ବ୍ରଜରାଜନଗର ଉପ -ନିର୍ବାଚନ: ବିଜେଡି ପ୍ରତି ସମର୍ଥନର ଜୁଆର, ଲୋକଙ୍କୁ ଟାଣୁଛି ସୁଚିନ୍ତିତ ପ୍ରଚାର ରଣନୀତି

The Sakala Picture
Published On

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଶାସକ ବିଜେଡି ସିହତ ବିଜେପି ଓ କଂଗ୍ରେସ୍‍ ଦଳର ପ୍ରଚାର ଜୋଦାର ହୋଇଛି। ତେବେ ପ୍ରଚାର ମଇଦାନରେ ବିଜେଡି ଆଗରୁ ନିଜ ପତିଆରା ଜାହିର କରିବାରେ ଲାଗିଛିକ୍ଷେତ୍ର ପ୍ରଚାର ସହିତ ସାମାଜିକ ଗଣମାଧ୍ୟମରେ ପ୍ରଚାର ଲୋକଙ୍କୁ କେବଳ ଆକର୍ଷିତ କରିନାହିଁ, ବିଜେଡି ପ୍ରତି ସମର୍ଥନର ଜୁଆର ସୃଷ୍ଟି ହୋଇଛି। ଦଳର ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର […]

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଶାସକ ବିଜେଡି ସିହତ ବିଜେପି ଓ କଂଗ୍ରେସ୍‍ ଦଳର ପ୍ରଚାର ଜୋଦାର ହୋଇଛି। ତେବେ ପ୍ରଚାର ମଇଦାନରେ ବିଜେଡି ଆଗରୁ ନିଜ ପତିଆରା ଜାହିର କରିବାରେ ଲାଗିଛିକ୍ଷେତ୍ର ପ୍ରଚାର ସହିତ ସାମାଜିକ ଗଣମାଧ୍ୟମରେ ପ୍ରଚାର ଲୋକଙ୍କୁ କେବଳ ଆକର୍ଷିତ କରିନାହିଁ, ବିଜେଡି ପ୍ରତି ସମର୍ଥନର ଜୁଆର ସୃଷ୍ଟି ହୋଇଛି। ଦଳର ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଣୟନ କରିଥିବା ଲେକାଭିମୂଖୀ ଯୋଜନା, ସ୍ୱାସ୍ଥ୍ୟ ସେବା, ମୌଳିକ ଭିତ୍ତିଭୂମି, ୫-ଟି ରୂପାନ୍ତରଣ, କ୍ରୀଡ଼ା, ଶିକ୍ଷା, ସହରାଞ୍ଚଳ ଭିତ୍ତିଭୂମି, ନାରୀ ସଶକ୍ତିକରଣ, ବିଏସ୍‍କେୱାଇ, କାଳିଆ ଯୋଜନା, ଜାଗା ମିଶନ୍‍ ଭଳି କାର୍ଯ୍ୟକ୍ରମର ସଫଳ ବାର୍ତ୍ତାକୁ ଦଳ ସାମାଜିକ ଗଣମାଧ୍ୟମରେ ବ୍ରଜରାଜନଗର ବାସିନ୍ଦାଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହେଉଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସେହିପରି ଦଳର ସାମାଜିକ କାର୍ଯ୍ୟକ୍ରମର ମଧ୍ୟ ବେଶ୍‍ ପ୍ରଚାର କରାଯାଉଛି। ତେବେ ବ୍ରଜରାଜନଗରରେ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ଦଳ ପ୍ରାଥମିକତା ଦେଇଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ, ବ୍ରଜରାଜନଗର ଓ ବେଲପାହାଡ଼ରେ ଇଣ୍ଡୋର ଷ୍ଟାଡିୟମ୍‍ ନିର୍ମାଣ, ରାଜପୁର ସିଏଚ୍‍ସିର ନବୀକରଣ ପ୍ରକଳ୍ପ, ବେଲପାହାଡ଼ରେ ଏମ୍‍ସିସିରେ ଆର୍ବଜନାରୁ ଜୈବିକ ସାର ପ୍ରସ୍ତୁତି, ଟ୍ରକ୍‍ ଟର୍ମିନାଲ ନିର୍ମାଣ, ମହୁଲିପାଲି-ଅମ୍ବାଭୋନା ମଧ୍ୟରେ ସେତୁ ନିର୍ମାଣ, ଲଖନପୁର ବ୍ଲକରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସୂଚନା ଦିଆଯାଉଛି। ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ସମ୍ପର୍କରେ ବ୍ରଜରାଜନଗରର ବାସିନ୍ଦା କ’ଣ କହୁଛନ୍ତି, ସେମାନେ ସରକାରଙ୍କ ଠାରୁ ଆଉ କ’ଣ ଆଶା କରୁଛନ୍ତି, ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ସମ୍ପର୍କରେ ଜନତାଙ୍କ ମତାମତକୁ ମଧ୍ୟ ଦଳ ସୋସିଆଲ ମିଡିଆ ପ୍ରଚାରରେ ସ୍ଥାନ ଦେଇଛି। ସେହିପରି ଦଳର ଷ୍ଟାର ପ୍ରଚାରକଙ୍କ ସମାବେଶ, ଭାଷଣର ଫଟୋ, ଭିଡିଓ ମଧ୍ୟ ବେଶ୍‍ ଅପଲୋଡ୍‍ କରାଯାଇ ଲୋକଙ୍କ ନିକଟରେ ଦଳ ପହଞ୍ଚିବାକୁ ଉଦ୍ୟମ ଚଳାଇଛି। ବିଜୁ ଜନତା ଦଳ, ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ସହିତ ମନ୍ତ୍ରୀ, ବିଧାୟକ, ସାଂସଦମାନେ ନିଜ ନିଜ ସ୍ତରରେ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନ୍‍ ଯୁଗରେ ନିର୍ବାଚନ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମ ପ୍ରମୁଖ ଆୟୁଧ ସାଜିଛି। ଏପରିକି ରାଲି, ପଦଯାତ୍ରା, ସମାବେଶ ଠାରୁ ସାମାଜିକ ଗଣମାଧ୍ୟମ ଜରିଆରେ ଦଳ ଅଧିକ ଲୋକଙ୍କ ପାଖରେ ନିଜ ବାର୍ତ୍ତା ପହଞ୍ଚାଇ ପାରୁଛି। ବିଜେଡି କେବଳ ସାମାଜିକ ଗଣମାଧ୍ୟରେ ସରକାରୀ ଯୋଜନାର ପ୍ରଚାର କରୁ ନାହିଁ; ବରଂ ଏହି ଯୋଜନା କେତେ ସଫଳ ହୋଇଛି ତାହାର ହିସାବ ନିକାସ ମଧ୍ୟ କରୁଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସାମାଜିକ ଗଣମାଧ୍ୟମରେ ଜନସାଧାରଣ ମଧ୍ୟ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଗଠନମୂଳକ ମତାମତ ଦେଉଛନ୍ତି। ବିକାଶ କାର୍ଯ୍ୟକୁ ଆଗକୁ ନେବାକୁ ହେଲେ ବିଜୁ ଜନତା ଦଳ ପ୍ରାର୍ଥୀ ଅଳକାଙ୍କୁ ବିଜୟୀ କରିବାକୁ ସ୍ୱତଃପ୍ରବୃତ୍ତ ଭାବରେ ସାଧାରଣ ଭୋଟର ଆଗେଇ ଆସୁଥିବା ଦଳକୁ ଅଧିକ ଉତ୍ସାହିତ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

27 May 2022 By The Sakala

ବ୍ରଜରାଜନଗର ଉପ -ନିର୍ବାଚନ: ବିଜେଡି ପ୍ରତି ସମର୍ଥନର ଜୁଆର, ଲୋକଙ୍କୁ ଟାଣୁଛି ସୁଚିନ୍ତିତ ପ୍ରଚାର ରଣନୀତି

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଶାସକ ବିଜେଡି ସିହତ ବିଜେପି ଓ କଂଗ୍ରେସ୍‍ ଦଳର ପ୍ରଚାର ଜୋଦାର ହୋଇଛି। ତେବେ ପ୍ରଚାର ମଇଦାନରେ ବିଜେଡି ଆଗରୁ ନିଜ ପତିଆରା ଜାହିର କରିବାରେ ଲାଗିଛିକ୍ଷେତ୍ର ପ୍ରଚାର ସହିତ ସାମାଜିକ ଗଣମାଧ୍ୟମରେ ପ୍ରଚାର ଲୋକଙ୍କୁ କେବଳ ଆକର୍ଷିତ କରିନାହିଁ, ବିଜେଡି ପ୍ରତି ସମର୍ଥନର ଜୁଆର ସୃଷ୍ଟି ହୋଇଛି। ଦଳର ସାମାଜିକ ଗଣମାଧ୍ୟମର ବିଭିନ୍ନ ପ୍ଲାଟଫର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଣୟନ କରିଥିବା ଲେକାଭିମୂଖୀ ଯୋଜନା, ସ୍ୱାସ୍ଥ୍ୟ ସେବା, ମୌଳିକ ଭିତ୍ତିଭୂମି, ୫-ଟି ରୂପାନ୍ତରଣ, କ୍ରୀଡ଼ା, ଶିକ୍ଷା, ସହରାଞ୍ଚଳ ଭିତ୍ତିଭୂମି, ନାରୀ ସଶକ୍ତିକରଣ, ବିଏସ୍‍କେୱାଇ, କାଳିଆ ଯୋଜନା, ଜାଗା ମିଶନ୍‍ ଭଳି କାର୍ଯ୍ୟକ୍ରମର ସଫଳ ବାର୍ତ୍ତାକୁ ଦଳ ସାମାଜିକ ଗଣମାଧ୍ୟମରେ ବ୍ରଜରାଜନଗର ବାସିନ୍ଦାଙ୍କ ନିକଟରେ ପହଞ୍ଚାଇବାରେ ସଫଳ ହେଉଛି।

ସେହିପରି ଦଳର ସାମାଜିକ କାର୍ଯ୍ୟକ୍ରମର ମଧ୍ୟ ବେଶ୍‍ ପ୍ରଚାର କରାଯାଉଛି। ତେବେ ବ୍ରଜରାଜନଗରରେ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ଦଳ ପ୍ରାଥମିକତା ଦେଇଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ, ବ୍ରଜରାଜନଗର ଓ ବେଲପାହାଡ଼ରେ ଇଣ୍ଡୋର ଷ୍ଟାଡିୟମ୍‍ ନିର୍ମାଣ, ରାଜପୁର ସିଏଚ୍‍ସିର ନବୀକରଣ ପ୍ରକଳ୍ପ, ବେଲପାହାଡ଼ରେ ଏମ୍‍ସିସିରେ ଆର୍ବଜନାରୁ ଜୈବିକ ସାର ପ୍ରସ୍ତୁତି, ଟ୍ରକ୍‍ ଟର୍ମିନାଲ ନିର୍ମାଣ, ମହୁଲିପାଲି-ଅମ୍ବାଭୋନା ମଧ୍ୟରେ ସେତୁ ନିର୍ମାଣ, ଲଖନପୁର ବ୍ଲକରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସୂଚନା ଦିଆଯାଉଛି। ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ସମ୍ପର୍କରେ ବ୍ରଜରାଜନଗରର ବାସିନ୍ଦା କ’ଣ କହୁଛନ୍ତି, ସେମାନେ ସରକାରଙ୍କ ଠାରୁ ଆଉ କ’ଣ ଆଶା କରୁଛନ୍ତି, ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ସମ୍ପର୍କରେ ଜନତାଙ୍କ ମତାମତକୁ ମଧ୍ୟ ଦଳ ସୋସିଆଲ ମିଡିଆ ପ୍ରଚାରରେ ସ୍ଥାନ ଦେଇଛି। ସେହିପରି ଦଳର ଷ୍ଟାର ପ୍ରଚାରକଙ୍କ ସମାବେଶ, ଭାଷଣର ଫଟୋ, ଭିଡିଓ ମଧ୍ୟ ବେଶ୍‍ ଅପଲୋଡ୍‍ କରାଯାଇ ଲୋକଙ୍କ ନିକଟରେ ଦଳ ପହଞ୍ଚିବାକୁ ଉଦ୍ୟମ ଚଳାଇଛି। ବିଜୁ ଜନତା ଦଳ, ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ସହିତ ମନ୍ତ୍ରୀ, ବିଧାୟକ, ସାଂସଦମାନେ ନିଜ ନିଜ ସ୍ତରରେ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନ୍‍ ଯୁଗରେ ନିର୍ବାଚନ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମ ପ୍ରମୁଖ ଆୟୁଧ ସାଜିଛି। ଏପରିକି ରାଲି, ପଦଯାତ୍ରା, ସମାବେଶ ଠାରୁ ସାମାଜିକ ଗଣମାଧ୍ୟମ ଜରିଆରେ ଦଳ ଅଧିକ ଲୋକଙ୍କ ପାଖରେ ନିଜ ବାର୍ତ୍ତା ପହଞ୍ଚାଇ ପାରୁଛି। ବିଜେଡି କେବଳ ସାମାଜିକ ଗଣମାଧ୍ୟରେ ସରକାରୀ ଯୋଜନାର ପ୍ରଚାର କରୁ ନାହିଁ; ବରଂ ଏହି ଯୋଜନା କେତେ ସଫଳ ହୋଇଛି ତାହାର ହିସାବ ନିକାସ ମଧ୍ୟ କରୁଛି।

ସାମାଜିକ ଗଣମାଧ୍ୟମରେ ଜନସାଧାରଣ ମଧ୍ୟ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଗଠନମୂଳକ ମତାମତ ଦେଉଛନ୍ତି। ବିକାଶ କାର୍ଯ୍ୟକୁ ଆଗକୁ ନେବାକୁ ହେଲେ ବିଜୁ ଜନତା ଦଳ ପ୍ରାର୍ଥୀ ଅଳକାଙ୍କୁ ବିଜୟୀ କରିବାକୁ ସ୍ୱତଃପ୍ରବୃତ୍ତ ଭାବରେ ସାଧାରଣ ଭୋଟର ଆଗେଇ ଆସୁଥିବା ଦଳକୁ ଅଧିକ ଉତ୍ସାହିତ କରିଛି।

https://www.thesakala.in/latest-odisha-news/by-elections-in-brajrajnagar-support-for-the-bjd-is-high/article-11935
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର