ଆମେରିକାରୁ ଆସିବ ପୁଞ୍ଜି, ରାଜ୍ୟରେ ସ୍ଥାପନ ହେବ ସେମିକଣ୍ଡକ୍ଟର ୟୁନିଟ୍‌‌

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଆଇଟି କ୍ଷେତ୍ର ଅଭିବୃଦ୍ଧିରେ ସହଭାଗୀ ହେବ ଆମେରିକା। ଏଥିପାଇଁ ଦୁବାଇ, ଜାପାନ ଭଳି ଯୁକ୍ତରାଷ୍ଟ୍ର ଆମେରିକାରୁ ମଧ୍ୟ ପୁଞ୍ଜି ଆଣିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି।। ସେଠାକାର ନିବେଶକ, ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଠ କରିବା ଲାଗି ଆସନ୍ତାକାଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ ସ୍ତରୀୟ ଏକ ଉଚ୍ଚ ପ୍ରତିନିଧି ଦଳ ଆମେରିକା ଗସ୍ତ କରୁଥିବା ଜଣାପଡ଼ିଛି। ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଉନ୍ନୟନ କମିଶନର ଅନୁ ଗର୍ଗ, […]

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଆଇଟି କ୍ଷେତ୍ର ଅଭିବୃଦ୍ଧିରେ ସହଭାଗୀ ହେବ ଆମେରିକା। ଏଥିପାଇଁ ଦୁବାଇ, ଜାପାନ ଭଳି ଯୁକ୍ତରାଷ୍ଟ୍ର ଆମେରିକାରୁ ମଧ୍ୟ ପୁଞ୍ଜି ଆଣିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି।। ସେଠାକାର ନିବେଶକ, ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଠ କରିବା ଲାଗି ଆସନ୍ତାକାଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ ସ୍ତରୀୟ ଏକ ଉଚ୍ଚ ପ୍ରତିନିଧି ଦଳ ଆମେରିକା ଗସ୍ତ କରୁଥିବା ଜଣାପଡ଼ିଛି। ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଉନ୍ନୟନ କମିଶନର ଅନୁ ଗର୍ଗ, ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌‌, ବୈଦ୍ୟୁତିକ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ଆମେରିକା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ବଦଳିଲେ ଥାନାର ସବୁ କର୍ମଚାରୀ

ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ଏହି ପ୍ରତିନିଧି ଦଳ ଆମେରିକାର ସାନଫ୍ରାନ୍ସିସ୍‌‌କୋ ଠାରେ ନିବେଶକ, ଆଇଟି କମ୍ପାନୀ, ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ବିଶେଷକରି ଏହି ଆଲୋଚନାକାଳରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ପୁଞ୍ଜିନିବେଶ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ସେମିକଣ୍ଡକ୍ଟର ଭଳି ବହୁ ଉପାଦେୟ ଚିପ୍‌‌ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ଚଳିତ ବଜେଟରେ ବ୍ୟୟବରାଦ କରିଥିବା ବେଳେ ଶୁକ୍ରବାର ରାଜ୍ୟ କ୍ୟାବିନେଟ ଓଡ଼ିଶାରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍‌‌ ଚିପ୍‌‌ ଉତ୍ପାଦନ ପାଇଁ ନୀତି ପ୍ରବର୍ତ୍ତନ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆମେରିକା ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାକାର ନିବେଶକମାନଙ୍କୁ ଏହି ନୀତି ସମ୍ପର୍କରେ ଅବଗତ କରାଯିବ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ସେହିପରି ଶିଳ୍ପାୟନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ, ଓଡ଼ିଶାରେ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ସର୍ବୋପରି ପୁ୍‌‌ଞ୍ଜିନିବେଶ କ୍ଷେତ୍ରରେ ଭରପୂର ସମ୍ଭାବନାକୁ ସେମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ବିଶେଷକରି ଆଇଟି କ୍ଷେତ୍ରରେ ଓଡ଼ିଶା କିପରି ପୂର୍ବ ଭାରତରେ ଏକ ପ୍ରମୁଖ ହବ୍‌‌ରେ ପରିଣତ ହେଉଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ରାଜ୍ୟ ସରକାର କେବଳ ବିଦେଶ ନୁହେଁ; ଅନ୍ୟ ରାଜ୍ୟର ନିବେଶକମାନଙ୍କୁ ଆକୃଷ୍ଠ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ରାଜ୍ୟର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଅଗ୍ରସର ହେଉଥିବା ବେଳେ ବିଦେଶୀ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଓ ପରେ ଜାପାନ ଗସ୍ତ କରି ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କାର କରିଥିଲେ। ଇତିମଧ୍ୟରେ ଦୁବାଇ ଏବଂ ଜାପାନରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା କମ୍ପାନୀଙ୍କ ପ୍ରସ୍ତାବ କାର୍ଯ୍ୟକାରୀ କରାଗଲାଣି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରତିନିଧି ଦଳ ଆମେରିକା ଗସ୍ତ କରିବା ଓଡ଼ିଶା ପାଇଁ ସମ୍ଭାବନାର ନୂଆ ଦିଗ ଉନ୍ମୋଚନ କରିବ ବୋଲି କୁହାଯାଉଛି।

22 Jul 2023 By The Sakala

ଆମେରିକାରୁ ଆସିବ ପୁଞ୍ଜି, ରାଜ୍ୟରେ ସ୍ଥାପନ ହେବ ସେମିକଣ୍ଡକ୍ଟର ୟୁନିଟ୍‌‌

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଆଇଟି କ୍ଷେତ୍ର ଅଭିବୃଦ୍ଧିରେ ସହଭାଗୀ ହେବ ଆମେରିକା। ଏଥିପାଇଁ ଦୁବାଇ, ଜାପାନ ଭଳି ଯୁକ୍ତରାଷ୍ଟ୍ର ଆମେରିକାରୁ ମଧ୍ୟ ପୁଞ୍ଜି ଆଣିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି।। ସେଠାକାର ନିବେଶକ, ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଠ କରିବା ଲାଗି ଆସନ୍ତାକାଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ ସ୍ତରୀୟ ଏକ ଉଚ୍ଚ ପ୍ରତିନିଧି ଦଳ ଆମେରିକା ଗସ୍ତ କରୁଥିବା ଜଣାପଡ଼ିଛି। ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନେତୃତ୍ୱରେ ଉନ୍ନୟନ କମିଶନର ଅନୁ ଗର୍ଗ, ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌‌, ବୈଦ୍ୟୁତିକ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ଆମେରିକା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ଏହି ପ୍ରତିନିଧି ଦଳ ଆମେରିକାର ସାନଫ୍ରାନ୍ସିସ୍‌‌କୋ ଠାରେ ନିବେଶକ, ଆଇଟି କମ୍ପାନୀ, ଶିଳ୍ପପତିଙ୍କ ସହ ସିଧାସଳଖ ଆଲୋଚନା କରିବେ। ବିଶେଷକରି ଏହି ଆଲୋଚନାକାଳରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ପୁଞ୍ଜିନିବେଶ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ସେମିକଣ୍ଡକ୍ଟର ଭଳି ବହୁ ଉପାଦେୟ ଚିପ୍‌‌ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ଚଳିତ ବଜେଟରେ ବ୍ୟୟବରାଦ କରିଥିବା ବେଳେ ଶୁକ୍ରବାର ରାଜ୍ୟ କ୍ୟାବିନେଟ ଓଡ଼ିଶାରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍‌‌ ଚିପ୍‌‌ ଉତ୍ପାଦନ ପାଇଁ ନୀତି ପ୍ରବର୍ତ୍ତନ କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆମେରିକା ଗସ୍ତ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାକାର ନିବେଶକମାନଙ୍କୁ ଏହି ନୀତି ସମ୍ପର୍କରେ ଅବଗତ କରାଯିବ।

ସେହିପରି ଶିଳ୍ପାୟନ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ, ଓଡ଼ିଶାରେ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ସର୍ବୋପରି ପୁ୍‌‌ଞ୍ଜିନିବେଶ କ୍ଷେତ୍ରରେ ଭରପୂର ସମ୍ଭାବନାକୁ ସେମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ବିଶେଷକରି ଆଇଟି କ୍ଷେତ୍ରରେ ଓଡ଼ିଶା କିପରି ପୂର୍ବ ଭାରତରେ ଏକ ପ୍ରମୁଖ ହବ୍‌‌ରେ ପରିଣତ ହେଉଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାର କେବଳ ବିଦେଶ ନୁହେଁ; ଅନ୍ୟ ରାଜ୍ୟର ନିବେଶକମାନଙ୍କୁ ଆକୃଷ୍ଠ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ରାଜ୍ୟର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଅଗ୍ରସର ହେଉଥିବା ବେଳେ ବିଦେଶୀ ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଓ ପରେ ଜାପାନ ଗସ୍ତ କରି ଓଡ଼ିଶାକୁ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କାର କରିଥିଲେ। ଇତିମଧ୍ୟରେ ଦୁବାଇ ଏବଂ ଜାପାନରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା କମ୍ପାନୀଙ୍କ ପ୍ରସ୍ତାବ କାର୍ଯ୍ୟକାରୀ କରାଗଲାଣି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରତିନିଧି ଦଳ ଆମେରିକା ଗସ୍ତ କରିବା ଓଡ଼ିଶା ପାଇଁ ସମ୍ଭାବନାର ନୂଆ ଦିଗ ଉନ୍ମୋଚନ କରିବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର