ମନୋରଞ୍ଜନ
ଓଡ଼ିଶା
'କମଲ କା ଫୁଲ, ହମାରା ଭୁଲ', ସୋସିଆଲ ମିଡ଼ିଆରେ କ୍ୟାମ୍ପେନ ଆରମ୍ଭ କରିବ ଯୁବ ବିଜେଡି
ଭୁବନେଶ୍ୱର: ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ଯୁବ ବିଜେଡି । ଶୀଘ୍ର କ୍ୟାମ୍ପେନ୍ ଆରମ୍ଭ କରିବେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ । ବିଭିନ୍ନ ସ୍ଥାନରେ PUCC ପାଇଁ ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ବୁଝାଇବେ । ଗାଡ଼ି ପଲ୍ୟୁସନ ସାର୍ଟିଫିକେଟକୁ ନେଇ ସରକାରଙ୍କ ରାଜସ୍ବ ଆଦାୟ ଫନ୍ଦି ରହିଛି । ଏନେଇ ଯୁବ ବିଜୁ ଜନତା ଦଳର ସଭାପତି ‘କମଲ୍ କା ଫୁଲ୍ ହମାରା ଭୁଲ୍’ ସ୍ଲୋଗାନ୍ ପ୍ରସ୍ତୁତ ହୋଇଛି । ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ପୋଷ୍ଟ ହେବ ବୋଲି ଯୁବ ବିଜେଡି ପକ୍ଷରୁ କୁହାଯାଇଛି ।
ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, ସରକାର ଏତେ ଜନବିରୋଧୀ ଓ ଅତ୍ୟାଚାରୀ ଯେ ମିଛ ଫାଇନ ଆଦାୟ କରୁଛନ୍ତି । ଘରେ ଥୁଆ ହୋଇଛି ଗାଡି, ମୟୂରଭଞ୍ଜରେ ଫାଇନ । କାର ଚାଳକର ହେଲମେଟ ପାଇଁ ଫାଇନ । ଏହି ମିଛ ଫାଇନ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କୋର୍ଟ ଯିବାକୁ ବି ଲୋକଙ୍କ ପାଖରେ ସୁଯୋଗ ନାହିଁ । କାରଣ ସରକାର ଏହାକୁ ବନ୍ଦ କରି ଦେଇଛନ୍ତି । ଯଦି ପ୍ରଦୂଷଣ ପାଇଁ ଏତେ ଚିନ୍ତା ଅଛି, PUCC ପାଇଁ ଅଲଗା ବ୍ୟବସ୍ଥା କରନ୍ତୁ । ଚାଲାଣ ଅଲଗା କରନ୍ତୁ । ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି । କ'ଣ ଖାଲି ଗାଡି ଯୋଗୁଁ ପ୍ରଦୂଷଣ ହେଉଛି? ଗଛ କଟା ଯାଉଛି, ଖଣି ଉତ୍ତୋଳନ, ଶିଳ୍ପ ସଂସ୍ଥାରୁ ପ୍ରଦୂଷଣ ହେଉନି । ଲଘୁ ଖଣିଜ ପାଇଁ କେତେ ଫାଇନ ହୋଇଛି? କେତେ ଶିଳ୍ପପତି ରାସ୍ତାରେ ଠିଆ ହୋଇ ଫାଇନ ଦେଉଛନ୍ତି । ଲୋକ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତୁ ନିଜ କଷ୍ଟ ଓ କହିବେ ବିଜେପିକୁ ଭୋଟ ଦେଇ ଭୁଲ କଲୁ । କମଲ କା ଫୁଲ ଲୋଗୋଂ କା ଭୁଲ । ଏ କ୍ୟାମ୍ପେନ ଆରମ୍ଭ ହେବ । ୟୁ ଟର୍ଣ୍ଣ ନେବାକୁ ବାଧ୍ୟ ହେବେ ସରକାର । ଯୁବ ବିଜେଡି ଫାଇନ ଆଦାୟ ସ୍ଥାନରେ ପିକେଟିଂ କରିବ । ଲୋକଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଛି । ସରକାରଙ୍କ ମନମୁଖୀ ଶାସନ ବରଦାସ୍ତ କରାଯିବ ନାହିଁ । ମନ୍ତ୍ରୀ କହୁଛନ୍ତି, ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ। ସଚିବ କହୁଛନ୍ତି ପଲ୍ୟୁସନ ପାଇଁ ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ । ଏଥିରେ କିଏ ଭୁଲ୍ ଏବଂ କିଏ ଠିକ୍ କହୁଛି ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରଶ୍ନ କରିଛନ୍ତି ।





