କରୋନା ପାଇଁ କେନ୍ଦ୍ରର ଏପ୍ରିଲ ଗାଇଡଲାଇନ୍‌

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା କାୟା ମେଲାଉଥିବା ବେଳେ । ଏହାକୁ କିପରି ମାତ୍ ଦେଇ ହେବ ସେ ନେଇ  ଏପ୍ରିଲ ମାସ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । କୋଭିଡ କଟକଣାକୁ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୁଣି ୩ଟି କଥା ଦୋହରାଇଛନ୍ତି। ଟେଷ୍ଟିଂ, ଟ୍ରାକିଂ ଓ […]

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା କାୟା ମେଲାଉଥିବା ବେଳେ । ଏହାକୁ କିପରି ମାତ୍ ଦେଇ ହେବ ସେ ନେଇ  ଏପ୍ରିଲ ମାସ ପାଇଁ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । କୋଭିଡ କଟକଣାକୁ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୁଣି ୩ଟି କଥା ଦୋହରାଇଛନ୍ତି। ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ ପ୍ରୋଟୋକଲକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆରଟି ପିସିଆର ଟେଷ୍ଟ ବଢେଇବା ପାଇଁ ମଧ୍ୟ କୁହାଯାଇଛି । ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇ ପାରିବେ ବୋଲି କୁହାଯାଇଛି। ରାଜ୍ୟ ବାହାରକୁ ଯିବା ଆସିବା ଉପରେ କୌଣସି କଟକଣା ନାହିଁ ।  ନୂଆ ସଂକ୍ରମିତଙ୍କୁ ଚିହ୍ନଟ ସହ ଟ୍ରାକ କରି ସଙ୍ଗରୋଧରେ ରଖିବାକୁ କୁହାଯାଇଥିବା ବେଳେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନ, ମଲ୍, ପାର୍କ, ଦୋକାନ ବଜାର, ହୋଟେଲ ଖୋଲା ରଖାଯାଇପାରିବ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର