SI ନିଯୁକ୍ତି କେଳେଙ୍କାରୀ ମାମଲା: ୪ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ

Madhusudan Das Picture
Published On

ସବ ଇନ୍ସପେକ୍ଟର ଚାକିରୀ କେଳେଙ୍କାରୀ ଘଟଣା। ୨ ଦିନିଆ ରିମାଣ୍ଡରେ ୪ ଅଭିଯୁକ୍ତ । ମାଷ୍ଟରମାଇଣ୍ଡ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଦିନ ପ୍ରାୟ ୧୨ ଟା ସମୟରେ ଝାରପଡା ଜେଲରୁ ସେମାନଙ୍କୁ ସିଧାସଳଖ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଏମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରାଯାଇଥିଲା । 

ଆହୁରି ପଢ଼ନ୍ତୁ: ବାରମ୍ବାର ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅପମାନ: କେତେ ଆଉ ସହିବା?

ଅନ୍ୟପଟେ ଗତକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ରହିଛି ନୀତିଶ।  ବିହାରରୁ ଗିରଫ ହୋଇଥିବା ଏହି ଅଭିଯୁକ୍ତକୁ ଝାଳବୁହା ଜେରା କରୁଛି ସିବିଆଇ । ତେବେ ଏହି ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିପାରେ ଅନେକ ତଥ୍ୟ ।

ଆହୁରି ପଢ଼ନ୍ତୁ: ଶୂନ୍ୟକାଳରେ ହୀରାକୁଦ ଚିନ୍ତା; ହୀରାକୁଦ ପ୍ରସଂଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ମତ ଗୁରୁତ୍ୱପୂର୍ଣ୍ଣ: ରାଜସ୍ୱ ମନ୍ତ୍ରୀ

Join Us @ WhatsApp

About The Author

Google News
Join Us @ WhatsApp