କେନ୍ଦ୍ରୀୟ ସମବାୟ ସମିତି ନିର୍ବାଚନ : ୯୦%ରୁ ଊର୍ଦ୍ଧ୍ବ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଥିବା କେନ୍ଦ୍ରୀୟ ସମବାୟ ସମିତି ଗୁଡ଼ିକର ନିର୍ବାଚନ ରବିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀ ୯୦%ରୁ ଊର୍ଦ୍ଧ୍ବ ସମବାୟ ସମିତି ଗୁଡ଼ିକରେ ବିଜୟୀ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ରାଜ୍ୟ ସମବାୟ ସମିତି ଗୁଡ଼ିକରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ନିଜର ପ୍ରଭାବ ବିସ୍ତାର କରିଥିଲେ। ରାଜ୍ୟରେ ୧୦୫ଟି କେନ୍ଦ୍ରୀୟ ସମବାୟ ସମିତି ରହିଛି। ଗତ ୨୩ ତାରିଖରେ ତନ୍ମଧ୍ୟରୁ ୮୦ଟି ସମବାୟ ସମିତିରେ ନିର୍ବାଚନ ସରିଛି। ରବିବାର ବାକିଥିବା […]

ଭୁବନେଶ୍ୱର : ରାଜ୍ୟରେ ଥିବା କେନ୍ଦ୍ରୀୟ ସମବାୟ ସମିତି ଗୁଡ଼ିକର ନିର୍ବାଚନ ରବିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀ ୯୦%ରୁ ଊର୍ଦ୍ଧ୍ବ ସମବାୟ ସମିତି ଗୁଡ଼ିକରେ ବିଜୟୀ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ରାଜ୍ୟ ସମବାୟ ସମିତି ଗୁଡ଼ିକରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ନିଜର ପ୍ରଭାବ ବିସ୍ତାର କରିଥିଲେ। ରାଜ୍ୟରେ ୧୦୫ଟି କେନ୍ଦ୍ରୀୟ ସମବାୟ ସମିତି ରହିଛି। ଗତ ୨୩ ତାରିଖରେ ତନ୍ମଧ୍ୟରୁ ୮୦ଟି ସମବାୟ ସମିତିରେ ନିର୍ବାଚନ ସରିଛି। ରବିବାର ବାକିଥିବା ୨୫ଟି କେନ୍ଦ୍ରୀୟ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କୁ ଭେଟିଲା ବିଜେଡି

ଉପରୋକ୍ତ ୨୫ଟି ସୋସାଇଟି ମଧ୍ୟରୁ ୯ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ନିର୍ବାଚନ ହେଉଥିବା ୧୬ଟି ସୋସାଇଟି ମଧ୍ୟରୁ ୧୪ଟି ହେଉଛି- ଜିଲ୍ଲା କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ୍‌‌ ଓ ୨ଟି ଆରସିଏମଏସ୍‌‌। ସୋସାଇଟି ଗୁଡ଼ିକରୁ ନିର୍ଦ୍ଦେଶକ ମାନେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନର ୧୫ ଦିନ ପରେ ଜଣେ ସଭାପତି ଏବଂ ଆଉ ୧୫ ଦିନ ପରେ ଜଣେ ଉପ-ସଭାପତି ଭାବେ ନିଯୁକ୍ତ ହେବେ। ଏହି ପ୍ରତିନିଧିମାନେ ଆସନ୍ତା ଜାନୁୟାରୀ ମାସରେ ଆପେକ୍ସ ସୋସାଇଟିରେ ଭୋଟ ଦେବେ। ଏହିପରି ମୋଟ ୨୩ଟି ଆପେକ୍ସ ସୋସାଇଟି ରହିଛି।

ଆହୁରି ପଢ଼ନ୍ତୁ: ସୁନ୍ଦରପଦା ଆଜାଦନଗର ବିସ୍ଫୋରଣ ଘଟଣା: କ୍ୟାପିଟାଲ ହସ୍ପିଟାଲରେ NIA ଟିମର ତଦନ୍ତ

ଶନିବାର ଭୋଟ ଗ୍ରହଣ ହୋଇଥିବା ସୋସାଇଟିର ମୋଟ ଭୋଟର ସଂଖ୍ୟା ପ୍ରାୟ-୯୩ ହଜାର ରହିଥିଲା। ପୂର୍ବରୁ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୨୨୦ ପ୍ରାଥମିକ ସମବାୟ ସମିତିର ୮.୫୦ ଲକ୍ଷ ଭୋଟର ମତଦାନ କରିଥିବା ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ୍‌‌ ସିଲ୍‌‌ ସୂଚନା ଦେଇଛନ୍ତି। ନିର୍ବାଚନର ସୁପରିଚାଳନା ପାଇଁ ପର୍ଯ୍ୟାପ୍ତ ପରିମାଣର ପ୍ରିଜାଇଡିଂ ଅଧିକାରୀ, ପୋଲିଂ ଅଧିକାରୀ ଏବଂ ପୁଲିସ୍‌‌ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା। ସମସ୍ତ ସମ୍ବେଦନଶୀଳ ବୁଥ୍‌‌ରେ ଭିଡିଓ ଗ୍ରାଫି ସହ ସିସିଟିଭି ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ଜିଲ୍ଲାପାଳ, ଏସପି ଆଇନଶୃଙ୍ଖଳା ପରିସ୍ଥିତି ଦାୟିତ୍ୱରେ ରହିଥିଲେ।

ଆହୁରି ପଢ଼ନ୍ତୁ: ଢ଼େଙ୍କାନାଳରେ ପୁଣି ଲଜ୍ୟା: ଯୁବତୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ

31 Oct 2022 By The Sakala

କେନ୍ଦ୍ରୀୟ ସମବାୟ ସମିତି ନିର୍ବାଚନ : ୯୦%ରୁ ଊର୍ଦ୍ଧ୍ବ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର : ରାଜ୍ୟରେ ଥିବା କେନ୍ଦ୍ରୀୟ ସମବାୟ ସମିତି ଗୁଡ଼ିକର ନିର୍ବାଚନ ରବିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀ ୯୦%ରୁ ଊର୍ଦ୍ଧ୍ବ ସମବାୟ ସମିତି ଗୁଡ଼ିକରେ ବିଜୟୀ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ରାଜ୍ୟ ସମବାୟ ସମିତି ଗୁଡ଼ିକରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ନିଜର ପ୍ରଭାବ ବିସ୍ତାର କରିଥିଲେ। ରାଜ୍ୟରେ ୧୦୫ଟି କେନ୍ଦ୍ରୀୟ ସମବାୟ ସମିତି ରହିଛି। ଗତ ୨୩ ତାରିଖରେ ତନ୍ମଧ୍ୟରୁ ୮୦ଟି ସମବାୟ ସମିତିରେ ନିର୍ବାଚନ ସରିଛି। ରବିବାର ବାକିଥିବା ୨୫ଟି କେନ୍ଦ୍ରୀୟ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି।

ଉପରୋକ୍ତ ୨୫ଟି ସୋସାଇଟି ମଧ୍ୟରୁ ୯ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ନିର୍ବାଚନ ହେଉଥିବା ୧୬ଟି ସୋସାଇଟି ମଧ୍ୟରୁ ୧୪ଟି ହେଉଛି- ଜିଲ୍ଲା କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ୍‌‌ ଓ ୨ଟି ଆରସିଏମଏସ୍‌‌। ସୋସାଇଟି ଗୁଡ଼ିକରୁ ନିର୍ଦ୍ଦେଶକ ମାନେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନର ୧୫ ଦିନ ପରେ ଜଣେ ସଭାପତି ଏବଂ ଆଉ ୧୫ ଦିନ ପରେ ଜଣେ ଉପ-ସଭାପତି ଭାବେ ନିଯୁକ୍ତ ହେବେ। ଏହି ପ୍ରତିନିଧିମାନେ ଆସନ୍ତା ଜାନୁୟାରୀ ମାସରେ ଆପେକ୍ସ ସୋସାଇଟିରେ ଭୋଟ ଦେବେ। ଏହିପରି ମୋଟ ୨୩ଟି ଆପେକ୍ସ ସୋସାଇଟି ରହିଛି।

ଶନିବାର ଭୋଟ ଗ୍ରହଣ ହୋଇଥିବା ସୋସାଇଟିର ମୋଟ ଭୋଟର ସଂଖ୍ୟା ପ୍ରାୟ-୯୩ ହଜାର ରହିଥିଲା। ପୂର୍ବରୁ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୨୨୦ ପ୍ରାଥମିକ ସମବାୟ ସମିତିର ୮.୫୦ ଲକ୍ଷ ଭୋଟର ମତଦାନ କରିଥିବା ରାଜ୍ୟ ସମବାୟ ନିର୍ବାଚନ କମିସନର ସୁନ୍ଦରଲାଲ୍‌‌ ସିଲ୍‌‌ ସୂଚନା ଦେଇଛନ୍ତି। ନିର୍ବାଚନର ସୁପରିଚାଳନା ପାଇଁ ପର୍ଯ୍ୟାପ୍ତ ପରିମାଣର ପ୍ରିଜାଇଡିଂ ଅଧିକାରୀ, ପୋଲିଂ ଅଧିକାରୀ ଏବଂ ପୁଲିସ୍‌‌ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା। ସମସ୍ତ ସମ୍ବେଦନଶୀଳ ବୁଥ୍‌‌ରେ ଭିଡିଓ ଗ୍ରାଫି ସହ ସିସିଟିଭି ବ୍ୟବସ୍ଥା କରାଯାଇଥିଲା। ସ୍ଥାନୀୟ ଜିଲ୍ଲାପାଳ, ଏସପି ଆଇନଶୃଙ୍ଖଳା ପରିସ୍ଥିତି ଦାୟିତ୍ୱରେ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର