ହାଇକୋର୍ଟରେ ବଢୁଛି ମାମଲା ବୋଝ, ଏବେ ବି ଦେଢ଼ ଲକ୍ଷ ମାମଲା ବିଚାରାଧୀନ

The Sakala Picture
Published On

କଟକ: ଓଡ଼ିଶା ହାଇକୋର୍ଟରେ ମାମଲା ବୋଝ ବୃଦ୍ଧି ପାଉଥିବା ବେଳେ ମାମଲା ଫଏସଲା ହାର ମଧ୍ୟ ବିଗତ ଦୁଇବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୨୩ ଓ ୨୦୨୪ର ପ୍ରଥମ ତିନି ମାସ ତୁଳନାରେ ଚଳିତ ୨୦୨୫ର ପ୍ରଥମ ତିନି ମାସ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ଶେଷ ସୁଦ୍ଧା ମାମଲା ଫଏସଲା ହାର ଅହେତୁକ ହ୍ରାସ ପାଇଛି। ବିଶେଷକରି ବିଗତ ଦୁଇବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ତିନି ମାସରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ମଧ୍ୟ କମିଥିବା […]

କଟକ: ଓଡ଼ିଶା ହାଇକୋର୍ଟରେ ମାମଲା ବୋଝ ବୃଦ୍ଧି ପାଉଥିବା ବେଳେ ମାମଲା ଫଏସଲା ହାର ମଧ୍ୟ ବିଗତ ଦୁଇବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୨୩ ଓ ୨୦୨୪ର ପ୍ରଥମ ତିନି ମାସ ତୁଳନାରେ ଚଳିତ ୨୦୨୫ର ପ୍ରଥମ ତିନି ମାସ ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ଶେଷ ସୁଦ୍ଧା ମାମଲା ଫଏସଲା ହାର ଅହେତୁକ ହ୍ରାସ ପାଇଛି। ବିଶେଷକରି ବିଗତ ଦୁଇବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ତିନି ମାସରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ମଧ୍ୟ କମିଥିବା ଜଣାପଡ଼ିଛି। ଏହା ଅନେକାଂଶରେ ଫଏସଲା ହାର ହ୍ରାସର କାରଣ ବୋଲି କୁହାଯାଉଛି।
ବର୍ତ୍ତମାନ ହାଇକୋର୍ଟରେ ମୋଟ ୩୩ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦ ଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ୧୯ଜଣ ବିଚାରପତି ରହିଛନ୍ତି। ଏହା ବିଗତ ତିନି ବର୍ଷ ମଧ୍ୟରେ ସର୍ବନିମ୍ନ। ୨୦୨୩ ଜାନୁଆରିରେ ୨୨ଜଣ, ଫେବୃଆରୀ ଓ ମାର୍ଚ୍ଚରେ ୨୧ଜଣ ବିଚାରପତି କାର୍ଯ୍ୟରତ ଥିଲେ। ଯେଉଁଠି ୨୦୨୪ ଜାନୁଆରିରେ ୨୦ଜଣ, ଫେବୃଆରୀ ଓ ମାର୍ଚ୍ଚରେ ୨୧ଜଣ ଥିଲେ। ତେବେ ୨୦୨୫ ଜାନୁଆରୀରୁ ଅଦ୍ୟାବଧି ୧୯ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ଏବେ ବି ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରିପ୍ରାପ୍ତ ପଦର ୪୨ପ୍ରତିଶତ ପଦ ଖାଲି ପଡ଼ିଛି।

ହାଇକୋର୍ଟର ତଥ୍ୟ ଅନୁସାରେ, ୨୦୨୩ ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ମଧ୍ୟରେ ମାମଲା ଫଏସଲା ହାର ଥିଲା ୧୪୬.୭୧ ପ୍ରତିଶତ। ୨୦୨୩ର ପ୍ରଥମ ତିନି ମାସରେ ମୋଟ ୨୪୫୨୭ଟି ମାମଲା ରୁଜୁ ସ୍ଥଳେ ୩୫୮୩୪ଟି ଫଏସଲା ହୋଇଥିଲା। ସେହିଭଳି ୨୦୨୪ର ପ୍ରଥମ ତିନି ମାସରେ ୧୯୮୩୭ଟି ମାମଲା ରୁଜୁ ହୋଇଥିବା ବେଳେ ଫଏସଲା ହୋଇଥିଲା ୨୫୭୮୪ଟି। ଏହି ତିନି ମାସରେ ଫଏସଲା ହାର ରହିଥିଲା ୧୩୩.୨୬ପ୍ରତିଶତ। ହେଲେ ଚଳିତ ୨୦୨୫ ଜାନୁଆରୀ ପହିଲାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଥମ ତିନି ମାସ ଅବଧି ମଧ୍ୟରେ ଫଏସଲା ହାର ହ୍ରାସ ପାଇ ୮୪.୯୨ ପ୍ରତିଶତ ରହିଛି। ଏହି ୩ ମାସର ଅବଧି ମଧ୍ୟରେ ମୋଟ ୨୩୧୦୭ଟି ମାମଲା ରୁଜୁ ହୋଇଥିଲା ବେଳେ ୧୯୬୨୩ଟି ମାମଲା ଫଏସଲା ହୋଇପାରିଥିଲା। ଅନ୍ୟପଟରେ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୪୭ହଜାର ରହିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୫୦ହଜାରରୁ ଅଧିକ ହୋଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

15 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର