ସିଏଜିଙ୍କ ରିପୋର୍ଟରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର ଅଭିବୃଦ୍ଧିକୁ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର: ଉତ୍କଟ ଦାରିଦ୍ୟରୁ ଏକ ଆର୍ଥିକ ବଳକା ରାଜ୍ୟରେ ଓଡ଼ିଶାର ରୂପାନ୍ତରଣ ଆମ ସରକାର ଅମଳରେ ସବୁଠାରୁ ବଡ଼ ଉପଲବ୍ଧି ରହିଥିଲା। ୫-ଟି ଶାସନ ବ୍ୟବସ୍ଥା ଜରିଆରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ଆଧାରରେ ଆମ ରାଜ୍ୟ ଏତେ ବଡ଼ ସଫଳତା ଦେଖିଲା। ଆଉ ଏହି ସଫଳତା ଓଡ଼ିଶାର ବିକାଶ ଯାତ୍ରାକୁ ଇନ୍ଧନ ଯୋଗାଇବ। ଓଡ଼ିଶାର ସାଢେ଼ ଚାରି କୋଟି ଜନତାଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି କହିଛନ୍ତି ବିଜେଡି […]

ଭୁବନେଶ୍ୱର: ଉତ୍କଟ ଦାରିଦ୍ୟରୁ ଏକ ଆର୍ଥିକ ବଳକା ରାଜ୍ୟରେ ଓଡ଼ିଶାର ରୂପାନ୍ତରଣ ଆମ ସରକାର ଅମଳରେ ସବୁଠାରୁ ବଡ଼ ଉପଲବ୍ଧି ରହିଥିଲା। ୫-ଟି ଶାସନ ବ୍ୟବସ୍ଥା ଜରିଆରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ଆଧାରରେ ଆମ ରାଜ୍ୟ ଏତେ ବଡ଼ ସଫଳତା ଦେଖିଲା। ଆଉ ଏହି ସଫଳତା ଓଡ଼ିଶାର ବିକାଶ ଯାତ୍ରାକୁ ଇନ୍ଧନ ଯୋଗାଇବ। ଓଡ଼ିଶାର ସାଢେ଼ ଚାରି କୋଟି ଜନତାଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସନ୍ଧାନୀ କୁକୁର ଓ ବମ୍‌ ସ୍କ୍ୱାର୍ଡର ତଦନ୍ତ

ଗତକାଲି ପ୍ରକାଶିତ ସିଏଜିଙ୍କ ରିପୋର୍ଟରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର ବିକାଶକୁ ନେଇ କରାଯାଇଥିବା ପ୍ରଶଂସା ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ୫ ବର୍ଷ ଭିତରେ ଓଡ଼ିଶାର ସକଳ ରାଜ୍ୟ ଘରୋଇ ଉତ୍ପାଦ ୧୨.୨୬% ହାରରେ ଅଭିବୃଦ୍ଧି ହାସଲ କରିଥିଲା। ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟ ପର୍ଯ୍ୟନ୍ତ ଓଡ଼ିଶାର ଏହି ରୂପାନ୍ତରଣ ଯାତ୍ରାରେ ସାମିଲ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ବିଏସ୍‌କେୱାଇ, କାଳିଆ, ମିଶନ୍‌ ଶକ୍ତି, ଦକ୍ଷତା ବିକାଶ, ଓଡ଼ିଶା ବିଦ୍ୟାଳୟ ରୂପାନ୍ତରଣ, ଆଦିବାସୀ ବିକାଶ, ବିପର୍ଯ୍ୟୟ ପରିଚାଳନା, ଭିତ୍ତିଭୂମି ନିର୍ମାଣ, ଜଳସେଚନ ପ୍ରକଳ୍ପ, ଦାରିଦ୍ର ଦୂରୀକରଣ ଭଳି ଅଭିନବ ଯୋଜନାର ସଫଳ ରୂପାୟନ ତଥା ନିଜର ଖାଦ୍ୟ ସୁରକ୍ଷା ଯୋଜନାକୁ ପାଣ୍ଠି ପ୍ରଦାନ ରାଜ୍ୟର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିଥିଲା। ଆମର ଏହି ରୂପାନ୍ତରଣ ଯାତ୍ରା ଓଡ଼ିଶାକୁ ଏକ ସମୃଦ୍ଧ ଭବିଷ୍ୟତ ପ୍ରଦାନ କରିବା ପାଇଁ ପଥ ପ୍ରସ୍ତୁତ କରିଛି। ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ମୁଁ ସାଧୁବାଦ ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି

03 Apr 2025 By The Sakala

ସିଏଜିଙ୍କ ରିପୋର୍ଟରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର ଅଭିବୃଦ୍ଧିକୁ ପ୍ରଶଂସା

ଭୁବନେଶ୍ୱର: ଉତ୍କଟ ଦାରିଦ୍ୟରୁ ଏକ ଆର୍ଥିକ ବଳକା ରାଜ୍ୟରେ ଓଡ଼ିଶାର ରୂପାନ୍ତରଣ ଆମ ସରକାର ଅମଳରେ ସବୁଠାରୁ ବଡ଼ ଉପଲବ୍ଧି ରହିଥିଲା। ୫-ଟି ଶାସନ ବ୍ୟବସ୍ଥା ଜରିଆରେ ବିଭିନ୍ନ ପ୍ରକାର କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ଆଧାରରେ ଆମ ରାଜ୍ୟ ଏତେ ବଡ଼ ସଫଳତା ଦେଖିଲା। ଆଉ ଏହି ସଫଳତା ଓଡ଼ିଶାର ବିକାଶ ଯାତ୍ରାକୁ ଇନ୍ଧନ ଯୋଗାଇବ। ଓଡ଼ିଶାର ସାଢେ଼ ଚାରି କୋଟି ଜନତାଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଗତକାଲି ପ୍ରକାଶିତ ସିଏଜିଙ୍କ ରିପୋର୍ଟରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର ବିକାଶକୁ ନେଇ କରାଯାଇଥିବା ପ୍ରଶଂସା ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ୫ ବର୍ଷ ଭିତରେ ଓଡ଼ିଶାର ସକଳ ରାଜ୍ୟ ଘରୋଇ ଉତ୍ପାଦ ୧୨.୨୬% ହାରରେ ଅଭିବୃଦ୍ଧି ହାସଲ କରିଥିଲା। ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟ ପର୍ଯ୍ୟନ୍ତ ଓଡ଼ିଶାର ଏହି ରୂପାନ୍ତରଣ ଯାତ୍ରାରେ ସାମିଲ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ବିଏସ୍‌କେୱାଇ, କାଳିଆ, ମିଶନ୍‌ ଶକ୍ତି, ଦକ୍ଷତା ବିକାଶ, ଓଡ଼ିଶା ବିଦ୍ୟାଳୟ ରୂପାନ୍ତରଣ, ଆଦିବାସୀ ବିକାଶ, ବିପର୍ଯ୍ୟୟ ପରିଚାଳନା, ଭିତ୍ତିଭୂମି ନିର୍ମାଣ, ଜଳସେଚନ ପ୍ରକଳ୍ପ, ଦାରିଦ୍ର ଦୂରୀକରଣ ଭଳି ଅଭିନବ ଯୋଜନାର ସଫଳ ରୂପାୟନ ତଥା ନିଜର ଖାଦ୍ୟ ସୁରକ୍ଷା ଯୋଜନାକୁ ପାଣ୍ଠି ପ୍ରଦାନ ରାଜ୍ୟର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିଥିଲା। ଆମର ଏହି ରୂପାନ୍ତରଣ ଯାତ୍ରା ଓଡ଼ିଶାକୁ ଏକ ସମୃଦ୍ଧ ଭବିଷ୍ୟତ ପ୍ରଦାନ କରିବା ପାଇଁ ପଥ ପ୍ରସ୍ତୁତ କରିଛି। ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇଥିବା ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ମୁଁ ସାଧୁବାଦ ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର