ବାଣୀବିହାରରେ ବୁଲିବ ବୁଲ୍‌ଡୋଜର, ଡିଜିଙ୍କୁ ଚିଠି ଲେଖିଲେ ‘ଉତ୍କଳ’ କୁଳପତି…

The Sakala Picture
Published On

ଭୁବନେଶ୍ୱର: ନିକଟରେ କ୍ୟାମ୍ପସ୍‌‌ ପରିସରରୁ ସୌରଭ ଟୁଡୁ ଓ ଭବାନୀ ଶଙ୍କର ଗୋଚ୍ଛାୟତ ନାମକ ଦୁଇଜଣ ବ୍ରାଉନସୁଗାର ବେପାରୀ ଧରାପଡ଼ିବା ଓ ଜଣେ କ୍ୟାମ୍ପସ୍‌‌ରେ ରହୁଥିବା ଜଣାପଡ଼ିବା ପରେ ଉତ୍କଳ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଏସବୁରେ ରୋକ୍‌‌ ଲଗାଇବା ପାଇଁ ଜବରଦଖଲ ଉଚ୍ଛେଦ କରିବାକୁ ପୁଲିସ୍‌‌ ସହାୟତା ଲୋଡ଼ିଛନ୍ତି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ୍‌‌ ମହାନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ କିଛି ବର୍ଷ ହେଲା ବିଶ୍ୱବିଦ୍ୟାଳୟ ପରିସରରେ କିଛି ବାହାର ଲୋକ ଅନଧିକୃତ […]

ଭୁବନେଶ୍ୱର: ନିକଟରେ କ୍ୟାମ୍ପସ୍‌‌ ପରିସରରୁ ସୌରଭ ଟୁଡୁ ଓ ଭବାନୀ ଶଙ୍କର ଗୋଚ୍ଛାୟତ ନାମକ ଦୁଇଜଣ ବ୍ରାଉନସୁଗାର ବେପାରୀ ଧରାପଡ଼ିବା ଓ ଜଣେ କ୍ୟାମ୍ପସ୍‌‌ରେ ରହୁଥିବା ଜଣାପଡ଼ିବା ପରେ ଉତ୍କଳ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଏସବୁରେ ରୋକ୍‌‌ ଲଗାଇବା ପାଇଁ ଜବରଦଖଲ ଉଚ୍ଛେଦ କରିବାକୁ ପୁଲିସ୍‌‌ ସହାୟତା ଲୋଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ଗୋକୁଳ ନାଟକରେ ଯବନିକା ଟାଣିଲେ ବିକ୍ରମ ଆରୁଖ: କହିଲେ, ନବୀନ ମୋ ନେତା; ବିଜେଡିରେ ଅଛି ଓ ରହିବି

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ୍‌‌ ମହାନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ କିଛି ବର୍ଷ ହେଲା ବିଶ୍ୱବିଦ୍ୟାଳୟ ପରିସରରେ କିଛି ବାହାର ଲୋକ ଅନଧିକୃତ ଭାବେ ଜବରଦଖଲ କରିଛନ୍ତି। ଯାହା ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଦଖଲକାରୀମାନେ ବିଭିନ୍ନ ସମୟରେ ଗୁରୁତ୍ୱହୀନ ପ୍ରସଙ୍ଗରେ କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସେମାନଙ୍କ ଉପସ୍ଥିତି ଯୋଗୁଁଁ କ୍ୟାମ୍ପସ ଭିତରେ ଏବଂ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଥିପାଇଁ ଜବରଦଖଲ ଉଚ୍ଛେଦ ଅନିବାର୍ଯ୍ୟ ହୋଇପଡ଼ିଛି। ଉଚ୍ଛେଦ ସମୟରେ ଅସାମାଜିକ ବ୍ୟକ୍ତିମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ଯାହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ। ଏଣୁ ପୁଲିସ୍‌‌ ସହାୟତା କରିବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'

ସୂଚନାଯୋଗ୍ୟ, ବ୍ରାଉନ୍‌‌ସୁଗାର ବେପାରୀ କ୍ୟାମ୍ପସ୍‌‌ରେ ରହୁଥିବା ପଦାକୁ ଆସିବା ପରେ କୁଳପତିଙ୍କୁ ଗଣମାଧ୍ୟର ପରତିନିଧିମାନେ ପ୍ରଶ୍ନ କରିଥିଲେ। ହେଲେ କୁଳପତି ନିଜର ଅସହାୟତା ପ୍ରକାଶ କରି ଏତେବଡ଼ କ୍ୟାମ୍ପସ୍‌‌ରେ କେଉଁଠି କଣ ହେଉଛି ସେ କେମିତି ଜାଣିବେ ବୋଲି କହିଥିଲେ। ଯାହା ବିବାଦ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀମାନେ ନିଜର ସୁରକ୍ଷା ବିପନ୍ନ ହୋଇପଡ଼ିଥିବା ଅଭିଯୋଗ କରିଥିଲେ। ଆନ୍ଦୋଳନ ପାଇଁ ବିଭିନ୍ନ ଛାତ୍ରସଂଗଠନ ପ୍ରସ୍ତୁତ ହେଉଥିବାବେଳେ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

22 Apr 2025 By The Sakala

ବାଣୀବିହାରରେ ବୁଲିବ ବୁଲ୍‌ଡୋଜର, ଡିଜିଙ୍କୁ ଚିଠି ଲେଖିଲେ ‘ଉତ୍କଳ’ କୁଳପତି…

ଭୁବନେଶ୍ୱର: ନିକଟରେ କ୍ୟାମ୍ପସ୍‌‌ ପରିସରରୁ ସୌରଭ ଟୁଡୁ ଓ ଭବାନୀ ଶଙ୍କର ଗୋଚ୍ଛାୟତ ନାମକ ଦୁଇଜଣ ବ୍ରାଉନସୁଗାର ବେପାରୀ ଧରାପଡ଼ିବା ଓ ଜଣେ କ୍ୟାମ୍ପସ୍‌‌ରେ ରହୁଥିବା ଜଣାପଡ଼ିବା ପରେ ଉତ୍କଳ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଏସବୁରେ ରୋକ୍‌‌ ଲଗାଇବା ପାଇଁ ଜବରଦଖଲ ଉଚ୍ଛେଦ କରିବାକୁ ପୁଲିସ୍‌‌ ସହାୟତା ଲୋଡ଼ିଛନ୍ତି।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ୍‌‌ ମହାନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବିଗତ କିଛି ବର୍ଷ ହେଲା ବିଶ୍ୱବିଦ୍ୟାଳୟ ପରିସରରେ କିଛି ବାହାର ଲୋକ ଅନଧିକୃତ ଭାବେ ଜବରଦଖଲ କରିଛନ୍ତି। ଯାହା ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଦଖଲକାରୀମାନେ ବିଭିନ୍ନ ସମୟରେ ଗୁରୁତ୍ୱହୀନ ପ୍ରସଙ୍ଗରେ କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସେମାନଙ୍କ ଉପସ୍ଥିତି ଯୋଗୁଁଁ କ୍ୟାମ୍ପସ ଭିତରେ ଏବଂ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଥିପାଇଁ ଜବରଦଖଲ ଉଚ୍ଛେଦ ଅନିବାର୍ଯ୍ୟ ହୋଇପଡ଼ିଛି। ଉଚ୍ଛେଦ ସମୟରେ ଅସାମାଜିକ ବ୍ୟକ୍ତିମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ଯାହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ। ଏଣୁ ପୁଲିସ୍‌‌ ସହାୟତା କରିବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ବ୍ରାଉନ୍‌‌ସୁଗାର ବେପାରୀ କ୍ୟାମ୍ପସ୍‌‌ରେ ରହୁଥିବା ପଦାକୁ ଆସିବା ପରେ କୁଳପତିଙ୍କୁ ଗଣମାଧ୍ୟର ପରତିନିଧିମାନେ ପ୍ରଶ୍ନ କରିଥିଲେ। ହେଲେ କୁଳପତି ନିଜର ଅସହାୟତା ପ୍ରକାଶ କରି ଏତେବଡ଼ କ୍ୟାମ୍ପସ୍‌‌ରେ କେଉଁଠି କଣ ହେଉଛି ସେ କେମିତି ଜାଣିବେ ବୋଲି କହିଥିଲେ। ଯାହା ବିବାଦ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀମାନେ ନିଜର ସୁରକ୍ଷା ବିପନ୍ନ ହୋଇପଡ଼ିଥିବା ଅଭିଯୋଗ କରିଥିଲେ। ଆନ୍ଦୋଳନ ପାଇଁ ବିଭିନ୍ନ ଛାତ୍ରସଂଗଠନ ପ୍ରସ୍ତୁତ ହେଉଥିବାବେଳେ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର