ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଛନ୍ତି ଓଡ଼ିଶା ସରକାର, ପ୍ରଶଂସା କଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ

The Sakala Picture
Published On

ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶା ସରକାର ସଶକ୍ତ କରିବା ଦିଗରେ ତୃଣମୂଳ ପ୍ରଶାସନକୁ ୨୯ରୁ ୨୧ଟି କ୍ଷମତା ପ୍ରଦାନ କରିଛନ୍ତି। ଖୋଦ୍‍ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଏହି ସୂଚନା ଦେଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାପାଇଁ ପଞ୍ଚାୟତିରାଜ ୭୩ତମ ସମ୍ୱିଧାନ ସଂଶୋଧନକୁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ସମ୍ୱିଧାନର ଧାରା ୨୪୩ଜି ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାର କ୍ଷମତା ବୃଦ୍ଧି ପାଇଁ ଥିବା ୨୯ଟି ବିଷୟ ମ୍ମରୁ ଓଡ଼ିଶା ସରକାର ୨୧ଟିକୁ ଲାଗୁ କରିଛନ୍ତି। […]

ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶା ସରକାର ସଶକ୍ତ କରିବା ଦିଗରେ ତୃଣମୂଳ ପ୍ରଶାସନକୁ ୨୯ରୁ ୨୧ଟି କ୍ଷମତା ପ୍ରଦାନ କରିଛନ୍ତି। ଖୋଦ୍‍ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଏହି ସୂଚନା ଦେଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାପାଇଁ ପଞ୍ଚାୟତିରାଜ ୭୩ତମ ସମ୍ୱିଧାନ ସଂଶୋଧନକୁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ସମ୍ୱିଧାନର ଧାରା ୨୪୩ଜି ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାର କ୍ଷମତା ବୃଦ୍ଧି ପାଇଁ ଥିବା ୨୯ଟି ବିଷୟ ମ୍ମରୁ ଓଡ଼ିଶା ସରକାର ୨୧ଟିକୁ ଲାଗୁ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ସଂସଦରେ ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ରାଜ୍ୟ ସରକାର ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚନ କରିବା ସହିତ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ପଞ୍ଚାୟତିରାଜ ଅନୁଷ୍ଠାନର ଆର୍ଥିକ କ୍ଷମତା ବୃଦ୍ଧି ପାଇଁ ଓଡ଼ିଶା ସରକାର ରାଜ୍ୟ ଅର୍ଥ କମିଶନ ଗଠନ କରିଛନ୍ତି। ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ (ଆରଜିଏସ୍‍ଏ) କାର୍ଯ୍ୟକାରୀ କରୁଛନ୍ତି। ଯୋଜନା କାର୍ଯ୍ୟକାରୀ ହେବା ସମୟରୁ ଅର୍ଥାତ୍‍ ୨୦୧୮-୧୯ ରୁ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନର ୧,୬୭,୨୧୨ଜଣ ର୍ନିବାଚିତ ପ୍ରତିନିଧି ତାଲିମ ନେଇ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟ ସରକାର ମଧ୍ୟ ଏକାଧିକ ଷ୍ଟାଣ୍ଡିଂ କମିଟି ଗଠନ ସହିତ ନିମୟିତ ବ୍ୟବଧାନରେ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରୁଛନ୍ତି। ସମସ୍ତ ୬୭୯୮ ଗ୍ରାମ ପଞ୍ଚାୟତର କମ୍ପ୍ୟୁଟର ବ୍ୟବସ୍ଥା ଥିବା ନିଜସ୍ୱ ପଞ୍ଚାୟତ ଦପ୍ତର ରହିଛି। ପଞ୍ଚାୟତିରାଜ ବ୍ୟବସ୍ଥାରେ ଯୋଜନା ପ୍ରସ୍ତୁତି, ବଜେଟ୍‍, ଆକାଉଣ୍ଟିଂ, ମନିଟରିଂ ଏବଂ ସମ୍ୱଳ ପରିଚାଳନା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ୍‍ବାରା ପ୍ରସ୍ତୁତ ଇ-ଗ୍ରାମସ୍ୱରାଜ ଆକାଉଣ୍ଟିଂ ଆପ୍ଲିକେଶନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଉଲ୍ଲେଖଯୋଗ୍ୟ, ରାଜ୍ୟର ୬୭୯୮ଟି ପଞ୍ଚାୟତ ୨୦୨୧-୨୨ ବର୍ଷ ପାଇଁ ସେମାନଙ୍କର ବିକାଶ ଯୋଜନାକୁ ଇ-ଗ୍ରାମସ୍ୱରାଜ ଆପ୍ଲିକେଶନରେ ଅପଲୋଡ କରିଥିଲେ ଏବଂ ୬୭୬୬ ପଞ୍ଚାୟତ ୨୦୨୨-୨୩ ବର୍ଷ ପାଇଁ ସେମାନଙ୍କର ଯୋଜନା ଅପଲୋଡ୍‍ କରିଛନ୍ତି। ରାଜ୍ୟର ୮୦ ପ୍ରତିଶତ ଗ୍ରାମପଞ୍ଚାୟତ ଅନ୍ଲାଇନ୍ରେ ଦେୟ ପ୍ରଦାନ କରୁଥିବାବେଳେ ୯୭ ପ୍ରତିଶତ ପଞ୍ଚାୟତ ସେମାନଙ୍କର ୨୦୨୧-୨୨ ବର୍ଷର ଆକାଉଣ୍ଟ ବନ୍ଦ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଓଡ଼ିଶା ଜାତୀୟ ପଞ୍ଚାୟତିରାଜ ପୁରସ୍କାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ୬୪ତମ ପୁରସ୍କାର ଜିତିସାରିଥିବା ଜଣାପଡ଼ିଛି।

24 Jul 2022 By The Sakala

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଛନ୍ତି ଓଡ଼ିଶା ସରକାର, ପ୍ରଶଂସା କଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ

ଭୁବନେଶ୍ୱର: ପଞ୍ଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶା ସରକାର ସଶକ୍ତ କରିବା ଦିଗରେ ତୃଣମୂଳ ପ୍ରଶାସନକୁ ୨୯ରୁ ୨୧ଟି କ୍ଷମତା ପ୍ରଦାନ କରିଛନ୍ତି। ଖୋଦ୍‍ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଏହି ସୂଚନା ଦେଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାପାଇଁ ପଞ୍ଚାୟତିରାଜ ୭୩ତମ ସମ୍ୱିଧାନ ସଂଶୋଧନକୁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି। ସମ୍ୱିଧାନର ଧାରା ୨୪୩ଜି ଅନୁଯାୟୀ ପଞ୍ଚାୟତିରାଜ ସଂସ୍ଥାର କ୍ଷମତା ବୃଦ୍ଧି ପାଇଁ ଥିବା ୨୯ଟି ବିଷୟ ମ୍ମରୁ ଓଡ଼ିଶା ସରକାର ୨୧ଟିକୁ ଲାଗୁ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ସଂସଦରେ ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି।

ରାଜ୍ୟ ସରକାର ପଞ୍ଚାୟତିରାଜ ଅନୁଷ୍ଠାନରେ ନିର୍ବାଚନ କରିବା ସହିତ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ପଞ୍ଚାୟତିରାଜ ଅନୁଷ୍ଠାନର ଆର୍ଥିକ କ୍ଷମତା ବୃଦ୍ଧି ପାଇଁ ଓଡ଼ିଶା ସରକାର ରାଜ୍ୟ ଅର୍ଥ କମିଶନ ଗଠନ କରିଛନ୍ତି। ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ (ଆରଜିଏସ୍‍ଏ) କାର୍ଯ୍ୟକାରୀ କରୁଛନ୍ତି। ଯୋଜନା କାର୍ଯ୍ୟକାରୀ ହେବା ସମୟରୁ ଅର୍ଥାତ୍‍ ୨୦୧୮-୧୯ ରୁ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନର ୧,୬୭,୨୧୨ଜଣ ର୍ନିବାଚିତ ପ୍ରତିନିଧି ତାଲିମ ନେଇ ଥିବା ଜଣାପଡ଼ିଛି।

ରାଜ୍ୟ ସରକାର ମଧ୍ୟ ଏକାଧିକ ଷ୍ଟାଣ୍ଡିଂ କମିଟି ଗଠନ ସହିତ ନିମୟିତ ବ୍ୟବଧାନରେ ପଞ୍ଚାୟତରେ ଗ୍ରାମସଭା ଆୟୋଜନ କରୁଛନ୍ତି। ସମସ୍ତ ୬୭୯୮ ଗ୍ରାମ ପଞ୍ଚାୟତର କମ୍ପ୍ୟୁଟର ବ୍ୟବସ୍ଥା ଥିବା ନିଜସ୍ୱ ପଞ୍ଚାୟତ ଦପ୍ତର ରହିଛି। ପଞ୍ଚାୟତିରାଜ ବ୍ୟବସ୍ଥାରେ ଯୋଜନା ପ୍ରସ୍ତୁତି, ବଜେଟ୍‍, ଆକାଉଣ୍ଟିଂ, ମନିଟରିଂ ଏବଂ ସମ୍ୱଳ ପରିଚାଳନା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ୍‍ବାରା ପ୍ରସ୍ତୁତ ଇ-ଗ୍ରାମସ୍ୱରାଜ ଆକାଉଣ୍ଟିଂ ଆପ୍ଲିକେଶନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ୬୭୯୮ଟି ପଞ୍ଚାୟତ ୨୦୨୧-୨୨ ବର୍ଷ ପାଇଁ ସେମାନଙ୍କର ବିକାଶ ଯୋଜନାକୁ ଇ-ଗ୍ରାମସ୍ୱରାଜ ଆପ୍ଲିକେଶନରେ ଅପଲୋଡ କରିଥିଲେ ଏବଂ ୬୭୬୬ ପଞ୍ଚାୟତ ୨୦୨୨-୨୩ ବର୍ଷ ପାଇଁ ସେମାନଙ୍କର ଯୋଜନା ଅପଲୋଡ୍‍ କରିଛନ୍ତି। ରାଜ୍ୟର ୮୦ ପ୍ରତିଶତ ଗ୍ରାମପଞ୍ଚାୟତ ଅନ୍ଲାଇନ୍ରେ ଦେୟ ପ୍ରଦାନ କରୁଥିବାବେଳେ ୯୭ ପ୍ରତିଶତ ପଞ୍ଚାୟତ ସେମାନଙ୍କର ୨୦୨୧-୨୨ ବର୍ଷର ଆକାଉଣ୍ଟ ବନ୍ଦ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଓଡ଼ିଶା ଜାତୀୟ ପଞ୍ଚାୟତିରାଜ ପୁରସ୍କାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ୬୪ତମ ପୁରସ୍କାର ଜିତିସାରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର