ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‌‌କୁ କେନ୍ଦ୍ରର ସ୍ୱୀକୃତି; ‘ଓସ୍‌‌ଡମା’କୁ ମିଳିଲା ‘ଆପଦ ପ୍ରବନ୍ଧନ ପୁରସ୍କାର’

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ପୁଣିଥରେ ଶ୍ରେଷ୍ଠ ସ୍ୱୀକୃତି ଦେଇଛି କେନ୍ଦ୍ର ସରକାର। ବିପର୍ଯ୍ୟୟ ପରିଚାଳନାରେ ସର୍ବୋତ୍‌‌କୃଷ୍ଟ ପଦକ୍ଷେପ ଓ ପାରଦର୍ଶୀ ନୀତି ନିମନ୍ତେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ମାନ୍ୟତା ପାଇଛି। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌‌ଡମା)କୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରାସ୍କାର-୨୦୨୩’ ନିମନ୍ତେ କେନ୍ଦ୍ର ସରକାର ମନୋନୀତ କରିଛନ୍ତି। ସୋମବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଜୟନ୍ତୀ ଅବସରରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ […]

ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ପୁଣିଥରେ ଶ୍ରେଷ୍ଠ ସ୍ୱୀକୃତି ଦେଇଛି କେନ୍ଦ୍ର ସରକାର। ବିପର୍ଯ୍ୟୟ ପରିଚାଳନାରେ ସର୍ବୋତ୍‌‌କୃଷ୍ଟ ପଦକ୍ଷେପ ଓ ପାରଦର୍ଶୀ ନୀତି ନିମନ୍ତେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ମାନ୍ୟତା ପାଇଛି। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌‌ଡମା)କୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରାସ୍କାର-୨୦୨୩’ ନିମନ୍ତେ କେନ୍ଦ୍ର ସରକାର ମନୋନୀତ କରିଛନ୍ତି। ସୋମବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଜୟନ୍ତୀ ଅବସରରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ୧୯୯୯ ମସିହାରେ ସ୍ଥାପନ ହୋଇଥିବା ଓସଡମା ବର୍ତ୍ତମାନ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛି। ପୂର୍ବରୁ ଅନେକ ସଂସ୍ଥା ‘ଓସ୍‌‌ଡମା’ର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ର ସରକାର ଓସଡମାକୁ ଏହି ପୁରସ୍କାର ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଜଳବାୟୁ ପରିବର୍ତ୍ତନ ଓ ଓଡ଼ିଶାର ଭୌଗୋଳିକ ସ୍ଥିତି ପାଇଁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ସମ୍ବେଦନଶୀଳ ରାଜ୍ୟରୂପେ ପରିଗଣିତ। ପ୍ରତି ବର୍ଷ ରାଜ୍ୟ ଏକାଧିକ ଥର ବନ୍ୟା ବାତ୍ୟାର ସମ୍ମୁଖୀନ ହେଉଛି। ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶା ୩୦ରୁ ଊର୍ଦ୍ଧ୍ବ ବର୍ଷ ବାତ୍ୟା, ବନ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛ। ଏହି ବିପର୍ଯ୍ୟୟଗୁଡ଼ିକର ମୁକାବିଲା କରି ଏହାର ସଠିକ ପରିଚାଳନା ପାଇଁ ରାଜ୍ୟ ସରକାର ନିଜକୁ ମଜଭୁତ କରିଛନ୍ତି। ୧୯୯୯ ମସିହା ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସ ସନ୍ତାନ ‘ଓସ୍‌‌ଡମା’ ଆଜି ବିପର୍ଯ୍ୟୟ ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛି। ଫାଇଲିନ, ହୁଡ୍‌‌ହୁଡ୍‌‌, ଫନି, ତିତ୍‌‌ଲି, ୟସ୍‌‌, ଅମ୍ଫନ ସହ ୨୦୨୦ରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ନିଜର ଦାୟିତ୍ୱ ତୁଲାଇଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପରେ ‘ଓସ୍‌‌ଡମା’ ଦେଶ ପାଇଁ ଆଦର୍ଶ ହୋଇଛି। ବନ୍ୟା ବାତ୍ୟା ସମୟରେ ‘ଓସ୍‌‌ଡମା’ ପ୍ରମୁଖ ଭୂମିକା ତୁଲାଉଥିବା ବେଳେ ‘ଓସ୍‌‌ଡମା’ର ଓଡ଼ିଶା ଡିଜାଷ୍ଟର ରାପିଡ୍‌‌ ଆକ୍ସନ ଫୋର୍ସ (ଓଡ୍ରାଫ) ସର୍ବାଧିକ ଗୁରୁ ଦାୟିତ୍ୱ ତୁଲାଉଛି। ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଠାରୁ ଆରମ୍ଭ କରି ବାତ୍ୟା ଓ ବନ୍ୟା ପରବର୍ତ୍ତି ପୁନଃରୁଦ୍ଧାର କାର୍ଯ୍ୟ ମଧ୍ୟ ଏହି ଟିମ୍‌‌ ତ୍ୱରିତ ଭାବେ କରିଥାଏ। ଯାହାପାଇଁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଓ କେରଳ ଭଳି ରାଜ୍ୟ ବିପର୍ଯ୍ୟୟ ସମୟରେ ଓଡ଼ଶାର ଏହି ଟିମ୍‌‌ ସହାୟତା ଲୋଡ଼ିଛନ୍ତି। ଓଡ଼ିଶାର ଏହି ଟିମ୍‌‌ ଢାଞ୍ଚାରେ କେନ୍ଦ୍ର ସରକାର ମଧ୍ୟ ‘ଏନ୍‌‌ଡିଆର୍‌‌ଏଫ୍‌‌’ ସ୍ଥାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଜାତିସଂଘ ଦ୍ୱାରା ପୁରସ୍କୃତ ହେବା ସହିତ ଅନେକ ସମୟରେ ଅନ୍ୟ ରାଜ୍ୟ ପାଇଁ ରୋଲ୍‌‌ମଡେଲ ସାଜିଛନ୍ତି। ଓସଡମା ଦ୍ୱାରା ପ୍ରତି ଘରୁ ବିପର୍ଯ୍ୟୟ ଯୋଦ୍ଧା ବାହାର କରିବା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ‘ଆପଦ ମିତ୍ର’ ନାମରେ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୁବଗୋଷ୍ଠୀଙ୍କୁ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ତାଲିମ ଦିଆଯାଇ ସେମାନଙ୍କୁ ଅଭିଯାନରେ ଯୋଡ଼ାଯାଉଛି। ସେହିପରି ‘ଓସ୍‌‌ଡମା’ ପକ୍ଷରୁ ଓଡ୍ରାଫ, ଅଗ୍ନିଶମ ସେବା ୟୁନିଟ୍‌‌, ପାନୀୟ ଜଳ ଓ ବିଦ୍ୟୁତ୍‌‌ ଯୋଗାଣ ୟୁନିଟ୍‌‌ଗୁଡ଼ିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଉପକରଣ ଯୋଗାଇବା ସହ ନିୟମିତ ବ୍ୟବଧାନରେ ସେମାନଙ୍କ ତାଲିମ ମଧ୍ୟ ଦିଆଯାଉଛି। ‘ଓସ୍‌‌ଡମା’ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ୮୭୯ ଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିବା ବେଳେ ରାଜ୍ୟର ୩୮୧ ଟି ଗ୍ରାମରେ ସୁନାମି ମୁକାବିଲା ପାଇଁ ତାଲିମ ପ୍ରଦାନ କରି ଆସୁଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଜାନୁଆରୀ ୨୩ ସୁଭାଷ ଚନ୍ଦ୍ର ବୋଷ୍‌‌ଙ୍କ ଜନ୍ମ ଜୟନ୍ତୀରେ ଏହି ପୁରସ୍କାର ଘୋଷଣା କରାଯାଇ ଆସୁଛି। ଚଳିତ ବର୍ଷ ଓଡ଼ିଶାର ‘ଓସ୍‌‌ଡମା’ ଏହି ପୁରସ୍କାର ନିମନ୍ତେ ମନୋନୀତ ହୋଇଛି। ଅନୁରୂପ ଭାବରେ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ରକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବା ନେଇ କେନ୍ଦ୍ର ଘୋଷଣା କରିଛି। ପୁରସ୍କାର ବାବଦକୁ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାର୍ଟିଫିକେଟ୍‌‌ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶାକୁ ଏହି ସଫଳତା ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଏସ୍‌‌ଆରସି ତଥା ‘ଓସ୍‌‌ଡମା’ର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା ପ୍ରମୁଖ ‘ଓସ୍‌‌ଡମା’କୁ ଶୁଭେଚ୍ଛା ଜଣାଇଛନ୍ତି।

24 Jan 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର