦେଖି ଉପଯୁକ୍ତ ପଦକ୍ଷେପ ନେବା ସହ ଆବଶ୍ୟକ ପଡ଼ିଲେ କଟକଣା ଲାଗୁ କରିବାକୁ କୁହାଯାଇଛି। ସଂକ୍ରମଣ ସଂଖ୍ୟା ବଢ଼଼ିଲେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ମଧ୍ୟ ଚିଠିରେ ଦର୍ଶାଯାଇଛି। ସେହିପରି ଟେଷ୍ଟିଂ, ସର୍ଭିଲାନ୍ସ ତ୍ୱରାନ୍ୱିତ କରିବା ସହ ସମ୍ବେଦନଶୀଳ ବର୍ଗର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‍ ରହିବାକୁ କୁହାଯାଇଛି। ଟିକା ନେବା ପାଇଁ ବିଶେଷକରି ପ୍ରତିଷେଧକ ଡୋଜ୍‍ ନେବା ପାଇଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ଉତ୍ସାହିତ କରିବା ସହ କୋଭିଡ୍‍ ନିୟମ ଅନୁପାଳନ କୁହାଯାଇଛି।

ଦେଶରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ; ମାତ୍ର ତୃତୀୟ ଲହର ଶେଷ ହେବା ପରେ ପ୍ରଥମ ଥର ପାଇଁ ସଂକ୍ରମଣ ଉପରମୁହାଁ ହୋଇ ଚାଲିଛି। ଗୁରୁବାର ଦେଶରେ ୨ ହାଜର ୩୮୦ ମାମଲା ଚିହ୍ନଟ ହୋଇଛି। ଯାହାକି ବୁଧବାର ତୁଳନାରେ ବୃଦ୍ଧି ହୋଇଥିବା ବେଳେ ୧୭ ତାରିଖକୁ ମାମଲାରେ ବୃଦ୍ଧି ଘଟି ଚାଲିଛି। ବଡ଼ କଥା ହେଉଛି ଯେ ଗତ ୫ ଦିନରେ ୩ ଥର ୨ ହଜାର ଉପରେ ନୂଆ ମାମଲା ଚିହ୍ନଟ ହୋଇଛି। ଏପ୍ରିଲ୍‍ ୧୭ ତାରିଖରେ ଦେଶରେ ୧୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଦିନ ମଧ୍ୟରେ ଦୁଇ ଗୁଣ ହୋଇଯାଇଛି।

https://www.thesakala.in/latest-odisha-news/chance-of-corona-fourth-wave-important-for-the-next-4-weeks/article-10954
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର