ବନ୍ଧୁକ ମୁନରେ ଦୋକାନୀଙ୍କଠାରୁ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

The Sakala Picture
Published On

ଜଳେଶ୍ବର: ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା । ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ଗହଣା ଦୋକାନୀଙ୍କୁ ଆକ୍ରମଣ କରିବା ସହ ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଲୁଟି ନେଲେ ଦୁର୍ବୁତ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଲୁଟ । ସୂଚନା ଅନୁଯାୟୀ ଜଳେଶ୍ବର […]

ଜଳେଶ୍ବର: ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା । ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ଗହଣା ଦୋକାନୀଙ୍କୁ ଆକ୍ରମଣ କରିବା ସହ ମୁଣ୍ତରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଲୁଟି ନେଲେ ଦୁର୍ବୁତ୍ତ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମ୍ବୁରିଆ ମାର୍କେଟରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଲୁଟ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ସୂଚନା ଅନୁଯାୟୀ ଜଳେଶ୍ବର ଥାନା ନାମ୍ପୋ ଫାଣ୍ତି ଅନ୍ତର୍ଗତ ସମ୍ପତିଆ ଗ୍ରାମର ଘନଶ୍ଯାମ କାମିଳାଙ୍କ ତେମ୍ବୁରିଆ ମାର୍କେଟରେ ମିନତୀ ଜୁଏଲାର୍ସ ନାମରେ ଏକ ଗହଣା ରହିଛି । ସବୁଦିନ ଭଳି ସେ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ୩ଜଣ ଦୁର୍ବୁତ୍ତ ଗାଡି ଅଟକାଇବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଭୟଭୀତ କରାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ଯାଗ ଛଡାଇ ନେଇ ଏକ କଳା ରଙ୍ଗର ଆପାଚି ବାଇକରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୁତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ସନ୍ଦେହରେ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର