ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ, ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା

The Sakala Picture
Published On

ଭୁବନେଶ୍ବର : ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ।ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ଓ ତାଙ୍କ ନାମରେ ଥିବା ଅପରାଧିକ ମାମଲାର ସମସ୍ତ ତଥ୍ୟ ଦାଖଲ କରିବେ। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଯଦି କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବେ ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ମଧ୍ୟ ହେବ। […]

ଭୁବନେଶ୍ବର : ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ।ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ଓ ତାଙ୍କ ନାମରେ ଥିବା ଅପରାଧିକ ମାମଲାର ସମସ୍ତ ତଥ୍ୟ ଦାଖଲ କରିବେ। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଯଦି କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବେ ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ମଧ୍ୟ ହେବ। ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ତୃଣମୂଳ ସ୍ତରରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ  ବ୍ୟବସ୍ଥା।

ଆହୁରି ପଢ଼ନ୍ତୁ: ଚନ୍ଦନ ଯାତ୍ରାବେଳେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ, ସିସିଟିଭି ସହ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା

ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ମାନେ ନିଜ ନିଜର ସତ୍ୟପାଠ ଦାଖଲ କରିବେ । ପ୍ରାର୍ଥୀ ମାନଙ୍କର ଅପରାଧୀକ ମାମଲା, ସମ୍ପତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ରହିବ । ନାମାଙ୍କନ ଦଖଲ ବେଳେ ଏହି ସବୁ ତଥ୍ୟ ଦିଆଯିବ । ଯଦି କୌଣସି ପ୍ରାର୍ଥୀ ମିଥ୍ୟା ତଥ୍ୟ ପ୍ରଦାନ କରିବ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୬ ମାସ ଜେଲେ ଦଣ୍ଡ କିମ୍ବା ଫାଇନର ବ୍ୟବସ୍ଥା ରହିଛି ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ପୂର୍ବରୁ ସତ୍ୟପାଠ ଦଖଲର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନଥିଲା । ନିଜର ସତ୍ୟପାଠ ଦାଖଲ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନଥିଲା । ଏଥିପାଇଁ ପଞ୍ଚାୟତିରାଜ ଆଇନରେ ସଂଶୋଧନ କରିବାକୁ ପଡିଛି । ପଞ୍ଚାୟତିରାଜ ଆଇନରେ ସଂଶୋଧନ ସମ୍ପର୍କିତ ଗ୍ୟାଜେଟ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ଏହି ବିଜ୍ଞପ୍ତି ଅନୁସାରେ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଗ୍ୟାଜେଟ ବିଜ୍ଞପ୍ତି ରହିଛି ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

25 Dec 2021 By The Sakala

ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ, ଭୁଲ ତଥ୍ୟ ଦେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା

ଭୁବନେଶ୍ବର : ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ।ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ଓ ତାଙ୍କ ନାମରେ ଥିବା ଅପରାଧିକ ମାମଲାର ସମସ୍ତ ତଥ୍ୟ ଦାଖଲ କରିବେ। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଯଦି କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବେ ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ମଧ୍ୟ ହେବ। ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ତୃଣମୂଳ ସ୍ତରରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ  ବ୍ୟବସ୍ଥା।

ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ମାନେ ନିଜ ନିଜର ସତ୍ୟପାଠ ଦାଖଲ କରିବେ । ପ୍ରାର୍ଥୀ ମାନଙ୍କର ଅପରାଧୀକ ମାମଲା, ସମ୍ପତି ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟପାଠରେ ରହିବ । ନାମାଙ୍କନ ଦଖଲ ବେଳେ ଏହି ସବୁ ତଥ୍ୟ ଦିଆଯିବ । ଯଦି କୌଣସି ପ୍ରାର୍ଥୀ ମିଥ୍ୟା ତଥ୍ୟ ପ୍ରଦାନ କରିବ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୬ ମାସ ଜେଲେ ଦଣ୍ଡ କିମ୍ବା ଫାଇନର ବ୍ୟବସ୍ଥା ରହିଛି ।

ପୂର୍ବରୁ ସତ୍ୟପାଠ ଦଖଲର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନଥିଲା । ନିଜର ସତ୍ୟପାଠ ଦାଖଲ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନଥିଲା । ଏଥିପାଇଁ ପଞ୍ଚାୟତିରାଜ ଆଇନରେ ସଂଶୋଧନ କରିବାକୁ ପଡିଛି । ପଞ୍ଚାୟତିରାଜ ଆଇନରେ ସଂଶୋଧନ ସମ୍ପର୍କିତ ଗ୍ୟାଜେଟ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ଏହି ବିଜ୍ଞପ୍ତି ଅନୁସାରେ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଗ୍ୟାଜେଟ ବିଜ୍ଞପ୍ତି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର