ଆଜିଠୁ ଆରମ୍ଭ ହେଉଛି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାରତ ସମେତ ୨୬ଟି ଦେଶରେ ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଭୟ ପରୀକ୍ଷା ସକାଳ ୧୦.୩୦ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୩ ତାରିଖରେ ଶେଷ ହେଉଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୨ ତାରିଖରେ ଶେଷ ହେବ। ପରୀକ୍ଷା କେନ୍ଦ୍ର […]

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାରତ ସମେତ ୨୬ଟି ଦେଶରେ ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଭୟ ପରୀକ୍ଷା ସକାଳ ୧୦.୩୦ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୩ ତାରିଖରେ ଶେଷ ହେଉଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୨ ତାରିଖରେ ଶେଷ ହେବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ପରୀକ୍ଷା କେନ୍ଦ୍ର ମଧ୍ୟରେ ଦୂରତା ଓ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ୧୦ଟା ପରେ ପହଞ୍ଚିଲେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ବୋର୍ଡ ସୂଚନା ଦେଇଛି। ଦିଲ୍ଲୀରେ ଯାତାୟତରେ ସାମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ପରୀକ୍ଷାର ପୂର୍ବ ପ୍ରସ୍ତୁତି ପୂର୍ବକ ସାମାଜିକ ଗଣମାଧ୍ୟମରେ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ବୋର୍ଡ ସତର୍କ ସୂଚନା ଜାରିକରିଛି। ସିବିଏସ୍‌ଇ ନାମ ଓ ଲଗୋ ବ୍ୟବହାର କରି ନକଲି ଆକାଉଣ୍ଟ ଖୋଲିଥିବା ୩୦ଟି ଆକାଉଣ୍ଟର ତାଲିକା ଜାରି କରିଛି। ଗୁଜବ ଠାରୁ ଦୂରେଇ ରହି କେବଳ ବୋର୍ଡର ଅଫିସିଆଲ୍‌ ‘ଏକ୍ସ’ ଆକାଉଣ୍ଟ ଅମଭଗ୍ଦରସଦ୍ଭୟସବ୨୯ କୁ ଅନୁସରଣ କରିବାକୁ ସୂଚନା ଜାରି କରାଯାଇଛି। ସିବିଏସ୍‌ଇ ପରୀକ୍ଷା ଆରମ୍ଭ ହେବାର ଗୋଟିଏ ଦିନ ପରେ ଅର୍ଥାତ ଶୁକ୍ରବାର ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ସେହିପରି ସିଏଚ୍‌ଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୦ତାରିଖରୁ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

15 Feb 2024 By The Sakala

ଆଜିଠୁ ଆରମ୍ଭ ହେଉଛି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭାରତ ସମେତ ୨୬ଟି ଦେଶରେ ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଭୟ ପରୀକ୍ଷା ସକାଳ ୧୦.୩୦ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୩ ତାରିଖରେ ଶେଷ ହେଉଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୨ ତାରିଖରେ ଶେଷ ହେବ।

ପରୀକ୍ଷା କେନ୍ଦ୍ର ମଧ୍ୟରେ ଦୂରତା ଓ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ସକାଳ ୧୦ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ୧୦ଟା ପରେ ପହଞ୍ଚିଲେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ବୋର୍ଡ ସୂଚନା ଦେଇଛି। ଦିଲ୍ଲୀରେ ଯାତାୟତରେ ସାମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ପରୀକ୍ଷାର ପୂର୍ବ ପ୍ରସ୍ତୁତି ପୂର୍ବକ ସାମାଜିକ ଗଣମାଧ୍ୟମରେ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ବୋର୍ଡ ସତର୍କ ସୂଚନା ଜାରିକରିଛି। ସିବିଏସ୍‌ଇ ନାମ ଓ ଲଗୋ ବ୍ୟବହାର କରି ନକଲି ଆକାଉଣ୍ଟ ଖୋଲିଥିବା ୩୦ଟି ଆକାଉଣ୍ଟର ତାଲିକା ଜାରି କରିଛି। ଗୁଜବ ଠାରୁ ଦୂରେଇ ରହି କେବଳ ବୋର୍ଡର ଅଫିସିଆଲ୍‌ ‘ଏକ୍ସ’ ଆକାଉଣ୍ଟ ଅମଭଗ୍ଦରସଦ୍ଭୟସବ୨୯ କୁ ଅନୁସରଣ କରିବାକୁ ସୂଚନା ଜାରି କରାଯାଇଛି। ସିବିଏସ୍‌ଇ ପରୀକ୍ଷା ଆରମ୍ଭ ହେବାର ଗୋଟିଏ ଦିନ ପରେ ଅର୍ଥାତ ଶୁକ୍ରବାର ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ସେହିପରି ସିଏଚ୍‌ଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୨୦ତାରିଖରୁ ଆରମ୍ଭ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର