ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ, ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର

The Sakala Picture
Published On

ଭୁବନେଶ୍ୱର: ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର। ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠି ୭୩ ହଜାର କୋଟିରୁ ୬୦ ହଜାର କୋଟିକୁ ହ୍ରାସ କରାଯାଇଛି । ଲଗାତର ଭାବେ ଓଡ଼ିଶା ପ୍ରତି କେନ୍ଦ୍ର ଏପରି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ବଜେଟରେ କେନ୍ଦ୍ର ମନରେଗା ଅର୍ଥ ହ୍ରାସ କରି ଗରିବ ଲୋକଙ୍କ ପେଟକୁ ଲାତ ମାରୁଛି ବୋଲି ବିଜେଡି […]

ଭୁବନେଶ୍ୱର: ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର। ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠି ୭୩ ହଜାର କୋଟିରୁ ୬୦ ହଜାର କୋଟିକୁ ହ୍ରାସ କରାଯାଇଛି । ଲଗାତର ଭାବେ ଓଡ଼ିଶା ପ୍ରତି କେନ୍ଦ୍ର ଏପରି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ବଜେଟରେ କେନ୍ଦ୍ର ମନରେଗା ଅର୍ଥ ହ୍ରାସ କରି ଗରିବ ଲୋକଙ୍କ ପେଟକୁ ଲାତ ମାରୁଛି ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ମନରେଗାରେ ଗରିବ ଲୋକଙ୍କୁ କାମ ଦିଆଯାଏ ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରୁ ୫କେଜି ଚାଉଳ କାଟି କେନ୍ଦ୍ର ଗରିବଙ୍କ ଭାତ ହାଣ୍ଡିରୁ ଚାଉଳ କାଡ଼ି ନେଇଛି । ଏବେ ମନରେଗାରେ କେନ୍ଦ୍ର ସରକାର ଶ୍ରମିକମାନଙ୍କ ରୋଜଗାର ବାଟ ବନ୍ଦ କରିଦେଇଛି । ଯାହାକୁ ନେଇ କେନ୍ଦ୍ର ବିରୋଧରେ ଉଠିଛି ଅସନ୍ତୋଷର ନିଆଁ। ବିଧାନସଭାର ବଜେଟ ଅଧିବେଶନରେ ଏହି ପ୍ରସଙ୍ଗକୁ ଗୃହରେ ଉଠାଇ କେନ୍ଦ୍ରକୁ ଜବାବ ମଗାଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ମନରେଗାରେ ବଜେଟରେ ଅର୍ଥ ହ୍ରାସ କରାଯିବା ପରେ ରାଜ୍ୟ ସରକାର କିପରି ନିଜସ୍ବ ଅର୍ଥରେ ଗରିବ ଲୋକମାନଙ୍କୁ କାମ ଯୋଗାଇ ଦେବ ସେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଶାସକ ଦଳ କହିଛି । କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଲଗାତର ଭାବେ ଓଡ଼ିଶା ପ୍ରତି ବୈମାତୃକ ମନଭାବ ଦେଖାଉଥିଲେ ମଧ୍ୟ ରାଜ୍ୟ ବିଜେପି ଲୋକଙ୍କ ସ୍ବାର୍ଥକୁ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିଛି । ବଜେଟରେ ମନରେଗା ଅର୍ଥ କାଟ ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ଏଯାଏ କେନ୍ଦ୍ର ସରକାରଙ୍କ ପାଖରେ ମନରେଗା ବାବଦରେ ୭୫୦କୋଟି ଅର୍ଥ ବାକି ପଡ଼ିଛି ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

06 Feb 2023 By The Sakala

ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ, ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର

ଭୁବନେଶ୍ୱର: ମନରେଗାକୁ ସଙ୍କୁଚିତ କରୁଛି କେନ୍ଦ୍ର। ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠି ୭୩ ହଜାର କୋଟିରୁ ୬୦ ହଜାର କୋଟିକୁ ହ୍ରାସ କରାଯାଇଛି । ଲଗାତର ଭାବେ ଓଡ଼ିଶା ପ୍ରତି କେନ୍ଦ୍ର ଏପରି ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ବଜେଟରେ କେନ୍ଦ୍ର ମନରେଗା ଅର୍ଥ ହ୍ରାସ କରି ଗରିବ ଲୋକଙ୍କ ପେଟକୁ ଲାତ ମାରୁଛି ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ମନରେଗାରେ ଗରିବ ଲୋକଙ୍କୁ କାମ ଦିଆଯାଏ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରୁ ୫କେଜି ଚାଉଳ କାଟି କେନ୍ଦ୍ର ଗରିବଙ୍କ ଭାତ ହାଣ୍ଡିରୁ ଚାଉଳ କାଡ଼ି ନେଇଛି । ଏବେ ମନରେଗାରେ କେନ୍ଦ୍ର ସରକାର ଶ୍ରମିକମାନଙ୍କ ରୋଜଗାର ବାଟ ବନ୍ଦ କରିଦେଇଛି । ଯାହାକୁ ନେଇ କେନ୍ଦ୍ର ବିରୋଧରେ ଉଠିଛି ଅସନ୍ତୋଷର ନିଆଁ। ବିଧାନସଭାର ବଜେଟ ଅଧିବେଶନରେ ଏହି ପ୍ରସଙ୍ଗକୁ ଗୃହରେ ଉଠାଇ କେନ୍ଦ୍ରକୁ ଜବାବ ମଗାଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

ମନରେଗାରେ ବଜେଟରେ ଅର୍ଥ ହ୍ରାସ କରାଯିବା ପରେ ରାଜ୍ୟ ସରକାର କିପରି ନିଜସ୍ବ ଅର୍ଥରେ ଗରିବ ଲୋକମାନଙ୍କୁ କାମ ଯୋଗାଇ ଦେବ ସେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଶାସକ ଦଳ କହିଛି । କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଲଗାତର ଭାବେ ଓଡ଼ିଶା ପ୍ରତି ବୈମାତୃକ ମନଭାବ ଦେଖାଉଥିଲେ ମଧ୍ୟ ରାଜ୍ୟ ବିଜେପି ଲୋକଙ୍କ ସ୍ବାର୍ଥକୁ ଭୁଲି କେନ୍ଦ୍ର ପାଇଁ ଓକିଲାତି କରିଛି । ବଜେଟରେ ମନରେଗା ଅର୍ଥ କାଟ ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ଏଯାଏ କେନ୍ଦ୍ର ସରକାରଙ୍କ ପାଖରେ ମନରେଗା ବାବଦରେ ୭୫୦କୋଟି ଅର୍ଥ ବାକି ପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର