ମରଣ ସହ ସଙ୍ଘର୍ଷ କରୁଛନ୍ତି କର୍କଟ ରୋଗୀ: ସେଜରେ ବିତୁଛି ଜୀବନ ଭୋକ ଉପାସରେ ପରିବାର, ସହାୟତା ନିବେଦନ

The Sakala Picture
Published On

ଆଳି: ସେଜରେ ବିତୁଛି ଜୀବନ ଭୋକ ଉପାସରେ ପରିବାର। ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ୮ମାସ ହେବ ଦୁରାରୋଗ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହି ମରଣ ସହ ସଂଗ୍ରାମ କରୁଛନ୍ତି ଲକ୍ଷ୍ମୀଧର ବିଶ୍ୱାଳ । ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଏବେ ଲଷ୍ମୀଧରଙ୍କ ଚିକିତ୍ସା […]

ଆଳି: ସେଜରେ ବିତୁଛି ଜୀବନ ଭୋକ ଉପାସରେ ପରିବାର। ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ୮ମାସ ହେବ ଦୁରାରୋଗ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହି ମରଣ ସହ ସଂଗ୍ରାମ କରୁଛନ୍ତି ଲକ୍ଷ୍ମୀଧର ବିଶ୍ୱାଳ । ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଏବେ ଲଷ୍ମୀଧରଙ୍କ ଚିକିତ୍ସା ସମ୍ଭବ ହୋଇ ପାରୁନାହିଁ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ଗାଁର ବିଛଣାରେ ପଡିରହିଛନ୍ତି ଲକ୍ଷ୍ମୀଧର। ବୟସ-୪୦ବର୍ଷ । ସେ ଘରର ଏକ ମାତ୍ର ରୋଜଗାରିଆ ମଣିଷ । ଦୀର୍ଘ ୧୨ବର୍ଷ ହେବ ଛତିଶଗଡ଼ ଭିଲାଇରେ ରହି ପାଣି ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ । ୮ମାସ ହେବ ଦେହ ଅସୁସ୍ଥ ହେବାରୁ ଘରକୁ ଆସି ଭୁବନେଶ୍ୱର ଏମ୍ସରେ ଡାକ୍ତର ଦେଖାଇଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଥିଲା, ସେ ପାକସ୍ଥଳୀ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି ଲକ୍ଷ୍ମୀଧ । ଯାହା କିଛି ସୁନାଗହଣା ଥିଲା ସବୁକିଛି ବିକ୍ରି କରି ଲକ୍ଷ୍ମୀଧରଙ୍କ ଚିକିତ୍ସାରେ ଖର୍ଚ୍ଚ କରି ସାରିଲେଣି ପରିବାର ଲୋକେ । ଆଉ ଏବେ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ସେ ଏ‍ବେ ବିଛଣାରେ ପଡିରହି ଛଟପଟ ହେଉଛନ୍ତି । ସେପଟେ ରୋଜଗାରିଆ ମଣିଷ ଜଣକ ବିଛଣାରେ ପଡ଼ିବା ଯୋଗୁଁ ଭୋକ ଉପାସରେ ରହୁଛନ୍ତି ପରିବାର ଲୋକ। ଲଷ୍ମୀଧରଙ୍କ ପରିବାର କହିଲେ ପତ୍ନୀ ପ୍ରଭାତୀ ଓ ଦୁଇ ଝିଅକୁ ନେଇ ତେଲ ଲୁଣର ସଂସାର । ଗୋଟିଏ ପଟେ ପରିବାର ଚଳାଇବାର ବୋଝ ତ ଆଉ ଅନ୍ୟପକ୍ଷେ ନିଜର ଚିକିତ୍ସା ଖର୍ଚ୍ଚ ଏହାରି ଭିତରେ ପେଷି ହେଉଛନ୍ତି ଲକ୍ଷ୍ମୀଧର। ଏବେ ବହୁ ଦୁଃଖ କଷ୍ଟରେ ଚଳୁଛି ପରିବାର। ପଡ଼ୋଶୀଙ୍କ ଠାରୁ ମାଗିଯାଚି ଆଣିଲେ ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହିବାକୁ ପଡୁଛି। ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ଅନ୍ୟ ପଟେ ଲକ୍ଷ୍ମୀଧରଙ୍କ ସମ୍ପର୍କରେ ଅବଗତ କରିବା ପରେ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଳି ବିଡ଼ିଓ।

ଆହୁରି ପଢ଼ନ୍ତୁ: ଆଗାମୀ ୨୪ ଘଣ୍ଟା ମଧ୍ୟରେ କୁଆପଥର ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

06 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର