ମନୋରଞ୍ଜନ
ଓଡ଼ିଶା
ବଜାରକୁ ଆସିଲା କାକୁଡ଼ି ରକେଟ୍, ଧନିଆ ଟିକିଲି, ‘ପିଆଜ, ପାଳଙ୍ଗ ବାଣ’
ଭୁବନେଶ୍ୱର:,ପିଆଜ, ଧନିଆ, ମେଥି, ଭେଣ୍ଡି, କାକୁଡ଼ି, ସୋରିଷ ଆଦି ଭଳି ବୀଜରେ ତିଆରି ହୋଇଛି ବାଣ। ନା ଏଥିରେ ବାୟୁ ପ୍ରଦୂଷଣ ହେବାର ଭୟ ଅଛି ନା କୌଣସି ଅଗ୍ନିର ଆବଶ୍ୟକତା ରହିଛି। ଏହି ବାଣ ବ୍ୟବହାର ଦ୍ୱାରା ବୃକ୍ଷରୋପଣର ବାର୍ତ୍ତା ଦିଆଯାଉଛି। ବାଣ ଫୁଟାଇ ପରିବେଶ ପ୍ରଦୂଷଣ ନ କରି ପରିବେଶ ଅନୁକୂଳ ବାଣ ଏବେ ନୂଆକରି ଆସିଛି। ଏସବୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପରିବେଶ ପାଇଁ ନିଆଁବାଣ ପରିବର୍ତ୍ତେ ବୀଜ ପତ୍ର ବାଣ। […]
ଭୁବନେଶ୍ୱର:,ପିଆଜ, ଧନିଆ, ମେଥି, ଭେଣ୍ଡି, କାକୁଡ଼ି, ସୋରିଷ ଆଦି ଭଳି ବୀଜରେ ତିଆରି ହୋଇଛି ବାଣ। ନା ଏଥିରେ ବାୟୁ ପ୍ରଦୂଷଣ ହେବାର ଭୟ ଅଛି ନା କୌଣସି ଅଗ୍ନିର ଆବଶ୍ୟକତା ରହିଛି। ଏହି ବାଣ ବ୍ୟବହାର ଦ୍ୱାରା ବୃକ୍ଷରୋପଣର ବାର୍ତ୍ତା ଦିଆଯାଉଛି। ବାଣ ଫୁଟାଇ ପରିବେଶ ପ୍ରଦୂଷଣ ନ କରି ପରିବେଶ ଅନୁକୂଳ ବାଣ ଏବେ ନୂଆକରି ଆସିଛି। ଏସବୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପରିବେଶ ପାଇଁ ନିଆଁବାଣ ପରିବର୍ତ୍ତେ ବୀଜ ପତ୍ର ବାଣ। ନା ଅଛି ଶବ୍ଦ, ଆଲୋକ ଏବଂ ବାୟୁ ପ୍ରଦୂଷଣ ଫଳରେ ପଶୁପକ୍ଷୀଙ୍କୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ଏହି ବାଣ ପରବର୍ତ୍ତୀ ସମୟରେ ସୁନ୍ଦର ବୃକ୍ଷରେ ପରିଣତ ହେବ।
ଆଲୋକର ପର୍ବ ଦୀପାବଳି ପାଇଁ ଚାରିଆଡ଼େ ଦେଖିବାକୁ ମିଳୁଛି ଉତ୍ସବର ପରିବେଶ। ଘରଠାରୁ ଆରମ୍ଭ କରି ଦୋକାନ ବଜାର, ବେସରକାରୀ ଓ ସରକାରୀ ଅନୁଷ୍ଠାନ, ସବୁଠାରେ ରଙ୍ଗିନ ଆଲୋକମାଳାର ପସରା ଶୋଭାପାଉଛି। ଅନ୍ଧାର ଉପରେ ଆଲୋକର ବିଜୟ ପାଇଁ ଉତ୍ସବ ମନାଇବାକୁ ସହରବାସୀ ପ୍ରସ୍ତୁତ ହେଉଥିବାବେଳେ ଏପଟେ ଦୀପାବଳିକୁ ନିଆରାଭାବେ ପାଳନ କରିବାକୁ ଆଗେଇ ଆସିଛନ୍ତି କିଛି ଅନୁଷ୍ଠାନ। ବାଣ ଯୋଗୁଁ ହେଉଥିବା ପ୍ରଦୂଷଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନିଆରା ଦୀପାବଳୀକୁ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗ୍ରୀନ୍ ଦିୱାଲିକୁ ଘରେ ଘରେ ଆପଣାଇବା ପାଇଁ ‘ବୀଜପତ୍ର ସିଡ୍ ବାଣ’। ନିଆରା ଢଙ୍ଗରେ ଏମିତି ଅଭିନବ ପ୍ରୟାସକୁ ଏବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଦୀପାବଳିରେ ବାଣ ଫୁଟାଇ ପରିବେଶ ପ୍ରଦୂଷଣ ନ କରି କେହିକେହି ବୃକ୍ଷରୋପଣର ବାର୍ତ୍ତା ଦେଉଛନ୍ତି ତ ଆଉ କେହି ଗଛଟିଏ ଉପହାର ଦେବାର ବାର୍ତ୍ତା ଦେଉଛନ୍ତି।
ଆତସବାଜୀଠାରୁ ଦୂରେଇ ରହି ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟୁଛନ୍ତି। ଏମିତି ନିଆରା ଗ୍ରୀନ୍ ଦିୱାଲିର ପ୍ରୟାସ ଆରମ୍ଭ କରିଛନ୍ତି ଭୁବନେଶ୍ୱରର ‘ସେଇବା ଗ୍ରୀନ୍ ସଲ୍ୟୁସନ୍’ କିଛି ଯୁବପିଢି। ଗ୍ରାମାଞ୍ଚଳର ମହିଳାମାନଙ୍କ ଦ୍ୱାରା ଏହି ବାଣ ପ୍ରସ୍ତୁତ କରାଯାଇ ଅନ୍ଲାଇନ୍ରେ ବିକ୍ରି କରାଯାଉଛି। ‘ବୀଜପତ୍ର ସିଡ୍ ବାଣ’ ବ୍ୟବହାର ଦ୍ୱାରା ପ୍ରଦୂଷଣରୁ ପରିବେଶ ମୁକ୍ତ ହେବା ସହ ପରମ୍ପରା ମଧ୍ୟ ବଦଳିଯିବ। ପରିବେଶ ଅନୁକୂଳ ପଦ୍ଧତିରେ ତିଆରି ହୋଇଥିବା ଏହି ବାଣ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ। ଏହି ବାଣ ମାଟିରେ ସହଜରେ ମିଶିବା ସହ ପୁନଃପ୍ରକ୍ରିୟାକରଣ ହୋଇପାରିବ। ଅଦରକାରୀ କାଗଜ ଓ ପୁନଃବ୍ୟବହାର ସାମଗ୍ରୀରୁ ପ୍ରସ୍ତୁତ କରାଯାଉଛି। ଅନ୍ଲାଇନ୍ରେ ମିଳୁଥିବା ଏହି ବାଣ ମଧ୍ୟରେ ରହିଛି ‘କାକୁଡ଼ି ରକେଟ୍’, ‘ଧନିଆ ଟିକିଲି’, ‘ଲକ୍ଷ୍ମୀ ବମ୍’, ‘ପିଆଜ ବାଣ’, ‘ଅଗସ୍ତି ବାଣ’, ‘ପାଳଙ୍ଗ ବାଣ’ ଆସି ସହ ବିଭିନ୍ନ ଗଛର ମଞ୍ଜିର ବାଣ ବିକ୍ରି କରାଯାଉଛି। ଉପହାର ବାକ୍ସଭାବେ ବିକ୍ରି ହେଉଥିବା ଏହି ବାଣର ଦାମ୍ ୨ଶହ ଟଙ୍କାର ଆରମ୍ଭ କରି ୬୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ବାଣ ପରି ଦେଖାଯାଉଥିବା ତଥା ପ୍ରସ୍ତୁତ କରାଯାଇଥିବା ଏହି ବାଣରେ ନିଆଁ ଲଗାଇ ଜଳାଇବା ପରିବର୍ତ୍ତେ କେବଳ ମାଟିରେ ପୋତିବା ଦ୍ୱାରା ସେଥିରୁ ସୁନ୍ଦର ଗଛ ହେବ। ଯାହା କି ପରବର୍ତ୍ତୀ ସମୟରେ ଆମର କାମରେ ଆସିବ। ଗଛ ଓ ମଣିଷ ଭିତରେ ଏକ ସମ୍ପର୍କ ସ୍ଥାପନ କରିବାର ଏହା ହେଉଛି ନିଆରା ପ୍ରୟାସ। ପ୍ରଥମେ ମଧ୍ୟପ୍ରଦେଶରେ ‘ଗ୍ରାମଆର୍ଟ’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ଭୁବନେଶ୍ୱରରେ ଆରମ୍ଭ କରାଯାଇଛି। ଏବର୍ଷ ଦୀପାବଳିରେ ପରିବେଶ ଅନୁକୂଳ ଦିୱାଲୀର ବାର୍ତ୍ତା ଦେବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଥିବା ନୀଳିମା ମିଶ୍ର ସୂଚନା ଦେଇଛନ୍ତି। ଅନ୍ଲାଇନ୍ରେ ଏହି ‘ବୀଜପତ୍ର ବାଣ’ର ବେଶ୍ ଚାହିଦା ରହିଛି। ବାଣ ଭଳି ଦେଖାଯାଉଥିଲେ ବି ଏସବୁ ବାଣ ନୁହେଁ। ଏସବୁକୁ ‘ସିଡ଼୍ ବାଣ’ କୁହାଯାଉଛି। ମାଟିରେ ପୋତିଲେ ଏଥିରୁ ଗଛ ବାହାରିବ। ଇକୋ ଫ୍ରେଣ୍ଡଲି ଦିୱାଲୀ ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି।






